ETV Bharat / international

India vs Canada: ଭାରତ ଆସୁଥିବା ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା କାନାଡା - ଟ୍ରାଭେଲ ଆଡଭାଇଜରୀ ଜାରି କଲା କାନାଡା

ଖଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜ୍ଜର ହତ୍ୟାକୁ ଭାରତ ଓ କାନାଡା ମଧ୍ୟରେ ଉପୁଜିଥିବା ତିକ୍ତତା ପରେ ଭାରତ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛି କାନାଡା । ଅଧିକ ପଢନ୍ତୁ

India vs Canada
ଭାରତ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କଲା କାନାଡା
author img

By ETV Bharat Odisha Team

Published : Sep 20, 2023, 10:13 AM IST

Updated : Sep 20, 2023, 6:16 PM IST

ଓଟାବା: ଖଲିସ୍ତାନୀ ସମର୍ଥକଙ୍କୁ ହତ୍ୟା ନେଇ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଦେଖା ଦେଇଛି । ଖଲିସ୍ତାନୀ ସମର୍ଥକ ହରଦୀପ ସିଂ ନିଜ୍ଜର ହତ୍ୟା ପଛରେ ଭାରତର ହାତ ଥିବା କାନାଡା ପ୍ରଧାନମନ୍ତ୍ରୀ ଅଭିଯୋଗ ପରେ ଦୁଇ ଦେଶ ମଧ୍ୟରେ ବିବାଦ ଉପୁଜିଛି । ପ୍ରଥମେ ଦୁଇ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଏବେ କାନାଡା ଭାରତ ଆସୁଥିବା ତାର ପର୍ଯ୍ୟଟକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରିଛି । ଭାରତ ଗସ୍ତ ବେଳେ ସତର୍କ ରହିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି କାନାଡା ।

କାନାଡା ସରକାର ଜାରି କରିଥିବା ଟ୍ରାଭେଲ୍‌ ଆଡଭାଇଜରୀରେ ଭାରତ ଯାତ୍ରା ସମୟରେ ଉଚ୍ଚସ୍ତରୀୟ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଆଡଭାଇଜରୀରେ କୁହାଯାଇଛି କି, କାନାଡା ନାଗରିକଙ୍କୁ ଜମ୍ମୁ କାଶ୍ମୀର ଯାତ୍ରା କରିବାରୁ ବିରତି ନେବାକୁ ହେବ । କାରଣ ସେଠାରେ ବିପଦ ରହିଛି । ଜମ୍ମୁ କାଶ୍ମୀରରେ ଅନ୍ତରୀଣ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ କାନାଡା ସରକାର କହିଛନ୍ତି ଆତଙ୍କବାଦୀ, ଉଗ୍ରବାଦୀ ନାଗରିକଙ୍କୁ ଅପହରଣ କରି ନେବାର ଆଶଙ୍କା ରହିଛି । ଏହି ସବୁ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଭୟ ରହିଛି ।

ଏହା ବି ପଢନ୍ତୁ...ଖଲିସ୍ତାନୀ ଆତଙ୍କୀ ହତ୍ୟା ମାମଲା: କାନାଡା ଅଭିଯୋଗରେ ଆମେରିକାର ଉଦବେଗ, ବାଣିଜ୍ୟ ଆଲୋଚନା ଜାରି ରହିବ କହିଲା ବ୍ରିଟେନ

ଏହା ବି ପଢନ୍ତୁ...India Expels Canadian Diplomat: ଭାରତର କଡା ଜବାବ, କାନାଡା ହାଇ କମିଶନରଙ୍କୁ ସମନ ପରେ ସସ୍‌ପେଣ୍ଡ୍‌

ଏହା ବି ପଢନ୍ତୁ...Canada Expels Indian Diplomat: ଭାରତ ବିରୋଧରେ କାନାଡାର ସଙ୍ଗୀନ ଅଭିଯୋଗ, ଖଣ୍ଡନ କଲେ ସରକାର

କିଏ ନିଜ୍ଜର: 2022 ମସିହାରେ ହରଦୀପ ସିଂ ପଞ୍ଜାବର ଜଳନ୍ଧରରେ ଜଣେ ହିନ୍ଦୁ ପୂଜକଙ୍କୁ ଗୁଳି କରି ହତ୍ୟା କରିଥିଲା । ହରଦୀପ ସିଂଙ୍କ ନେତୃତ୍ବରେ ଖଲିସ୍ତାନ ଟାଇଗର ଫୋର୍ସ ଏହି କାଣ୍ଡ ଘଟାଇଥିଲା । ଏହି ଘଟଣାରେ ଜାତୀୟ ସୁରକ୍ଷା ଏଜେନ୍ସି ତାଙ୍କ ମୁଣ୍ଡ ଉପରେ 10 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ଚଳିତ ବର୍ଷ ଜୁନ 19ରେ ମୋଷ୍ଟ୍‌ ୱାଣ୍ଟେଡ୍‌ ଖଲିସ୍ତାନୀ ନେତା ହରଦୀପ ସିଂହଙ୍କୁ ହତ୍ୟା କରାଯାଇଥିଲା । ଭାରତରେ ବହୁ ହିଂସାତ୍ମକ ଘଟଣାରେ ହରଦୀପ ସିଂର ସମ୍ପୃକ୍ତି ଥିଲା । ସେ ଫେରାର ହୋଇ କାନାଡ଼ାରେ ବସବାସ କରୁଥିଲା ।

ଗତକାଲି କାନାଡା ପ୍ରଧାନମନ୍ତ୍ରୀ ଖଲିସ୍ତାନ ଟାଇଗର ଫୋର୍ସ ମୁଖ୍ୟ ନିଜ୍ଜର ହତ୍ୟା ପଛରେ ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ଅଭିଯୋଗ କରିଥିଲେ । ଏହାପରେ ପ୍ରଥମେ କାନାଡା ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା । ଭାରତ ଏହାର କଡ଼ା ଜବାବ ଦେଇ ଭାରତରେ ଥିବା କାନାଡ଼ା କୂଟନୀତିଜ୍ଞ କାମରେନ ମାକେଙ୍କୁ ବହିଷ୍କାର କରିଥିଲା । 5 ଦିନ ମଧ୍ୟରେ ତାଙ୍କୁ ଭାରତ ଛାଡିବାକୁ କଡା ନିର୍ଦ୍ଦେଶ ଦେଇଥିଲା ଭାରତ ।

Last Updated : Sep 20, 2023, 6:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.