ETV Bharat / international

Israel-Palestine War: ଭ୍ରମିତ କରୁଛି ଇସ୍ରାଏଲ, ଘର ନ ଛାଡିବାକୁ ଗାଜାବାସୀଙ୍କୁ କହିଲା ହମାସ - ବାସଗୃହ ନ ଛାଡିବାକୁ ଗାଜାବାସୀଙ୍କୁ କହିଲା ହମାସ

ଗାଜାସିଟିର ଉତ୍ତରାଞ୍ଚଳବାସୀଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଲା ଇସ୍ରାଏଲ । ସେପଟେ ବାସଗୃହ ନ ଛାଡିବାକୁ ଗାଜାବାସୀଙ୍କୁ ହମାସର ଅନୁରୋଧ । ଅଧିକ ପଢନ୍ତୁ

Israel-Palestine War
Israel-Palestine War
author img

By ETV Bharat Odisha Team

Published : Oct 13, 2023, 3:59 PM IST

ଜେରୁଜେଲମ: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଆଜି ସପ୍ତମ ଦିନରେ ଯୁଦ୍ଧ ଜାରି ରହିଛି । ଉଭୟ ପାର୍ଶ୍ବରୁ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଲାଣି । ଏହାରି ମଧ୍ୟରେ ଉତ୍ତରାଞ୍ଚଳ ଗାଜାବାସୀଙ୍କୁ ତୁରନ୍ତ ନିଜ ଘର ଛାଡ଼ି ପଳାଇବାକୁ ଇସ୍ରାଏଲ ଏକ ବିବୃତ୍ତି ଜାରି କରି ନିର୍ଦ୍ଦେଶ ଦେଇଛି । ଏହାପରେ ନିଜ ଘରେ ରହିବାକୁ ଗାଜାବାସୀଙ୍କୁ ଅନୁରୋଧ କରିଛି ହମାସ । ଇସ୍ରାଏଲ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାକୁ ଅଣଦେଖା କରିବାକୁ ପାଲେଷ୍ଟାଇନଙ୍କୁ କହିଛି ହମାସ ।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ ଇସ୍ରାଏଲ ଉତ୍ତରାଞ୍ଚଳ ଗାଜାବାସୀଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶନାମା ଜାରି କରିବା ପରେ ହମାସ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ସଙ୍ଗେ ସଙ୍ଗେ ଏକ ବିବୃତ୍ତି ମାଧ୍ୟମରେ କୁହାଯାଇଛି," ଇସ୍ରାଏଲ ବିଭିନ୍ନ ପ୍ରକାର ମିଥ୍ୟା ପ୍ରୋପାଗଣ୍ଡା ଆପଣାଇ ପାଲେଷ୍ଟାଇନବାସୀଙ୍କୁ ଭ୍ରମିତ କରିବାକୁ ଚାହୁଁଛି । ଏଣୁ କେହି ନିଜ ଘର ଛାଡନ୍ତୁ ନାହିଁ । ଘର ଛାଡିଲେ ଉକ୍ତ ସ୍ଥାନରେ ନିଜ ଅଡ୍ଡା ଜମାଇବା ଲାଗି ଇସ୍ରାଏଲର ଏହା ଏକ ପ୍ରୋପାଗଣ୍ଡା ।" ଏହାସହିତ ଅନ୍ତର୍ଜାତୀୟ ସ୍ତରର ଅନୁଷ୍ଠାନ ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ- Israel-Gaza War: ଇସ୍ରାଏଲକୁ ଇରାନର କଡା ଧମକ, ଆକ୍ରମଣ ବନ୍ଦ ନ କଲେ ଅନ୍ୟ ଦିଗରୁ ମୁଣ୍ଡ ଟେକିବ ଯୁଦ୍ଧ !

ଶୁକ୍ରବାର ପ୍ରାତଃ ସମୟରେ ଇସ୍ରାଏଲ ଡିଫେନ୍ସ ଫୋର୍ସ (IDF) ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏଥିରେ ଗାଜା ସିଟିର ଉତ୍ତରାଞ୍ଚଳରେ ରହୁଥିବା ପାଲେଷ୍ଟାଇନଙ୍କୁ ନିଜ ଘର ଛାଡ଼ି ଦକ୍ଷିଣାଞ୍ଚଳ ଚାଲିଯିବାକୁ କହିଥିଲା ଇସ୍ରାଏଲ । କାରଣ ହମାସ ଆତଙ୍କବାଦୀ ଗୋଷ୍ଠୀର ଅଡ୍ଡାସ୍ଥଳରେ ଇସ୍ରାଏଲ ବୋମା ଫିଙ୍ଗିବାକୁ ଯାଉଛି । ଏଣୁ ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ଦକ୍ଷିଣାଞ୍ଚଳ (ୱାଡି ଗାଜା)କୁ ଚାଲିଯିବାକୁ ଗାଜାବାସୀଙ୍କୁ କୁହାଯାଇଥିଲା । ୱାଡି ଗାଜା ଏକ ଉପକୂଳବର୍ତ୍ତୀ ଅଞ୍ଚଳ । ଏଠାକୁ ଯିବାକୁ କହିଥିଲା IDF । ଆଉ ଏକ ନିର୍ଦ୍ଦେଶନାମା ଜାରି ହେବା ପରେ ପୁଣି ନିଜ ବାସସ୍ଥାନକୁ ଫେରିବାକୁ ଗାଜାବାସୀଙ୍କୁ ଇସ୍ରାଏଲ କହିଛି ।

ଏହା ବି ପଢନ୍ତୁ- Gaza-Israel war: ହତ୍ୟାର ଶିକାର ନବଜାତ ଶିଶୁର ଫଟୋ ସେୟାର କରି ନେତାନ୍ୟାହୁଙ୍କ ଚେତାବନୀ

IDF ଆହୁରି କହିଛି ଯେ ହମାସ ଆତଙ୍କବାଦୀମାନେ ସହରର ମଧ୍ୟରେ ଥିବା ଟନେଲରେ ଲୁଚୁଥିବା ସୂଚନା ମିଳିଛି । ତେବେ ଏଠାରେ ଜନସଂଖ୍ୟା ଅଧିକ ଥିବାରୁ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ଇସ୍ରାଏଲକୁ ଅସୁବିଧା ହେଉଛି । ହମାସ ଆତଙ୍କବାଦୀ ଗୋଷ୍ଠୀ ନିଜର ସୁରକ୍ଷା ଲାଗି ସେମାନଙ୍କର ବ୍ୟବହାର କରୁଥିବା ଇସ୍ରାଏଲ କହିଛି । ଏଣୁ ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଦିନ ପର୍ଯ୍ୟନ୍ତ ଏହି ଅଞ୍ଚଳ ଛାଡ଼ି ୱାଡି ଗାଜାକୁ ଚାଲିଯିବାକୁ କହିଛି ଇସ୍ରାଏଲ । ସେପଟେ ଇସ୍ରାଏଲର ଏହି ନିର୍ଦ୍ଦେଶନାମାକୁ ବିରୋଧ କରିଛି ମିଳିତ ଜାତିସଂଘ । ଗାଜାର ଉତ୍ତରାଞ୍ଚଳରେ ପ୍ରାୟ ୧.୧ ମିଲିୟନ ଲୋକ ବାସ କରୁଥିବାରୁ ଘର ଛାଡ଼ିବାର ସମ୍ଭବପର ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.