ETV Bharat / international

Israel-Hamas War: ଯୁଦ୍ଧ ଖବର ସଂଗ୍ରହ କରିବାକୁ ଯାଇ ରୟଟର୍ସ ସାମ୍ବାଦିକ ମୃତ, 6 ଆହତ

author img

By ETV Bharat Odisha Team

Published : Oct 14, 2023, 11:13 AM IST

Updated : Oct 14, 2023, 11:26 AM IST

ଲାବେନନରେ ଇସ୍ରାଇଲର ଆକ୍ରମଣରେ ରୟଟର୍ସର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏଥିରେ 6 ଜଣ ସାମ୍ବାଦିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ରୟଟର୍ସ, ଅଲ-ଜଜିରା ଓ ଅନ୍ୟ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟରତ ସାମ୍ବାଦିକମାନେ ରହିଛନ୍ତି । ଅଧିକ ପଢନ୍ତୁ

Israel Hamas War: ଯୁଦ୍ଧ ଖବର ସଂଗ୍ରହ କରିବାକୁ ଯାଇ ଟଳିଲେ ସାମ୍ବାଦିକ, 6 ଆହତ

ବୈରୁଟ: ଯୁଦ୍ଧ ଖବର ସଂଗ୍ରହ କରିବାକୁ ଯାଇ ଚାଲିଗଲା ସାମ୍ୱାଦିକଙ୍କ ଜୀବନ । ଖବର ସଂଗ୍ରହ କରିବା ସମୟରେ ଲେବନାନରେ ଇସ୍ରାଇଲ ଆକ୍ରମଣରେ ରୟଟର୍ସ ଫଟୋ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ 6 ସାମ୍ୱାଦିକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦକ୍ଷିଣ ଲେବାନନର ଆଲମା ଅଲ ସାବ ଗାଁରେ ଖବର ସଂଗ୍ରହ କରୁଥିବା ବେଳେ ଲେବାନନ ଆତଙ୍କୀ ସଂଗଠନ ହିଜାବୁଲ୍ଲାହ ଓ ଇସ୍ରାଇଲ ସେନା ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଇସ୍ରାଇଲ ବୋମାମାଡରେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ତେବେ ଘଟଣାକୁ ନେଇ ରୟଟର୍ସ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।

ଏହାମଧ୍ୟ ପଢନ୍ତୁ..Israel-Gaza War: ଇସ୍ରାଏଲକୁ ଇରାନର କଡା ଧମକ, ଆକ୍ରମଣ ବନ୍ଦ ନ କଲେ ଅନ୍ୟ ଦିଗରୁ ମୁଣ୍ଡ ଟେକିବ ଯୁଦ୍ଧ !

ଶୁକ୍ରବାର ଦିନ ସାମ୍ବାଦିକଙ୍କୁ ଆକ୍ରମଣ ଖବର ସାମ୍ନାରୁ ଆସିଛି । ଆକ୍ରମଣର ଶିକାର ହୋଇଥିବା ସାମ୍ୱାଦିକମାନେ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ପାଇଁ କାମ କରୁଥିଲେ । ଲେବାନନରେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଇସ୍ରାଇଲ ଆକ୍ରମଣର ଶିକାର ହୋଇଥିଲେ । ମୃତ ସାମ୍ବାଦିକଙ୍କ ନାଁ ଇସାମ ଅବଦୁଲ୍ଲହା । ସେ ଲେବାନନରେ ଫଟୋ ସାମ୍ୱାଦିକ ଭାବେ ରୟଟର୍ସ ପାଇଁ କାମ କରୁଥିଲେ । ଅନ୍ୟପଟେ ଆହତଙ୍କ ମଧ୍ୟରେ ଏଜେନ୍ସ ଫ୍ରାନ୍ସ ପ୍ରେଜ( Agence france presse) ଓ ଅଲ-ଜଜିରା ଟିଭି ଚ୍ୟାନେଲର ସାମ୍ୱାଦିକମାନେ ରହିଛନ୍ତି । ରୟଟର୍ସର 2 ସାମ୍ୱାଦିକ ଥେୟର ଅଲ ସୁଡାନି ଓ ମେହର ନଜାହ ଏବଂ ଅଲ ଜଜିରାର ଏଲି ବରାଖୟା, ଓ କ୍ୟାରମନ ଜୋଉଖଦାର ମଧ୍ୟ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆହତ ବ୍ୟକ୍ତିମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଏନେଇ ଲେବାନନର ମନ୍ତ୍ରୀ ପରିଷଦ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଇସ୍ରାଇଲର ଏଭଳି ସାମ୍ୱାଦିକମାନଙ୍କୁ ସିଧାସଳଖ ଆକ୍ରମଣକୁ ନେଇ ଲେବାନନର କାମଚଳା ପ୍ରଧାନମନ୍ତ୍ରୀ ନାଜିବ ମିକାତି କଡା ନିନ୍ଦା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ୟୁନାଇଟେଡ ନେସନର ସାଧାରଣ ସମ୍ପାଦକ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓ ସାମ୍ୱାଦିକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ରୟଟର୍ସ ପକ୍ଷରୁ ମଧ୍ୟ ସାମ୍ୱାଦିକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ଘଟଣା ସମ୍ପର୍କରେ ସ୍ପଷ୍ଚ କରିଛି । ସୀମାବର୍ତ୍ତୀ ଅଞ୍ଚଳରେ ଇସ୍ରାଇଲ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 6 ଜଣ ଆହତ ହୋଇଥିବା ନେଇ ରୟଟର୍ସ ସୂଚନା ପ୍ରଦାନ କରିଛି ।

ଏହାମଧ୍ୟ ପଢନ୍ତୁ..Israel vs Hamas: ଗାଜା ଉପରେ ୬ହଜାର ବୋମା ଫିଙ୍ଗିଲା ଇସ୍ରାଏଲ, ୨୦୦୯ ଶ୍ରୀଲଙ୍କା ସିଭିଲ ୱାର ପୁନରାବୃତ୍ତି

ତେବେ ଇସ୍ରାଇଲ ଓ ହମାସ ମଧ୍ୟରେ ଯୁଦ୍ଧକୁ ଏକ ସପ୍ତାହ ପୂରଣ ହୋଇଛି । ଗତ ଶନିବାର ଦିନ ସକାଳ ସମୟରେ ପ୍ରଥମେ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସ ପକ୍ଷରୁ ଗାଜାରୁ ଇସ୍ରାଇଲ ଉପରେ 5000 ରକେଟ ମାଡ କରାଯାଇଥିଲା । ଯାହାପରେ ଇସ୍ରାଇଲ ସରକାର ଯୁଦ୍ଧ ନେଇ ଘୋଷଣା କରିଥିଲେ । 2 ଦେଶ ମଧ୍ୟରେ ସପ୍ତାହେ ହେଲା ଯୁଦ୍ଧ ଲାଗି ରହିଛି । ଏହି ଯୁଦ୍ଧରେ ଉଭୟଙ୍କ ପକ୍ଷରୁ ହଜାର ହଜାର ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଅନେକ ସୁଉଚ୍ଚ କୋଠା ଧ୍ୱଂସସ୍ତୁପରେ ପରିଣତ ହୋଇଛି । କିନ୍ତୁ 2 ଦେଶ ରକ୍ତମୁଖା ହୋଇ ଆକ୍ରମଣ ଜାରି ରଖିଛନ୍ତି ।

ଅନ୍ୟପଟେ ଇସ୍ରାଇଲ- ହମାସ ଯୁଦ୍ଧ ମଧ୍ୟରେ ହମାସକୁ ସାହାଯ୍ୟର ହାତ ବଢାଇଛି ଲେବାନନର ଆତଙ୍କୀ ସଂଗଠନ ହିଜାମୁବୁଲ୍ଲାହ । ସେ ମଧ୍ୟ ଦକ୍ଷିଣ ପଟୁ ଇସ୍ରାଇଲ ଉପରେ ଆକ୍ରମଣ ଜାରି ରଖିଛି । ଯାହାର ମୁକାବିଲା କରୁଛି ଇସ୍ରାଇଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 14, 2023, 11:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.