ETV Bharat / international

ହମାସ-ଇସ୍ରାଏଲ ଯୁଦ୍ଧରେ ଇସ୍ରାଏଲ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଶହୀଦ

author img

By ETV Bharat Odisha Team

Published : Dec 8, 2023, 10:26 PM IST

Son of Israeli minister killed in Gaza: ଗାଜା ଇସ୍ରାଏଲ ଯୁଦ୍ଧ । ଦେଶ ମାତୃକା ପାଇଁ ଲଢେଇ ବେଳେ ବଳି ପଡ଼ିଲେ ଇସ୍ରାଏଲ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ମାଷ୍ଟର ସର୍ଜେଣ୍ଟ ଗଲ୍‌ ମେର ଇର୍ସନକୋଟ । ଅଧିକ ପଢନ୍ତୁ

Son of Israeli minister killed in Gaza
Son of Israeli minister killed in Gaza

ତେଲ ଅଭିଭ: ଦୀର୍ଘ ୨ ମାସ ଧରି ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ଦେଶ ମାତୃକା ପାଇଁ ବଳି ପଡିଛନ୍ତି ଇସ୍ରାଏଲ କେନ୍ଦ୍ରମନ୍ତ୍ରୀ ଇର୍ସନକୋଟଙ୍କ ପୁଅ ଗଲ୍‌ ମେର ଇର୍ସନକୋଟ । ସେ ଇସ୍ରାଏଲ ସେନା ବାହିନୀର ମିଲିଟାରୀ ଗ୍ରୁପ ମାଷ୍ଟର ସର୍ଜେଣ୍ଟ ପଦବୀରେ ରହି ଦେଶ ସେବା କରୁଥିଲେ । ଯୁଦ୍ଧ ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଯୁଦ୍ଧରେ ଶୁକ୍ରବାର ୨ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ସାମିଲ ଥିବା ଜଣାପଡ଼ିଛି ।

ଇସ୍ରାଏଲ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ଇର୍ସନକୋଟଙ୍କ ପୁଅ ମଧ୍ୟ ପିତାଙ୍କ ରାସ୍ତାକୁ ଅନୁସରଣ କରି ସେନା ବାହିନୀରେ ଯୋଗ ଦେଇଥିଲେ । ସେ ଇସ୍ରାଏଲ ସେନା ବାହିନୀର ମିଲିଟାରୀ ଗ୍ରୁପ ମାଷ୍ଟର ସର୍ଜେଣ୍ଟ ପଦବୀରେ ଥିଲେ । ତେବେ ଗାଜାରେ ଥିବା ହମାସ ଆତଙ୍କବାଦୀ ସଂଗଠନ ବିରୋଧରେ ଇସ୍ରାଏଲର ଲଢେଇ ସମୟରେ ଦେଶବାସୀଙ୍କ ରକ୍ଷା ଲାଗି ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଥିଲେ ମାଷ୍ଟର ସର୍ଜେଣ୍ଟ ଗଲ୍‌ ମେର ଇର୍ସନକୋଟ । ଯୁଦ୍ଧ ବେଳେ ତାଙ୍କୁ ଗମ୍ଭୀର ଆଘାତ ଲାଗିଥିବା ବେଳେ ସଙ୍ଗେ ସଙ୍ଗେ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଇଥିଲା । ତେବେ ହସ୍ପିଟାଲକୁ ଯିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ଗଲ୍‌ ମେରଙ୍କ ବୟସ ମାତ୍ର ୨୫ ବର୍ଷ ଥିଲା ।

ଏହା ବି ପଢନ୍ତୁ- ସରିଲା ଅସ୍ତ୍ରବିରତି: ଇସ୍ରାଏଲ-ହମାସରେ ଶୁଭିଲା ସାଇରନ, 24 ଘଣ୍ଟାରେ ଗାଜାରେ 178 ମୃତ

ଶହୀଦ ହୋଇଥିବା ୨ ଜଣ ସୈନ୍ୟଙ୍କ ମଧ୍ୟରେ ଅନ୍ୟ ଜଣେ ହେଉଛନ୍ତି ୫୫ତମ ବ୍ରିଗେଡର ୬୬୨୩ ଟୋହି ବାଟାଲିୟନର ମେଜର ଜୋନାଥନ ଡେଭିଡ ଡିଚ ବୋଲି ଜଣାପଡ଼ିଛି । ଯୁଦ୍ଧ ବେଳ ଗାଜା ପଟ୍ଟିରେ ତାଙ୍କର ମୃତ୍ୟୁ ଘଟିଛି । IDF ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଅନ୍ୟ ୩ ଜଣ ସୈନ୍ୟ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହମାସ ପକ୍ଷରୁ ଇସ୍ରାଏଲ ଉପରେ ଆକ୍ରମଣ ପରେ ୮୯ ଇସ୍ରାଏଲି ସୈନ୍ୟଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ହମାସ ଗଡ଼ରେ ଇସ୍ରାଏଲ ସେନା ଆଗକୁ ବଢିଥିଲେ । ଏହି ସମୟରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଉଭୟଙ୍କ ମୃତ୍ୟୁ ଘଟିଛି । ଏହି ଖବର ଆସିବା ପରେ ଇସ୍ରାଏଲର ସାଂସଦମାନେ କେନ୍ଦ୍ରମନ୍ତ୍ରୀ ଇର୍ସନକୋଟଙ୍କୁ ଶାନ୍ତ୍ବନା ଜଣାଇଛନ୍ତି ।

ସେପଟେ ଦି ଟାଇମ୍ସ ଅଫ ଇସ୍ରାଏଲର ଅନୁସାରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶହୀଦ ଗଲ୍‌ ଇର୍ସନକୋଟଙ୍କୁ ଜଣେ 'ବାହାଦୂର ଯୋଦ୍ଧା ଓ ସଚ୍ଚୋଟ ନାୟକ' ଆଖ୍ୟା ଦେଇଛନ୍ତି । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗ୍ୟାଲେଣ୍ଟ ଏହି କ୍ଷତି ପରେ କହିଛନ୍ତି ଯେ ଆମ ବାହାଦୂର ଯୋଦ୍ଧାଙ୍କ ବଳିଦାନ ବେକାର ଯିବା ନାହିଁ । ଜିତିବା ପର୍ଯ୍ୟନ୍ତ ଇସ୍ରାଏଲ ସେନା ଲଢେଇ ଜାରି ରଖିବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.