ETV Bharat / international

Israel Hamas War: 5000 ହଜାର ଟପିଲା ମୃତ୍ୟୁସଂଖ୍ୟା, ଆଉ 2 ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ

author img

By ETV Bharat Odisha Team

Published : Oct 24, 2023, 2:18 PM IST

2 ସପ୍ତାହ ହେଲା ଜାରି ରହିଛି ଇସ୍ରାଏଲ-ହମାସ ଯୁଦ୍ଧ । ଗତ 24 ଘଣ୍ଟା ମଧ୍ୟରେ ଇସ୍ରାଇଲର ଏୟାର ଷ୍ଟ୍ରାଇକ୍‌ରେ ଗାଜାରେ 140ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଅନ୍ୟପଟେ ଆଉ 2 ଜଣ ବନ୍ଧକଙ୍କୁ ମୁକ୍ତ କରିଛି ହମାସ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: 18 ଦିନରେ ପହଞ୍ଚିଲା ଇସ୍ରାଇଲ-ହମାସ ଓ୍ବାର । ସମୟ ଯେତେ ଗଡୁଛି ସେତେ ଜଟିଳ ହେବାରେ ଲାଗିଛି ବିଶ୍ବର ସ୍ଥିିତି । 2 ସପ୍ତାହରୁ ଉର୍ଦ୍ଧ୍ବ ଦିନ ଧରି ଲାଗିରହିଥିବା ଏହି ଯୁଦ୍ଧ ଅଧିକରୁ ଅଧିକ ଭୟଙ୍କର ହୋଇଚାଲିଛି । ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସର ଦାବି ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଗାଜାରେ 140ରୁ ଉର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ସେପଟେ ଇସ୍ରାଏଲ ସେନା ସୂଚନା ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଗାଜା ପଟ୍ଟିରେ ପାଖାପାଖି 320ଟି ଆକ୍ରମଣ ହୋଇଛି ।

ଏହାମଧ୍ୟ ପଢନ୍ତୁ..Day 17 of Israel-Palestine war: ଗାଜାରେ 2 ହଜାର ଶିଶୁଙ୍କ ସହ ମୃତ୍ୟୁସଂଖ୍ୟା 5 ହଜାର ପାର ଆଶଙ୍କା

2 ସପ୍ତାହରୁ ଊର୍ଦ୍ଧ୍ବ ଦିନ ହେଲା ଇସ୍ରାଇଲ-ହମାସ ଓ୍ବାର । ଅକ୍ଟୋବର 7ରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ ପ୍ରଥମେ ରକେଟ୍‌ ମାଡ଼ ପରେ ଇସ୍ରାଏଲ ପ୍ରତିଶୋଧ ପରାୟଣ ହୋଇ ଭୟଙ୍କର ଆକ୍ରମଣ କରି ଚାଲିଛି । ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ରେ ଗାଜା ଓ ପାଲେଷ୍ଟାଇନରେ ଏବେସୁଦ୍ଧା 5,080ରୁ ଉର୍ଦ୍ଧ୍ୱ ଜଣଙ୍କ ଜୀବନ ଯାଇଥିବା ବେଳେ 15 ହଜାରରୁ ଉର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି । ଗତ 24 ଘଣ୍ଟା ମଧ୍ୟରେ ଇସ୍ରାଏଲ ଗାଜା ପଟ୍ଟିରେ ହମାସର ପାଖାପାଖି 400 ଆଡ୍ଡାକୁ ଟାର୍ଗେଟ କରି ବୋମା ବର୍ଷଣ କରିଥିବା ଦାବି କରିଛି । ଏକାଧିକ ହମାସ କମାଣ୍ଡର ନିପାତ ହେଇଥିବା ନେଇ ସୂଚନା ମିଳିଛି ।

ଅନ୍ୟପଟେ ହମାସ ପଣବନ୍ଦୀ କରି ରଖିଥିବା ଇସ୍ରାଏଲ ନାଗରିକମାନଙ୍କୁ ମୁକୁଳାଇବାକୁ ଚେଷ୍ଟା ଜୋରଦାର କରିଛନ୍ତି ଇସ୍ରାଇଲ ସେନା । ଏହାମଧ୍ୟରେ ଆଉ 2ଜଣ ପଣବନ୍ଦୀଙ୍କୁ ହମାସ ମୁକ୍ତ କରିଛି । 85 ବର୍ଷୀୟା ୟୋଚେବ୍ଡ ଓ 79 ବର୍ଷୀୟା ନୁରିତ କପରଙ୍କୁ ଛଡାଯାଇଛି । ରଫା ବର୍ଡରରେ ଆମ୍ବୁଲାନ୍ସ ଯୋଗେ ସେମାନେ ଇଜିପ୍ଟରେ ପହଞ୍ଚିଛନ୍ତି । ପୂର୍ବରୁ ମଧ୍ୟ 2 ବନ୍ଧକକୁ ମୁକୁଳାଇଥିଲା ହମାସ ।

ଏହାମଧ୍ୟ ପଢନ୍ତୁ..Israel-Palestine war: ଗାଜାରେ ଜୀବନ ସହ ଲଢୁଛନ୍ତି ଶିଶୁ ଓ ଗର୍ଭବତୀ, ଲେବନନ ଆତଙ୍କୀ ସଂଗଠନକୁ ନେତାନ୍ୟାହୁଙ୍କ ଚେତାବନୀ

ତେବେ ହମାସର ଦାବି ଅନୁଯାୟୀ, ଗତକାଲିର ଇସ୍ରାଏଲ ଏୟାରଷ୍ଟ୍ରାଇକ୍‌ରେ ଗାଜାର ଏକ ହସ୍ପିଟାଲରେ ଥିବା 33ରୁ ଊର୍ଦ୍ଧ୍ୱ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର 15 ଜଣ ଥିବା ସୂଚନା ରହିଛି । ଇସ୍ରାଇଲ-ହମାସ ଯୁଦ୍ଧ ମଧ୍ୟରେ ପାଖାପାଖି 10ଜଣ ବ୍ରିଟିଶ ନାଗରିକଙ୍କ ଜୀବନ ଯାଇଥିବା ବେଳେ 6 ଜଣ ଏବେବି ନିଖୋଜ ଥିବା ନେଇ ଜୁନିୟର ବ୍ରିଟିଶ ଅର୍ଥ ମନ୍ତ୍ରୀ ଭିକ୍ଟୋରିଆ ଅଟକିନ୍ସ କହିଛନ୍ତି ।

ଅକ୍ଟୋବର 7ରେ ହମାସ ପକ୍ଷରୁ ଇସ୍ରାଇଲ ଉପରେ ପାଖାପାଖି 5000ରକେଟ ମାଡ କରାଯାଇଥିଲା । ଯାହାପରେ ସାରା ଦେଶ ଯୁଦ୍ଧରେ ଅଛି ବୋଲି ଘୋଷଣା କରିଥିଲେ ଇସ୍ରାଇଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ହମାସ ପକ୍ଷରୁ ଇସ୍ରାଇଲରେ ହୋଇଥିବା ଆଟାକରେ 1400 ଜଣଙ୍କ ଜୀବନ ଯାଇଥିବା ବେଳେ ପାଖାପାଖି 200ଲୋକଙ୍କୁ ହମାସ ଆତଙ୍କୀ ଅଟକ ରଖିଥିବା ଦାବି କରିଛି ଇସ୍ରାଇଲ । ଏହା ପରେ 2 ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉଗ୍ର ରୂପ ନେବାରେ ଲାଗିଛି । ଇସ୍ରାଇଲର ଘନ ଘନ ଏୟାରଷ୍ଟ୍ରାଇକରେ ଧ୍ୱଂସସ୍ତୁପରେ ପରିଣତ ହୋଇଗଲାଣି ଗାଜା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.