ETV Bharat / international

Russia-Ukraine War: ଯୁଦ୍ଧ ଖବର ସଂଗ୍ରହ ପାଇଁ ଯାଇଥିଲେ, ରକେଟ ମାଡରେ ଆଖି ବୁଜିଲେ ସାମ୍ବାଦିକ

author img

By

Published : May 10, 2023, 1:37 PM IST

ଋଷ-ୟୁକ୍ରେନ ଯୁଦ୍ଧରେ ବଳି ପଡିଲେ ସାମ୍ବାଦିକ । ଯୁଦ୍ଧ ଖବର ସଂଗ୍ରହ ବେଳେ ରକେଟ ମାଡରେ ଫ୍ରାନ୍ସ ସାମ୍ବାଦିକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

afp news agency journalist killrd in ukraine

କିଭ: ଋଷ-ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷ ବିତିଲାଣି, ତଥାପି ଯୁଦ୍ଧରେ ବିରାମ ଲାଗୁନି । ଦୁଇ ଦେଶ ମଧ୍ୟରେ ଜିଦଖୋର ମନୋଭାବ ଯୋଗୁଁ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ୟୁକ୍ରେନ ଉପରେ ଗୁଳିଗୋଳ ବର୍ଷଣ ଓ ମିସାଇଲ ଆକ୍ରମଣ ଜାରି ରଖିଛି ଋଷିଆ । ଫଳରେ ଉଭୟ ପକ୍ଷରୁ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଏହାରି ଭିତରେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି AFP ନ୍ୟୁଜରେ କାର୍ଯ୍ୟ କରୁଥିବା ଜଣେ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ମଙ୍ଗଳବାର ରକେଟ ମାଡରେ ତାଙ୍କର ପ୍ରାଣ ଯାଇଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ଏକ ମିଡିଆ ରିପୋର୍ଟର ତଥ୍ୟ ଅନୁସାରେ, ୩୨ ବର୍ଷୀୟ ସାମ୍ବାଦିକ ଅରମାନ ସୋଲ୍ଡିନ ୟୁକ୍ରେନ ସୈନ୍ୟମାନଙ୍କ ସହିତ ରହିଥିଲେ । ଏହି ସମୟରେ ଉପରକୁ ଏକ ରକେଟ ମାଡ ହୋଇଥିଲା । ଫଳରେ ସେ ନିଆଁରେ ଫସି ଯାଇଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ନିଆଁ ଲିଭାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଅନ୍ୟ କୌଣସି ସଦସ୍ୟଙ୍କର କିଛି ହୋଇନଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ: Imran Khan Arrested: ଜଳୁଛି ପାକିସ୍ତାନ ! ସେନା ମୁଖ୍ୟାଳୟରେ ପଶିଲେ ଇମ୍ରାନଙ୍କ ସମର୍ଥକ

ମିଳିଥିବା ଖବର ଅନୁସାରେ, ଗତକାଲି(ମଙ୍ଗଳବାର) ୟୁକ୍ରେନର ବଖମୁତ ନିକଟ ଚାଶିଭ ୟାର ନିକଟରେ ରକେଟ ମାଡ ହୋଇଥିଲା । ଋଷୀୟ ସେନା ବଖମୁତକୁ କବଜ୍ଜା କରିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଏହାରି ଭିତରେ ରକେଟ ମାଡ କରିଥିଲା ଋଷ । ଏନେଇ ଏଏଫପି ପତ୍ରକାରର ଅଧ୍ୟକ୍ଷ ଫୈବ୍ରିଜ ଫ୍ରାଇଜ କହିଛନ୍ତି, "ସାମ୍ବାଦିକ ଅରମାନ ସୋଲ୍ଡିନଙ୍କ ମୃତ୍ୟୁ ୟୁକ୍ରେନ ଯୁ୍ଦ୍ଧ ସାମ୍ନା କରୁଥିବା ପ୍ରତ୍ୟେକ ସାମ୍ବାଦିକଙ୍କ ପାଇଁ ବିପଦପୂର୍ଣ୍ଣ ଘଟଣା ହୋଇରହିବ ।"

ଫ୍ରାନ୍ସର ନାଗରିକ ଥିଲେ ଅରମାନ ସୋଲ୍ଡିନ: ଏଏଫପିର ରିପୋର୍ଟ ଅନୁସାରେ, ସୋଲ୍ଡିନଙ୍କ ଜନ୍ମ ସାରାଜେବୋରେ ହୋଇଥିଲା । ଯାହା ବର୍ତ୍ତମାନ ବୋସନିଆର ରାଜଧାନୀ ରହିଛି । ସେ ୨୦୨୨ ମସିହା ଫେବୃଆରୀ ୨୪ ତାରିଖରେ ଋଷ-ୟୁକ୍ରେନ ଯୁଦ୍ଧ ଖବରକୁ କଭର କରିବା ପାଇଁ ୟୁକ୍ରେନ ଯାଇଥିଲେ । ସେଠାରେ ନିୟମିତ ଭାବେ ଫଟୋ ଭିଡିଓ ସହ ଖବର ଦେଉଥିଲେ । ହେଲେ ମଙ୍ଗଳବାର ତାଙ୍କର ଅକାଳ ବିୟୋଗ ହୋଇଛି ।

ପୂର୍ବରୁ ୧୦ଜଣ ସାମ୍ବାଦିକଙ୍କର ହୋଇଥିଲା ମୃତ୍ୟୁ: ଋଷ-ୟୁକ୍ରେନ ଯୁଦ୍ଧରେ ସାମ୍ବାଦିକଙ୍କ ମୃତ୍ୟୁ ପ୍ରଥମ ଘଟଣା ନୁହେଁ, ରିପୋର୍ଟରସ ଓ୍ବିଥ ଆଉଟ ବୋର୍ଡରର ତଥ୍ୟ ଅନୁସାରେ, ଯୁଦ୍ଧ ଖବର ସଂଗ୍ରହ କରିବା ସମୟରେ ଅନୁନ୍ୟ ୧୦ଜଣ ସାମ୍ବାଦିକ ପ୍ରାଣ ହରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.