ETV Bharat / international

ଜାପାନରେ ବରଫ ଝଡ଼: 17 ମୃତ୍ୟୁ, 90ରୁ ଊର୍ଦ୍ଧ୍ବ ଆହତ - ଜାପାନରେ ଭୟଙ୍କର ବରଫ ଝଡ଼ରେ 17 ଜଣଙ୍କ ମୃତ୍ୟୁ

ଜାପାନରେ ଭୟଙ୍କର ବରଫ ଝଡ଼ରେ 17 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ପ୍ରାୟ 90ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

heavy snow in japan
ଜାପାନରେ ପ୍ରବଳ ତୁଷାରପାତ
author img

By

Published : Dec 27, 2022, 11:49 AM IST

ଟୋକିଓ: ଆମେରିକା ପରେ ଜାପାନରେ ଦେଖାଦେଇଛି ବରଫ ଝଡ଼ (Heavy Snow in Japan) । ଭୀଷଣ ବରଫପାତ ଯୋଗୁଁ ଅତି କମରେ 17 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 90ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ପ୍ରାୟ 100ରୁ ଊର୍ଦ୍ଧ୍ବ ଲୋକଙ୍କ ଘରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିବା ଜାପାନର ବିପର୍ଯ୍ୟୟ ପରିଚାଳନା ଅଧିକାରୀ (Disaster Management Officials) ସୂଚନା ଦେଇଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ: China Taiwan Tension: ଗତ ୨୪ଘଣ୍ଟାରେ ତାଇୱାନ ସୀମାକୁ ୭୧ ଯୁଦ୍ଧ ବିମାନ ପଠାଇଲା ଚୀନ

ଗତ ସପ୍ତାହରୁ ଉତ୍ତର ଜାପାନରେ ଭୟଙ୍କର ଥଣ୍ଡା ଅନୁଭୂତ ହୋଇଛି । ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତାରେ ବଫଳ ଢାଙ୍କି ହୋଇଛି । ଫଳରେ ଶହଶହ ଯାନବାହନ ଫଶିରହିବା ସହ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ବରଫ ଝଡ଼ ଯୋଗୁଁ ଶନିବାର ସୁଦ୍ଧା 11 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସୋମବାର ତାହା 17କୁ ବୃଦ୍ଧି ପାଇଛି । ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ସେହିପରି 93 ଜଣ ଆହତ ହୋଇଥିବା ଅଶ୍ନିଶମ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ସୂଚନା ଦେଇଛନ୍ତି । ଛାତରେ ବରଫ ସଫା କରୁଥିବା ସମୟରେ ତଳେ ପଡ଼ି ଅଧିକାଂଶଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ବରଫରେ ପୋତି ହୋଇ କେତେକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ତେଣୁ ବରଫ ସଫା କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Bomb Cyclone: ଆମେରିକାରେ ତୁଷାର ଝଡ, ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି

ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ସୂଚନା ଅନୁଯାୟୀ, ଟୋକିଓର ପ୍ରାୟ 300 କିମି ଉତ୍ତରରେ ଥିବା ୟାମାଗାଟା ପ୍ରିଫେକ୍ଟରର ନାଗାଇ ସହରରେ ବରଫରେ ପୋତି ହୋଇ 70 ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ସେପଟେ ଉତ୍ତର-ପୂର୍ବ ଜାପାନର ଅନେକ ସ୍ଥାନରେ ଭୀଷଣ ତୁଷାରପାତ ହୋଇଛି । ପ୍ରାୟ 20 ହାଜରରୁ ଊର୍ଦ୍ଧ୍ବ ପରିବାରଙ୍କ ଘରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ପ୍ରବଳ ବରଫ ଝଡ଼ ଯୋଗୁଁ ରବିବାର ଅନେକ ଟ୍ରେନ ଓ ବିମାନ ଚଳାଚଳ ବନ୍ଦ ରହିଥିଲା । ଏହାପରେ ପୁନଃ ଚଳାଚଳ ଆରମ୍ଭ ହୋଇଥିବା ପରିବହନ ମନ୍ତ୍ରାଳୟ ପକ୍ଷରୁ ସୂଚନା ।

ସୂଚନା ଥାଉକି, ଆମେରିକାରେ ମୃତ୍ୟୁର ତାଣ୍ଡବ ରଚିଛି ବରଫ ଝଡ଼ । ଭୀଷଣ ତୁଷାରପାତ ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ 50 ଜଣଙ୍କ ମୃତ୍ୟୁ ଘଟିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । କଲୋରାଡୋ, କାନସାସ, ଓକଲାହୋମା, ନେବ୍ରାକ୍ସା, ନ୍ୟୁୟର୍କ ଏବଂ ଓହିଓରେ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ଘଣ୍ଟାପ୍ରତି 70 ବେଗରେ ତୁଷାର ଝଡ ହୋଇଛି । ଝଡ ସହ ବର୍ଷା ତାଣ୍ଡବ ରଚିଛି । ଲୋକମାନଙ୍କ ଜୀବନ ଦୁର୍ବିସହ କରି ଦେଇଛି ଏହି ଝଡ । ବୁଫାଲୋରେ ରାସ୍ତାଘାଟ ଓ ଘର ଉପରେ ପ୍ରାୟ 6 ଫୁଟ ଉଚ୍ଚର ବରଫ ଜମା ହୋଇଛି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିଛି । ଘରେ ରହିବାକୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.