ETV Bharat / international

ଇସ୍ରାଏଲରେ ପୁଣି ନେତନ୍ୟାହୁଙ୍କ ସରକାର, ପଞ୍ଚମ ଥର ସମ୍ଭାଳିବେ ପଦ - ଇସ୍ରାଏଲରେ ପୁଣି ନେତନ୍ୟାହୁଙ୍କ ସରକାର

ଇସ୍ରାଏଲ ନିର୍ବାଚନରେ ଚୂଡାନ୍ତ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନଥିଲାବେଳେ ପ୍ରଧାନମନ୍ତ୍ରୀ ୟୈର ଲାପିଡ ପରାଜୟ ସ୍ବୀକାର କରିଛନ୍ତି । ଫଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିବେ ।

ଇସ୍ରାଏଲରେ ପୁଣି ନେତନ୍ୟାହୁଙ୍କ ସରକାର
ଇସ୍ରାଏଲରେ ପୁଣି ନେତନ୍ୟାହୁଙ୍କ ସରକାର
author img

By

Published : Nov 4, 2022, 7:23 AM IST

ଜେରୁଜେଲମ: ଇସ୍ରାଏଲରେ ପୁଣି ଥରେ ଗଠନ ହେବାକୁ ଯାଉଛି ବେଞ୍ଜାମିନ ନେତନ୍ୟାହୁ ସରକାର । ଇସ୍ରାଏଲ ସାଧାରଣ ନିର୍ବାଚନରେ ଚୂଡାନ୍ତ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନଥିଲାବେଳେ ପ୍ରଧାନମନ୍ତ୍ରୀ ୟୈର ଲାପିଡ ଗୁରୁବାର ପରାଜୟ ସ୍ବୀକାର କରିଛନ୍ତି । ଫଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ପୁନର୍ବାର କ୍ଷମତାସୀନ ହେବେ ବୋଲି ସ୍ପଷ୍ଟ ହୋଇଛି । ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ ନେତନ୍ୟାହୁ । ବେଞ୍ଜାମିନ ନେତନ୍ୟାହୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବେଞ୍ଜାମିନ ନେତନ୍ୟାହୁଙ୍କୁ ଟକ୍କର ଦେଉଥିଲେ ଇସ୍ରାଏଲ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ତଥା ତାଙ୍କୁ ମୁଖ୍ୟ ପ୍ରତିନ୍ଦ୍ବନ୍ଦୀ ୟୈର ଲାପିଡ । ଲାପିଡ ତାଙ୍କ ପରାଜୟ ସ୍ବୀକାର କରିଛନ୍ତି । କୁହାଯାଉଛି କି ସାଧାରଣ ନିର୍ବାଚନରେ ନେତନ୍ୟାହୁଙ୍କ ମେଣ୍ଟକୁ ୧୨୦ ସଦସ୍ୟ ବିଶିଷ୍ଟ ଇସ୍ରାଏଲ ସଂସଦରେ ନେତନ୍ୟାହୁଙ୍କ ପାର୍ଟି ବିଜୟୀ ହୋଇଛି । ପ୍ରାୟ ୯୦ ପ୍ରତିଶତ ମତଗଣନା ସମୟରେ ହିଁ ନେତନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ସ୍ଥିର ହୋଇଛି । ରାତିରେ ତାଙ୍କ ବିଜୟ ଉପରେ ମୋହର ବାଜିଛି । ତାଙ୍କୁ ୧୨୦ସଦସ୍ୟରୁ ୬୪ ସଦସ୍ୟଙ୍କ ସମର୍ଥନ ମିଳିଛି । ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ ଅନୁସାରେ ଲାପିଡ ନେତନ୍ୟାହୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରକାଶ ଥାଉ କି, ୮୮.୬ ପ୍ରତିଶତ ଭୋଟ ଗଣତି ପରେ ଲିକୁଡ ପାର୍ଟିକୁ ୩୨, ୟେଶ ଅତୀଦକୁ ୨୪, ଆରଜେଡିପିକୁ ୧୪, ନ୍ୟାସନାଲ ୟୁନିଟି ପାର୍ଟିକୁ ୧୨, ଶାସକୁ ୧୧ ଆସନ ମିଳିଥିଲା । ମତଗଣନା ପୂର୍ବରୁ ଏକ୍ସଜିଟ୍ ପୋଲରେ ନେତନ୍ୟାହୁଙ୍କ ପାର୍ଟି ଲିକୁଡ ମେଣ୍ଟକୁ ପ୍ରାୟ ୬୫ ଆସନ ମିଳୁଥିବା ଦାବି କରାଯାଇଥିଲା ।

ଏହା ବି ପଢନ୍ତୁ...Firing on Imran Khan: ଗୁଳିମାଡକୁ ପାକ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା, ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀଙ୍କୁ ମାଗିଲେ ରିପୋର୍ଟ

ଇସ୍ରାଏଲରେ କିପରି ହୁଏ ନିର୍ବାଚନ...

୧୨୦ ଆସନ ଥିବା ଇସ୍ରାଏଲରେ ନିର୍ବାଚନରେ ଯେଉଁ ଦଳ ପକ୍ଷରେ ଭୋଟରଙ୍କ ସଂଖ୍ୟା ଅଧିକ ଥାଏ ସେହି ଦଳର ଜିତିବା ସମ୍ଭାବନା ଅଧିକ ଥାଏ । ଇସ୍ରାଏଲରେ ଜନତା କେବେ କୌଣସି ପ୍ରାର୍ଥୀଙ୍କୁ ଭୋଟ ଦିଅନ୍ତି ନାହିଁ । ତାଙ୍କ ତରଫରୁ ଦଳକୁ ଭୋଟ ଦିଆଯାଏ । ଯଦି ସଂସଦରେ କାହାକୁ ଆସନ ଦରକାର ହୁଏ ତେବେ ଅତିକମରେ ୩.୩୫ପ୍ରତିଶତ ଭୋଟ ଦରକାର ହୋଇଥାଏ । ଇସ୍ରାଏଲରେ ପ୍ରୋପେସନାଲ ରିପ୍ରେଜେଣ୍ଟସନ ନିର୍ବାଚନ ବ୍ୟବସ୍ଥା ଚାଲେ । ଏଠାରେ ଯେଉଁ ଦଳକୁ ଯେତେ ଭୋଟ ମିଲିବ ସେ ହିସାବରେ ଆସନ ମଧ୍ୟ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.