ETV Bharat / international

Israel Hamas War: ଇସ୍ରାଏଲ ଉପରେ ଆକ୍ରମଣ ବିଶ୍ବକୁ ସ୍ତବ୍ଧ କରିଛି କହିଲେ ଋଷି ସୁନକ

author img

By ETV Bharat Odisha Team

Published : Oct 17, 2023, 2:04 PM IST

ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ ହମାସ ଯୁଦ୍ଧ । ଇସ୍ରାଏଲ ଉପରେ ଆକ୍ରମଣ ବିଶ୍ବକୁ ସ୍ତବ୍ଧ କରିଛି ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଅଧିକ ପଢନ୍ତୁ

Israel Hamas War
uk pm rishi sunak on Israel Hamas War

ବ୍ରିଟେନ: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଲାଗି ରହିଛି । 11 ଦିନରେ ପହଞ୍ଚିଛି ହମାସ-ଇସ୍ରାଏଲ ଯୁଦ୍ଧ । ଜୀବନ ବଞ୍ଚାଇବାକୁ ଆର୍ତ୍ତନାଦ ଚିତ୍କାରରେ ଫାଟି ପଡୁଛି ଅଞ୍ଚଳ । ହମାସ-ଇସ୍ରାଏଲ ମହାଯୁଦ୍ଧ ଦିନକୁ ଦିନ ତୀବ୍ର ଓ ଭୟଙ୍କର ହେଉଛି । ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ 5 ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ଇସ୍ରାଏଲ ଉପରେ ଆକ୍ରମଣ ବିଶ୍ବକୁ ସ୍ତବ୍ଧ କରିଛି ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ।

  • #WATCH | London: On the Israel-Hamas conflict, UK Prime Minister in the Parliament says "Hamas is using innocent Palestinian people as human shields. With the tragic loss of more than 2,600 Palestinian lives, including many children, we mourn the loss of every innocent life.… pic.twitter.com/i6a2RFGugN

    — ANI (@ANI) October 16, 2023 " class="align-text-top noRightClick twitterSection" data=" ">

ଇସ୍ରାଏଲ-ହମାସ ବିବାଦକୁ ନେଇ ପାର୍ଲାମେଣ୍ଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କହିଛନ୍ତି, ''ଗତ ସପ୍ତାହରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ବିଶ୍ବକୁ ସ୍ତବ୍ଧ କରିଛି । 1,400ରୁ ଅଧିକ ଲୋକଙ୍କ ହତ୍ୟା କରାଯାଇଛି । 3,500ରୁ ଅଧିକ ଲୋକ ଆହତ ହୋଇଛନ୍ତି । 200ରୁ ଅଧିକ ଲୋକଙ୍କୁ ବନ୍ଦୀ କରାଯାଇଛି । ମହିଳା, ଛୋଟ ଛୋର ପିଲା ଓ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । ନୀରିହ ଲୋକଙ୍କୁ ଜୀବନ୍ତ ଜାଳି ଦିଆଯାଉଛି । ଏହା ନରସଂହାର । ଆମେ ଇସ୍ରାଇଲ ସହିତ ଅଛୁ । ହତ୍ୟା କରାଯାଇଥିବା ଓ ନିଖୋଜ ଥିବା ଲୋକ ବ୍ରିଟେନ ସମେତ 30 ଦେଶର ହୋଇଥିବା ଜଣାପଡିଛି। ପ୍ରାୟ 6ଜଣ ବ୍ରିଟେନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 10ଜଣ ନିଖୋଜ ଅଛନ୍ତି । ଇସ୍ରାଏଲରୁ ଲୋକଙ୍କୁ ଫେରାଇ ଆଣିବାକୁ ଆମେ 8ଟି ବିମାମରେ 500 ଲୋକଙ୍କୁ ଫେରାଇ ଆଣାଯାଇଛି । ଆମେ ଇସ୍ରାଏଲ ସହିତ ରହିଛୁ ରହିବୁ ।''

ଏହା ବି ପଢନ୍ତୁ...Israel-Hamas War: ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଗସ୍ତ କରିପାରନ୍ତି ଜୋ ବାଇଡେନ

ଏହା ବି ପଢନ୍ତୁ...Israel-Hamas War: 'ସ୍ବାଧୀନ ଓ ସାର୍ବଭୌମତ୍ବ ପାଲେଷ୍ଟାଇନର ପ୍ରତିଷ୍ଠା' ପଶ୍ଚିମ ଏସିଆରେ ରୋକିବ ହିଂସା

ପ୍ରକାଶ ଥାଉ କି, ଗତ ଅକ୍ଟୋବର 7 ତାରିଖରୁ ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କୀ ସଂଗଠନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଦୁଇ ପକ୍ଷ ଭିତରେ ଦିନକୁ ଦିନ ଆକ୍ରମଣ ଭୟଙ୍କର ହେଉଛି । ଇସ୍ରାଏଲ ଆକ୍ରମଣରେ ଏଯାବତ 2670 ପାଲେଷ୍ଟାନୀୟଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧର 10 ଦିନ ସୁଦ୍ଧା ଦୁଇ ପକ୍ଷର ମୃତ୍ୟୁସଂଖ୍ୟା 5 ହଜାର ପାର କରିଛି । ହମାସ ଆକ୍ରମଣରେ 1300 ଇସ୍ରାଏଲ ନାଗରିକଙ୍କର ବି ମୃତ୍ୟୁ ହୋଇଛି । ହଜାର ହଜାର ଲୋକ ଆହତ ହୋଇଛନ୍ତି । ପାଲେଷ୍ଟାଇନ୍‌ର ହମାସ ଆତଙ୍କବାଦୀ ଗୋଷ୍ଠୀ ପ୍ରଥମେ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିଥିଲା । ଏହାପରେ ଯୁଦ୍ଧ ଘୋଷଣା କରିଥିଲା ଇସ୍ରାଏଲ । ଶତାଧିକ ଇସ୍ରାଏଲଙ୍କୁ ବନ୍ଦୀ କରି ନେଇଥିଲା ହମାସ । କେବଳ ଗାଜା ଅଞ୍ଚଳରେ 3 ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ହମାସ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ପଣ କରିଥିବା ଇସ୍ରାଏଲ ସେନା ଗାଜା ଅଞ୍ଚଳରେ ଆକ୍ରମଣକୁ ଆହୁରି ଜୋରଦାର କରିଛି । ଅତ୍ୟାଧୁନିକ ଅସ୍ତ୍ର ପ୍ରୟୋଗ ଦ୍ୱାରା ବିଭିନ୍ନ ଅଞ୍ଚଳ ଧ୍ବଂସସ୍ତୁପରେ ପରିଣତ ହୋଇଛି । ପଣବନ୍ଦୀଙ୍କୁ ମୁକ୍ତି ସହ ଯୁଦ୍ଧ ବନ୍ଦ ପାଇଁ ଜାତିସଂଘ ଆହ୍ବାନ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.