ETV Bharat / international

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ବିଶ୍ୱ ରାମମୟ, ଆମେରିକାରେ ୪୦ ସ୍ଥାନରେ ଲାଗିଲା ହୋଡିଂ - ଅଯୋଧ୍ୟା ରାମ ମନ୍ଦିର

Ram Mandir Prana Pratistha Ceremony: ଜାନୁଆରୀ 22ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହାସମାରୋହ । ଏହି ଭବ୍ୟ ଦିବସକୁ ନେଇ ସାରା ବିଶ୍ୱରେ ରାମ ନାମ ଶୁଣିବାକୁ ମିଳିଲାଣି । ଆମେରିକାରେ ଅନେକ ସ୍ଥାନରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ବିଲବୋଡ୍ (ହୋଡିଂ) ଲଗାଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଆମେରିକାର ହୋଡିଂରେ 'ରାମ ମନ୍ଦିର ପ୍ରତିଷ୍ଠା ଦିବସ'

author img

By ETV Bharat Odisha Team

Published : Jan 13, 2024, 7:21 AM IST

ଓ୍ବାଶିଂଟନ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ଆଉ ମାତ୍ର ୯ ଦିନ ବାକି ରହିଥିବା ବେଳେ ଏହାର ପ୍ରସ୍ତୁତି ଜୋରଦାର ଚାଲିଛି । କେବଳ ଅଯୋଧ୍ୟା ନଗରୀ ନୁହେଁ ବରଂ ପୁରା ବିଶ୍ୱ ରାମମୟ ହୋଇ ଉଠିଛି । ହଜାର ହଜାର ମାଇଲ ଦୂରରେ ଦେଖିବାକୁ ମିଳିଛି ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସର ହୋଡିଂ । ଆମେରିକାରେ ରାସ୍ତା କଡରେ ବିଭିନ୍ନ ସ୍ଥାନରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଲଗାଯାଇଛି ବିଲବୋର୍ଡ (ହୋଡିଂ)। ଜାନୁଆରୀ 22ରେ ଶ୍ରୀରାମ ମନ୍ଦିର ମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ହେବା ନେଇ ହୋଡିଂଗୁଡ଼ିକରେ ଦର୍ଶାଯାଇଛି । ୟୁଏସର ପାଖାପାଖି 10ଟି ରାଜ୍ୟର ବିଭିନ୍ନ ସ୍ଥାନରେ ପାଖାପାଖି 40ଟି ଏହିଭଳି ହୋଡିଂ ଲଗାଯାଇଥିବା ଦେଖିବାକୁ ମିଳିଛି ।

ଜାନୁଆରୀ 22 ତାରିଖରେ ଶ୍ରୀରାମ ଜନ୍ମଭୂମୀ ଅଯୋଧ୍ୟା ନଗରୀରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ମହାସମାରୋହ । ଯାହାକୁ ନେଇ ଉତ୍ସବମୁଖର ଦେଶ । ଦେଶ ବିଦେଶରେ ଦେଖିବାକୁ ମିଳିଛି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଭବ୍ୟ ସମାରୋହର ପ୍ରଭାବ । ଆମେରିକାରେ ରାସ୍ତା କଡରେ ବିଭିନ୍ନ ସ୍ଥାନରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ଲଗାଯାଇଛି ବିଲବୋର୍ଡ(ହୋଡିଂ) । ବିଶ୍ୱ ହିନ୍ଦୁ ପରଷଦ ଓ ୟୁଏସ ଚାପଟର୍ ପକ୍ଷରୁ ଏହି ହୋଡିଂ ବ୍ୟବସ୍ଥା କରାଯାଇଛି । ୟୁଏସ ପାଖାପାଖି 10ଟି ରାଜ୍ୟରେ ୪୦ଟି ସ୍ଥାନରେ ରାସ୍ତା କଡରେ ଓ ଟ୍ରାଫିକ ସିଗ୍ନାଲ ନିକଟରେ ଏହି ହୋଡିଂ ଲଗାଯାଇଛି ।

ଏହି ବିଲବୋର୍ଡ ନ୍ୟୁୟର୍କ, ନ୍ୟୁଜର୍ସି, ଜର୍ଜିଆ, ଟେକ୍ସାସ୍, ଇଲିନୋଏସ ଓ ଅନ୍ୟ ରାଜ୍ୟଗୁଡିକରେ ଲଗାଯାଇଛି । ସେହିପରି ଆରିଜୋନା ଓ ମିଶୌରୀରେ ଜାନୁଆରୀ 15 ତାରିଖରୁ ଜାନୁଆରୀ 22ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିବସ ନେଇ ବିଲବୋର୍ଡ ଶୋଭା ପାଇବ । ଏହା ପୂର୍ବରୁ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପାଳନ କରିବା ଉଦ୍ଦେଶ୍ୟରେ ଆମେରିକାରେ ଥିବା ପ୍ରବାସୀ ଭାରତୀୟମାନେ ଏକ ବିଶାଳ କାର ରାଲି କରିଥିଲେ । ପ୍ରବାସୀମାନେ ଓ୍ବାଶିଂଟନର ଫ୍ରେଡରିକ ସିଟି ମ୍ୟାରିଲ୍ୟାଣ୍ଡ ଅନ୍ତର୍ଗତ ଅଯୋଧ୍ୟା ଓ୍ବେରେ ଥିବା ଶ୍ରୀ ଭକ୍ତ ଅଞ୍ଜନେୟ ମନ୍ଦିରରେ ଏକତ୍ର ହୋଇ ଶ୍ରୀରାମ ନାରା ଦେଇ କାର ଓ ବାଇକ ରାଲ କରିଥିଲେ । ବିଶ୍ବ ହିନ୍ଦୁ ପରିଷଦ ନେତୃତ୍ବରେ ଏହି ରାଲି ଆୟୋଜନ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ.. ଆମେରିକାରେ ଶୁଭିଲା ଜୟ ଶ୍ରୀରାମ; ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଖୁସିରେ ବାହାରିଲା କାର୍ ରାଲି

ଜାନୁଆରୀ 22ରେ ତାରିଖରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ହେବ । ଏହି ଭବ୍ୟ ସମାରୋହରେ ଯୋଗ ଦେବା ପାଇଁ ଦେଶ ବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପଠାଯାଉଛି ନିମନ୍ତ୍ରଣ ପତ୍ର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାମଲାଲା ପ୍ରାଣ ପ୍ରତିଷ୍ଠା ଅବସରରେ ବ୍ରତ ପାଳନ କରିଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ 16 ତାରିଖରୁ ବୈଦିକ ରୀତିନୀତିରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହେବ । ମୁଖ୍ୟ ଉତ୍ସବର ଏକ ସପ୍ତାହ ପୂର୍ବରୁ ରୀତିନୀତି ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.