କାଠମାଣ୍ଡୁ: ନେପାଳରେ ନିଖୋଜ ହୋଇଗଲେ ଭାରତୀୟ ପବର୍ତାରୋହୀ । ଅନ୍ନପୂର୍ଣ୍ଣା ପର୍ବତରୁ ଓହ୍ଲାଇବା ସମୟରେ ପର୍ବତାରୋହୀ ଅନୁରାଗ ମାଲୁ ନିଖୋଜ ହୋଇଯାଇଥିବା ନେଇ ସୂଚନା ମିଳିଛି । ଅନୁରାଗ ମାଲୁ ରାଜସ୍ଥାନର କିଶାନଗଡର ବାସିନ୍ଦା । ସୋମବାର ଅପରାହ୍ନରେ ପର୍ବତରୁ ଓହ୍ଳାଇବା ସମୟରେ ମାଲୁ ପାହାଡ ମଧ୍ୟରେ ଥିବା ଏକ ଫାଟରେ ପଡ଼ିଯାଇଥିଲେ । ଏନେଇ ସୂଚନା ମିଳିବା ପରେ ନିଖୋଜ ପର୍ବତାରୋହୀଙ୍କୁ ଖୋଜାଖୋଜି ଆରମ୍ଭ ହୋଇଛି ।
ସେଭେନ ସମିତି ଟ୍ରେକ୍ସର ସଭାପତି ମିଙ୍ଗାମ ଶେର୍ପା ଏନେଇ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, "ତୃତୀୟ କ୍ୟାମ୍ପରୁ ଓହ୍ଲାଇବା ବେଳେ ମାଲୁ ପ୍ରାୟ 6 ହଜାର ମିଟର ତଳକୁ ଖସିଯିବା ପରେ ନିଖୋଜ ହୋଇଯାଇଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି । ମାଲୁଙ୍କୁ ଖୋଜିବା ପାଇଁ ଏକ ଏରିଲ୍ ସର୍ଚ୍ଚ ମଧ୍ୟ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିପାରି ନାହିଁ ।"
ସେ ଆହୁରି ମଧ୍ୟ କହିଛନ୍ତି ଯେ, "ପର୍ବତାରୋହୀ ଅନୁରାଗ ମାଲୁ ପର୍ବତ ଶିଖର ଉପରକୁ ନଯାଇ ଫେରି ଆସୁଥିଲେ, ଏହାପରେ ଅପରାହ୍ନରେ ପାହାଡରେ ଥିବା ଏକ ଫାଟ ଭିତରେ ପଡ଼ିଯାଇଥିଲେ। କୁହାଯାଉଛି ଯେ, ଅନୁରାଗ ମାଲୁ ଦୁନିଆର 8 ହଜାରରୁ ଅଧିକ ଉଚ୍ଚତାର 14 ଟି ପର୍ବତର ଶିଖରକୁ ଛୁଇଣବା ପାଇଁ ଏକ ମିଶନରେ ଅଛନ୍ତି । ଏହି ମିଶନ ଅଧୀନରେ ମାଲୁ ଅନ୍ନପୂର୍ଣ୍ଣା ଶିଖରରେ ଚଢିଥିଲେ । ଗତ ବର୍ଷ ମାଲୁ ମାଉଣ୍ଟ ଆମା ଡାବଲମନ ଶିଖରରେ ପହଞ୍ଚିଥିଲେ। ଚଳିତ ଚଳିତ ବର୍ଷ ମାଲୁ ମାଉଣ୍ଟ ଏଭରେଷ୍ଟ, ଅନ୍ନପୂର୍ଣ୍ଣା ଏବଂ ଲୋହୋଟେ ପର୍ବଚ ଚଢିବାର ଯୋଜନା କରିଥିଲେ। ''
ଏହା ମଧ୍ଯ ପଢନ୍ତୁ-ଜ୍ୟୋତିରାଦିତ୍ୟା ସିନ୍ଧିଆ କୋରୋନା ସଂକ୍ରମିତ
"ରାଜସ୍ଥାନର 34 ବର୍ଷିୟ ଅନୁରାଗ ମାଲୁଙ୍କୁ ଆରଇଏକ୍ସ କରମବୀର ଚକ୍ର ପ୍ରଦାନ କରାଯାଇଛି। ନିଖୋଜ ପର୍ବତାରୋହୀ ମାଲୁଙ୍କ ସନ୍ଧାନ ଜାରି ରହିଛି, କିନ୍ତୁ ତାଙ୍କ ସ୍ଥିତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। ଭାରତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ପର୍ବତ ଉପରକୁ ଚଢିବା ପାଇଁ ଜଣାଶୁଣା ପର୍ବତାରୋହୀ ବାଚେନ୍ଦ୍ରି ପାଲଙ୍କଠାରୁ ପରାମର୍ଶ ନେଇଥିଲେ ବୋଲି କହିଛନ୍ତି ସେଭେନ ସମିତି ଟ୍ରେକ୍ସର ସଭାପତି ମିଙ୍ଗାମ ଶେର୍ପା ।" ଅନ୍ନପୂର୍ଣ୍ଣା ପର୍ବତ ବିଶ୍ବର ଦଶମ ସର୍ବୋଚ୍ଚ ପର୍ବତ, ସମୁଦ୍ର ପତ୍ତନଠାରୁ 8,091 ମିଟର ଉଚ୍ଚରେ ଠିଆ ହୋଇଛି ଏହି ପର୍ବତ । ତେବେ ଅନୁରାଗ ମାଲୁଙ୍କୁ ଅନ୍ନପୂର୍ଣ୍ଣା ପର୍ବତରେ ଖୋଜାଖୋଜି ଜାରି ରହିଛି । ନିଖୋଜ ହେବା ଖବର ତାଙ୍କ ପରିବାର ସଦସ୍ୟଙ୍କୁ ଅବଗତ କରାଯାଇଛି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ ।