ETV Bharat / international

ଲଣ୍ଡନରେ ନିଖୋଜ ଭାରତୀୟ ଛାତ୍ର, ସାହାଯ୍ୟ ପାଇଁ ବୈଦେଶୀକ ମନ୍ତ୍ରୀଙ୍କୁ ନିବେଦନ କଲେ ବିଜେପି ନେତା - ଭାରତୀୟ ଛାତ୍ର ନିଖୋଜ

Indian Student Missing in East London: ପୂର୍ବ ଲଣ୍ଡନରେ ଜୟଶ ଭାଟିଆ ନାମକ ଜଣେ ଭାରତୀୟ ଛାତ୍ର ନିଖୋଜ । ଅଧିକ ପଢନ୍ତୁ

ଲଣ୍ଡନରେ ନିଖୋଜ ଭାରତୀୟ ଛାତ୍ର,
Indian student missing in East London
author img

By ETV Bharat Odisha Team

Published : Dec 17, 2023, 10:19 AM IST

ଲଣ୍ଡନ: ବ୍ରିଟେନରେ ନିଖୋଜ ହୋଇଗଲେ ଭାରତୀୟ ଛାତ୍ର । ପୂର୍ବ ଲଣ୍ଡନରେ ଜୟଶ ଭାଟିଆ ନାମକ ଜଣେ ଭାରତୀୟ ଛାତ୍ର ନିଖୋଜ ହୋଇଯାଇଛନ୍ତି । ଡିସେମ୍ବର 15 ତାରିଖରେ ଶେଷ ଥର ପାଇଁ ତାଙ୍କୁ ଲଣ୍ଡନର କାନାରି ୱାର୍ଫରେ ଦେଖିବାକୁ ମିଳିଥିଲା। ଏହା ପର ଠାରୁ ତାଙ୍କର କୌଣସି ଖୋଜଖବର ନାହିଁ । ଏନେଇ ବିଜେପି ନେତା ମଞ୍ଜିନ୍ଦର ସିଂ ସିରସା ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ସେ ଟ୍ବିଟ୍‌ କରି ଏହି ଘଟଣା ସମ୍ପର୍କରେ ବୈଦେଶୀକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଅବଗତ କରାଇଛନ୍ତି ।

ନିଖୋଜ ଛାତ୍ର ଜଣଙ୍କୁ ଖୋଜିବା ପାଇଁ ମଞ୍ଜିନ୍ଦର ସିର୍ସା ଲଫବୋରୋ ବିଶ୍ୱବିଦ୍ୟାଳୟ ଏବଂ ଭାରତୀୟ ଉଚ୍ଚ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ସେ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ, ଲଫବୋରୋ ୟୁନିଭର୍ସିଟିର ଛାତ୍ର ଜିଏସ ଭାଟିଆ ଡିସେମ୍ବର 15ରୁ ନିଖୋଜ ହୋଇଯାଇଛନ୍ତି । ପୂର୍ବ ଲଣ୍ଡନର କାନାରି ୱାର୍ଫରେ ଶେଷ ଥର ପାଇଁ ତାଙ୍କୁ ଦେଖିବାକୁ ମିଳିଥିଲା । ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କ ଦୃଷ୍ଟି ଆକର୍ଷଣ କରି ଆମେ ତାଙ୍କୁ ଖୋଜିବାରେ ଲଫବୋରୋ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନରେ ଥିବା ଭାରତୀୟ ଉଚ୍ଚ ଆୟୋଗଙ୍କୁ ଅନୁରୋଧ କରୁଛୁ।

ଏହା ମଧ୍ୟ ପଢନ୍ତୁ-ଲଣ୍ଡନରେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର

ମଞ୍ଜିନ୍ଦର ସିର୍ସା ନିଖୋଜ ଛାତ୍ର ଜୟଶ ଭାଟିଆଙ୍କ କଲେଜ ଆଇକାର୍ଡ ଓ ଫଟୋକୁ ଟ୍ବିଟରେ ସେୟାର କରିଛନ୍ତି । ଏହି ଖବର ଅଧିକରୁ ଅଧିକ ସେୟାର ମଧ୍ୟ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଭାରତୀୟ ଜନତା ପାର୍ଟି ମଞ୍ଜିନ୍ଦର ସିର୍ସା । ଯଦି କେହି ଭାଟିଆଙ୍କ ସମ୍ବନ୍ଧରେ ସୂଚନା ପାଆନ୍ତି ତେବେ ଅବଗତ କରାଇବାକୁ ଦୁଇଟି ନମ୍ବର ମଧ୍ୟ ସେୟାର କରିଛନ୍ତି ।

ତେବେ ଜୟଶ ଭାଟିଆଙ୍କ ସମ୍ପୂର୍ଣ୍ଣ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରାଯାଇ ନାହିଁ । ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଅବଗତ କରାଯାଇଛି ନା ନାହିଁ ତାହା ମଧ୍ୟ ଅସ୍ପଷ୍ଟ ରହିଛି । ତେବେ ଭାଟିଆ ନିଖୋଜ ହୋଇଯାଇଛନ୍ତି ନା ତାଙ୍କୁ କେହି ଅପହରଣ କରିନେଇଛି ତାହା ତଦନ୍ତ କରିବା ପରେ ହିଁ ଜଣାପଡିବ ।

ଗତ ନଭେମ୍ବର ମାସରେ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ଜଣେ ଗୁଜୁରାଟୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପରିବାର ସଦସ୍ୟ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଥିଲେ । ଏହି ଛାତ୍ର ଜଣକ ଗୁଜୁରାଟ ପଟନ ଅଞ୍ଚଳର 23 ବର୍ଷୀୟ ମିତ ପଟେଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.