ETV Bharat / international

Israel Attack: ପାଲେଷ୍ଟିନୀୟଙ୍କ ମୃତ୍ୟୁ ସଂଖ୍ୟା ୧୧ ହଜାର ପାର, ତଥ୍ୟ ଦେଲା ହମାସ

author img

By ETV Bharat Odisha Team

Published : Nov 10, 2023, 9:45 PM IST

ଗାଜାରେ ପାଲେଷ୍ଟିନୀୟଙ୍କ ମୃତ୍ୟୁ ସଂଖ୍ୟା ୧୧ ହଜାର ପାର । ତଥ୍ୟ ରଖିଲା ହମାସ ନେତୃତ୍ବାଧୀନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

Palestinian death toll
Palestinian death toll

ଗାଜା: ଇସ୍ରାଏଲ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଦୀର୍ଘ ଦିନ ଧରି ଜାରି ରହିଛି ଯୁଦ୍ଧ । ହମାସ ନେତୃତ୍ବାଧୀନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗାଜାରେ ବସବାସ କରୁଥିବା ପାଲେଷ୍ଟିନୀୟଙ୍କ ମୃତ୍ୟୁ ସଂଖ୍ୟା ୧୧ ହଜାର ପାର କରିଛି । ଗତ ଅକ୍ଟୋବର ୭ ତାରିଖଠାରୁ ଇସ୍ରାଏଲର ଲଗାତାର ଆକ୍ରମଣ ଯୋଗୁଁ ଗାଜାରେ ୧୧ ହଜାର ୭୮ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଇସ୍ରାଏଲରେ ପ୍ରାୟ ୧୪୦୦ ଲୋକଙ୍କ ପ୍ରାଣହାନି ଘଟିଥିବା ବେଳେ ଗାଜାରେ ୪୧ ଜଣ ଇସ୍ରାଏଲ ସୈନ୍ୟଙ୍କ ମୃତ୍ୟୁ ଘଟିଛି । ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହଠାତ ହମାସ ଆକ୍ରମଣ କରିବା ପରେ ଏହାର ପ୍ରତି ଜବାବରେ ହମାସର ମୂଳୋତ୍ପାଟନ ପାଇଁ ଏକପ୍ରକାର ପଣ କରିନେଇଛି ଇସ୍ରାଏଲ । ଏଥିଲାଗି ସେହି ଦିନ ଠାରୁ ଇସ୍ରାଏଲ ଗାଜାରେ ଆକ୍ରମଣ କରିବାରେ ଲାଗିଛି । ଗାଜା ସିଟିରେ ଶୁକ୍ରବାର ସକାଳୁ ଅନେକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଏହି ହସ୍ପିଟାଲରେ ହମାସର ଆତଙ୍କବାଦୀମାନେ ଲୁଚି ଥିବା ଯୋଗୁଁ ଏହି ଆଟାକ୍‌ କରାଯାଇଥିବା ସ୍ପଷ୍ଟୀକରଣ ରଖିଛି ଇସ୍ରାଏଲ । ହମାସ ଆତଙ୍କବାଦୀ ଗୋଷ୍ଠୀ ସିଫା ହସ୍ପିଟାଲ କମ୍ପ୍ଲେକ୍ସକୁ ଏହାର ମୁଖ୍ୟ କମାଣ୍ଡ ସେଣ୍ଟର କରିଥିବା ଦାବି କରିଛି ଇସ୍ରାଏଲ ।

ଏହା ବି ପଢନ୍ତୁ- Israel-Hamas War: ଦିନକୁ ୨ ଖଣ୍ଡ ରୁଟିରେ ଜୀବନ କାଟୁଛନ୍ତି ଗାଜାବାସୀ, ପିଇବାକୁ ମିଳୁନି ପାଣି

ସେପଟେ ଉଭୟ ହସ୍ପିଟାଲ କର୍ମଚାରୀ ଓ ହମାସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ପାଲେଷ୍ଟିନୀୟଙ୍କୁ ମୂଳପୋଛ କରିବା ଲାଗି ଏହା ଇସ୍ରାଏଲର ଷଡ଼ଯନ୍ତ୍ର ବୋଲି ହମାସ ଅଭିଯୋଗ କରିଛି । ସୂଚନା ଥାଉ କି ଶୁକ୍ରବାର ସକାଳୁ ଶିଫା ହସ୍ପିଟାଲ ଓ ଗାଜାରେ ହମାସ ଦ୍ବାରା ପରିଚାଳିତ ମିଡିଆ ଅଫିସ ଉପରେ ମଧ୍ୟ ଏୟାର ଷ୍ଟାଇକ କରିଥିଲା ଇସ୍ରାଏଲ । ଏହି ଆକ୍ରମଣରେ ଶିଫା ହସ୍ପିଟାଲରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ହମାସ ପକ୍ଷରୁ ସୂଚନା ଦିଆଯାଇଥିଲା । ସେପଟେ ଇସ୍ରାଏଲ ମିଲିଟାରୀର ସୂଚନା ଅନୁସାରେ ଶୁକ୍ରବାର କରାଯାଇଥିବା ଆକ୍ରମଣରେ ୧୯ ଜଣ ହମାସ ଆତଙ୍କବାଦୀଙ୍କ ସମେତ ଜଣେ କମ୍ପାନୀ କମାଣ୍ଡର ଓ ଜଣେ ପ୍ଲାଟୁନ କମାଣ୍ଡର ନିହତ ହୋଇଛନ୍ତି ।

ଏହା ବି ପଢନ୍ତୁ- ପାଲେଷ୍ଟାଇନ ଶ୍ରମିକଙ୍କ ବଦଳରେ ଲକ୍ଷେ ଭାରତୀୟଙ୍କୁ ନିଯୁକ୍ତ କରିବ ଇସ୍ରାଏଲ ! କଣ କହୁଛି ବିଦେଶ ମନ୍ତ୍ରଣାଳୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.