ETV Bharat / international

ଉତ୍ତର ଗାଜାରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ ଜାରି - ଗ୍ରାଉଣ୍ଡ ଅପରେସନ କଲା ଇସ୍ରାଏଲ

ଗତକାଲି ମଧ୍ୟରାତ୍ରିରୁ ଉତ୍ତର-ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ଇସ୍ରାଏଲ ସେନା । ଆତଙ୍କୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିବା ସହ ବନ୍ଧକଙ୍କୁ କରାଯାଉଛି ମୁକ୍ତ । ଅଧିକ ପଢନ୍ତୁ

ଉତ୍ତର ଗାଜାରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ଜାରି

author img

By ETV Bharat Odisha Team

Published : Oct 26, 2023, 6:46 PM IST

ହାଇଦ୍ରାବାଦ: ପ୍ରାୟ ଦୁଇ ସପ୍ତାହ ଧରି ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ କରିବା ପରେ ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ଇସ୍ରାଏଲ ସେନା । ଗତକାଲି ରାତିରୁ ଇସ୍ରାଏଲ ସେନା ପକ୍ଷରୁ ଉତ୍ତର ଗାଜାରେ ଏହି ଅପରେସନ ଜାରି ରହିଛି । ଏଥିରେ ଇସ୍ରାଏଲ ସେନାର ସ୍ପେଶାଲ ୟୁନିଟ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିବା ସହ ହମାସ ଗୋଷ୍ଠୀ ଦ୍ବାରା ଅପହୃତ ହୋଇ ବନ୍ଧକ ଥିବା ଇସ୍ରାଏଲୀ ନାଗରିକଙ୍କୁ ମଧ୍ୟ ଉଦ୍ଧାର କରିବାରେ ଲାଗିଛି । ଏନେଇ ଆଜି ଇସ୍ରାଏଲ ସେନା (ଆଇଡିଏଫ) ଅପରେସନ ସମ୍ପର୍କିତ ଭିଡିଓ ଫୁଟେଜ ସହ ଟ୍ବିଟ କରିଛି ।

  • In preparation for the next stages of combat, the IDF operated in northern Gaza.

    IDF tanks & infantry struck numerous terrorist cells, infrastructure and anti-tank missile launch posts.

    The soldiers have since exited the area and returned to Israeli territory. pic.twitter.com/oMdSDR84rU

    — Israel Defense Forces (@IDF) October 26, 2023 " class="align-text-top noRightClick twitterSection" data=" ">

ଆଇଡିଏଫ ଦ୍ବାରା ସେୟାର କରାଯାଇଥିବା ଫୁଟେଜରେ ଦେଖିବାକୁ ମିଳୁଛି ଯେ, ହମାସ ଆତଙ୍କୀଙ୍କ ଠିକଣାକୁ ଏହି ଅପରେସନରେ ଟାର୍ଗେଟ କରାଯାଉଛି । ଏକ କାରରେ କିଛି ବନ୍ଧୁକଧାରୀ ଯାଉଥିବା ବେଳେ ଇସ୍ରାଏଲ ସେନା ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରି ସେମାନଙ୍କୁ ମାତ୍ର କିଛି ମିନିଟ୍‌ ମଧ୍ୟରେ ନିପାତ କରୁଛି । ଏହି କାରରେ ଥିବା ବନ୍ଧୁକଧାରୀମାନଙ୍କୁ ‘ହମାସ’ର ଆତଙ୍କବାଦୀ ଭାବେ ଇସ୍ରାଏଲ ସେନା ଦର୍ଶାଇଛି ।

  • Watch this never-before-seen footage of combat soldiers from the IDF’s Shaldag Unit operating to neutralize terrorists and rescue the civilians of Kibbutz Be’eri:

    In the footage, you can see the IDF soliders firing at the terrorists' vehicle, killing the driver who then lost… pic.twitter.com/qnXcqDSzCV

    — Israel Defense Forces (@IDF) October 25, 2023 " class="align-text-top noRightClick twitterSection" data=" ">

ସେହିପରି ଅନ୍ୟ ଏକ ଭିଡିଓରେ ଇସ୍ରାଏଲ ସେନାର ଯବାନମାନେ ବନ୍ଧକ ଥିବା ଇସ୍ରାଏଲୀ ନାଗରିକଙ୍କୁ ଉଦ୍ଧାର କରିବାର ଦୃଶ୍ୟ ରହିଛି । ଏହା କୁହାଯାଉଛି ଯେ, ଚଳିତ 7 ତାରିଖରେ ହମାସ ଗୋଷ୍ଠୀ ଆକ୍ରମଣ କରିବା ପରେ ଏହି ଇସ୍ରାଏଲୀ ନାଗରିକମାନଙ୍କ ଉତ୍ତର ଗାଜା ନିକଟରୁ ଅପହରଣ କରାଯାଇ ବନ୍ଧକ ରଖାଯାଇଥିଲା । ସେମାନଙ୍କୁ ପଣବନ୍ଦୀ ଭାବେ ରଖି ଇସ୍ରାଏଲ ଉପରେ ଚାପ ପକାଇବାକୁ ପ୍ରୟାସ କରୁଥିଲା ହମାସ । ପ୍ରାୟ 150ରୁ ଅଧିକ ସାଧାରଣ ଇସ୍ରାଏଲୀ ନାଗରିକ ହମାସ ଦ୍ବାରା ବନ୍ଦୀ ଥିବା ଇସ୍ରାଏଲ ଦାବି କରିଛି । ଏବେ ଦେଖାଯାଉଥିବା ଭିିଡିଓରେ କିଛି ପଣବନ୍ଦୀଙ୍କୁ ଉଦ୍ଧାର କରାଯାଉଥିବାର ଭିଡିଓ ମଧ୍ୟ ଇସ୍ରାଏଲ ପକ୍ଷରୁ ସେୟାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- Day 17 of Israel-Palestine war: ଗାଜାରେ 2 ହଜାର ଶିଶୁଙ୍କ ସହ ମୃତ୍ୟୁସଂଖ୍ୟା 5 ହଜାର ପାର ଆଶଙ୍କା

7 ତାରିଖରୁ ହମାସ ଗୋଷ୍ଠୀର ଆକ୍ରମଣ ପରେ ପାଲେଷ୍ଟାଇନ ଅଧିକୃତ ଗାଜାରେ ଜାରି ରହିଛି ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ । ଉତ୍ତର ଗାଜାରେ ଥିବା ଆତଙ୍କୀ ସଂଗଠନ ‘ହମାସ’ର ସମସ୍ତ ଆଡ୍ଡାକୁ ନଷ୍ଟ କରିବାକୁ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଛି ଇସ୍ରାଏଲ । ହମାସର ଆକ୍ରମଣରେ ଇସ୍ରାଏଲର ପ୍ରାୟ 14 ଶହ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏକାଧିକ ଇସଲାମିକ ସଂଗଠନ ମଧ୍ୟ ହମାସକୁ ସମର୍ଥନ କରି ଇସ୍ରାଏଲକୁ ଆକମଣ କରିବାକୁ ଧମକ ଦେଉଛନ୍ତି । ଲେବନାନର ଆତଙ୍କୀ ସଂଗଠନ ହିଜବୁଲ୍ଲ ମଧ୍ୟ ଇରାକରେ ଥିବା କିଛି ଆମେରିକୀୟ ବେସରେ ଆକ୍ରମଣ କରିଥିବା ଦାବି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.