ETV Bharat / international

ଇସ୍ରାଏଲ-ହମାସ ଅସ୍ତ୍ରବିରତି; ପଞ୍ଚମ ଦିନରେ ଘର ବାହୁଡିଲେ ୩୦ ପାଲେଷ୍ଟାଇନ ପଣବନ୍ଦୀ

ଇସ୍ରାଏଲ-ହମାସ ଅସ୍ତ୍ରବିରତିର ପଞ୍ଚମ ଦିନରେ ମୁକୁଳିଲେ ଆଉ ୩୦ ପାଲେଷ୍ଟାଇନ ପଣବନ୍ଦୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 29, 2023, 8:00 AM IST

ଇସ୍ରାଏଲ-ହମାସ ଅସ୍ତ୍ରବିରତି
ଇସ୍ରାଏଲ-ହମାସ ଅସ୍ତ୍ରବିରତି

ତେଲ୍ ଅଭିଭ୍: ଇସ୍ରାଏଲ ଓ ହମାସ୍ ମଧ୍ୟରେ ଅସ୍ତ୍ରବିରତି ଅବଧି ଦୁଇ ଦିନ ବୃଦ୍ଧି ପରେ ଘର ବାହୁଡିଛନ୍ତି ଆଉ ୩୦ ପାଲେଷ୍ଟାଇନ ପଣବନ୍ଦୀ । ଗତକାଲି (ମଙ୍ଗଳବାର) ଅସ୍ତ୍ରବିରତି ଚୁକ୍ତିର ପଞ୍ଚମ ଦିନରେ ଇସ୍ରାଏଲ ୩୦ ଜଣ ପାଲେଷ୍ଟାଇନ ବନ୍ଧକଙ୍କୁ ମୁକ୍ତ କରିଛି । ଏମାନଙ୍କ ମଧ୍ୟରେ ୧୫ ଜଣ ମହିଳା ଓ ୧୫ ଜଣ ନାବାଳକ/ନାବାଳିକା ରହିଛନ୍ତି । ଏନେଇ କତାର ପକ୍ଷରୁ ସୂଚନା ଦିଆଯାଇଥିବା ସ୍ଥାନୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇସ୍ରାଏଲ ରିପୋର୍ଟ କରିଛି ।

ଇସ୍ରାଏଲ ଜେଲ୍ ବିଭାଗ ମଧ୍ୟ ପାଲେଷ୍ଟାଇନ ବନ୍ଦୀଙ୍କ ମୁକ୍ତି ସମ୍ପର୍କରେ ସ୍ପଷ୍ଟ କରିଛି । ଅସ୍ତ୍ରବିରତି ବୃଦ୍ଧିର ପ୍ରଥମ ଦିନରେ ଚୁକ୍ତି ଅନୁସାରେ ଇସ୍ରାଏଲ ଜେଲରୁ ୩୦ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ଜେଲ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ମଙ୍ଗଳବାର ହମାସ୍ ଗୋଷ୍ଠୀ ମଧ୍ୟ ଅକ୍ଟୋବର ୭ରୁ ପଣବନ୍ଦୀ କରି ରଖିଥିବା ଆଉ ୨ ବିଦେଶୀ ନାଗରିକଙ୍କ ସମେତ ୧୨ ଜଣ ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରିଥିଲା । ଏହି ପଣବନ୍ଦୀଙ୍କ ମଧ୍ୟରେ ଅଧିକ ବୟସ୍କ ବ୍ୟକ୍ତି ରହିଥିଲେ ।

ଏହା ମଧ୍ୟ ପଢନ୍ତୁ: ଶାନ୍ତ ରହିଛି ଯୁଦ୍ଧଭୂମି: ଚାଲିଛି ମୁକ୍ତ ପ୍ରକ୍ରିୟା, ଚତୁର୍ଥ ଦିନରେ 11 ପଣବନ୍ଦୀଙ୍କୁ ଛାଡିଲା ହମାସ

ତେବେ କତାର ମଧ୍ୟସ୍ଥତାରେ ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ଇସ୍ରାଏଲ ପ୍ରତିଦିନ ପାଖାପାଖି ୬ ଘଣ୍ଟା ଗାଜା ଉପରେ ଏରିଏଲ ସର୍ଭିଲାନ୍ସ ବନ୍ଦ କରିବ । ଯାହାଫଳରେ ଗାଜାର ଭିନ୍ନ ଭିନ୍ନ ସ୍ଥାନରେ ପଣବନ୍ଦୀ କରି ରଖିଥିବା ବନ୍ଧକଙ୍କ ସମ୍ପର୍କରେ ହମାସ୍ ସୂଚନା ସଂଗ୍ରହ କରିପାରିବ । ତେବେ ବର୍ତ୍ତମାନ ସୁଦ୍ଧା ହମାସ୍ ଗାଜାରୁ ୬୦ ପଣବନ୍ଦୀଙ୍କୁ ମୁକ୍ତ କରିସାରିଲାଣି । ସେମାନଙ୍କ ମଧ୍ୟରେ ଅଧିକତମ ମହିଳା ଏବଂ ଛୋଟ ପିଲା ରହିଛନ୍ତି । ସେହିପରି ଅନ୍ୟ ଏକ ଚୁକ୍ତି ମାଧ୍ୟମରେ ଜଣେ ଫିଲିପିନୋ ଏବଂ ୨୫ ଥାଇ ନାଗରିକଙ୍କୁ ମଧ୍ୟ ଛଡାଯାଇଛି ।

ଅସ୍ତ୍ରବିରତି ଚୁକ୍ତି ନେଇ ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ୍ସରେ (ପୂର୍ବର ଟ୍ବିଟର) କହିଥିଲେ ଯେ, ଆମେ ଆମର ସବୁ ପଣବନ୍ଦୀଙ୍କୁ ସୁରକ୍ଷିତ ଫେରାଇ ଆଣିବା ହମାସକୁ ଶେଷ କରିବା ପାଇଁ ବଦ୍ଧପରିକର । ଗାଜା ଆଉ ଇସ୍ରାଏଲ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କରିପାରିବ ନାହିଁ । ଆମ ଆମର ମିଶନ ଜାରି ରଖିଛୁ । ତେବେ ଅସ୍ତ୍ରବିରତିର ଚତୁର୍ଥ ଦିନରେ ଅର୍ଥାତ୍ ସୋମବାର ବିଳମ୍ବିତ ରାତିରେ ହମାସ୍ ୧୧ ଜଣ ବନ୍ଧକଙ୍କୁ ମୁକ୍ତ କରିଥିଲା । ଇସ୍ରାଏଲ ମଧ୍ୟ ୩୩ ଜଣ ପାଲେଷ୍ଟାଇନ ପଣବନ୍ଦୀଙ୍କୁ ଛାଡ଼ିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.