ETV Bharat / international

ସିରିୟା ସୀମାରେ ପଶିଲା ଇସ୍ରାଏଲ, 2 ଏୟାରପୋର୍ଟରେ କଲା ଏୟାର ଷ୍ଟ୍ରାଇକ !

author img

By ETV Bharat Odisha Team

Published : Oct 12, 2023, 6:22 PM IST

ସିରିୟାରେ ପଶିଲା ଇସ୍ରାଏଲ ବାୟୁସେନା । ରାଜଧାନୀ ଡୋମାସକସ ସମେତ ଦୁଇ ପ୍ରମୁଖ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ ହୋଇଥିବା ସିରିୟାର ଅଭିଯୋଗ । ଅଧିକ ପଢନ୍ତୁ

ସିରିଆର ଦୁଇଟି ଏୟାରପୋର୍ଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ! ଏୟାର ଡିଫେନ୍ସ ସକ୍ରିୟ କଲା ସିରିଆ

ହାଇଦ୍ରାବାଦ: ହମାସ ଗୋଷ୍ଠୀ ଓ ପାଲେଷ୍ଟାଇନକୁ ସମର୍ଥନ କରୁଥିବା ସିରିୟାରେ ଆକ୍ରମଣ କରିଛି ଇସ୍ରାଏଲ । ସିରିୟାର ରାଜଧାନୀ ଡୋମାସକସ ସମେତ ଦୁଇଟି ପ୍ରମୁଖ ବିମାନ ବନ୍ଦରରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପ୍ରମୁଖ ବିମାନ ବନ୍ଦର ରାଜଧାନୀ ଡମାସକସ ଓ ଆଲିପୋରେ ଇସ୍ରାଏଲ ବାୟୁସେନା ଏୟାର ଷ୍ଟ୍ରାଇକ କରିଥିବା ଅଭିଯୋଗ ସହ ସିରିୟା ନିଜର ଏୟାର ଡିଫେନ୍ସ ସିଷ୍ଟମକୁ ମଧ୍ୟ ସକ୍ରିୟ କରିଛି । ଏନେଇ ସିରିୟାର ସରକାରୀ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି ।

ସ୍ଥାନୀୟ ସରକାରୀ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ଦୁଇଟି ବିମାନ ବନ୍ଦରରେ ଇସ୍ରାଏଲ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ ହୋଇଛି । ଏହା ପରେ ଉଭୟ ଏୟାରପୋର୍ଟରେ ଫ୍ଲାଇଟ ଅପରେସନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଦେଶର ଆକାଶମାର୍ଗକୁ ମଧ୍ୟ ବନ୍ଦ ରଖାଯିବା ସହ ଏୟାର ଡିଫେନ୍ସ ସିଷ୍ଟେମକୁ ସକ୍ରିୟ କରାଯାଇଛି । ତେବେ ଆକ୍ରମଣ ନେଇ ଏବେ ସୁଦ୍ଧା ଇସ୍ରାଏଲ ପକ୍ଷରୁ କୌଣସି ଘୋଷଣା କରାଯାଇନି, କିମ୍ବା ସିରିୟାର ଏହି ଅଭିଯୋଗକୁ ମଧ୍ୟ ନେଇ ଇସ୍ରାଏଲ ସରକାର କିମ୍ବା ସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି । ଗତକାଲି ପାଲେଷ୍ଟାଇନର ଅନ୍ୟତମ ସହଯୋଗୀ ଲେବନନରେ ମଧ୍ୟ ଇସ୍ରାଏଲ ବାୟୁସେନା ଏୟାର ଷ୍ଟ୍ରାଇକ କରିଥିବା ଅଭିଯୋଗ ହୋଇଥିଲା । ମାତ୍ର କେବଳ ଗାଜା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଆକ୍ରମଣ ନେଇ ଇସ୍ରାଏଲ ସେନା କୌଣସି ଘୋଷଣା କରିନାହିଁ ।

ଏହା ମଧ୍ୟ ପଢନ୍ତୁ:- Operation Ajay: ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ‘ଅପରେସନ ଅଜୟ’, ଜୟଶଙ୍କର ଡାକିଲେ ସମୀକ୍ଷା ବୈଠକ

ଅନ୍ୟପଟେ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ‘ହମାସ’ ଗୋଷ୍ଠୀକୁ ସିରିୟା ସମର୍ଥନ କରିଛି । ଇସ୍ରାଏଲର ଉତ୍ତରରେ ଥିବା ସିରିଆ ଆକ୍ରମଣ ପାଇଁ ହମାସକୁ ଯୁଦ୍ଧାସ୍ତ୍ର ଓ ଲଜିଷ୍ଟିକ ଯୋଗାଣ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଆଜି ଇସ୍ରାଏଲ ସେନା ମୁଖ୍ୟ କହିଛନ୍ତି, ଗାଜା ଉପରେ ଜାରି ରହିଥିବା ଆକ୍ରମଣ କୌଣସି ପରିସ୍ଥିତିରେ ବନ୍ଦ ହେବନାହିଁ । ଗାଜାରେ ‘ହମାସ’ ଗୋଷ୍ଠୀର ଶେଷ ଆତଙ୍କୀକୁ ନିପାତ କରିବା ପରେ ଏହି ଅପରେସନ ବନ୍ଦ ହେବ । ଇସ୍ରାଏଲ ସେନା ଦ୍ବାରା ଚାରିପଟୁ ସିଲ୍‌ ହୋଇଥିବା ଗାଜାରେ ମାନବୀୟ ସଙ୍କଟ ଜାରି ରହିଛି । ଏହି ଆକ୍ରମଣ 6 ଦିନରେ ପହଞ୍ଚିଥିବା ବେଳେ ଖାଦ୍ୟ, ପାଣି, ବିଜୁଳି ଓ ଇନ୍ଧନ ସଂଙ୍କଟରେ ଗାଜାବାସୀ କାଳ କାଟୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.