ଏଥେନ୍ସ: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗ୍ରୀସ ନିଜ ରାଷ୍ଟ୍ରର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନରେ କଲା ସମ୍ମାନିତ । ଗ୍ରୀସ୍ ରାଜଧାନୀ ଏଥେନ୍ସରେ ଗ୍ରୀକ୍ ରାଷ୍ଟ୍ରପତି କଟେରିନା ଏନ. ସକେଲାରୋପୋଲୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ 'ଗ୍ରାଣ୍ଡ କ୍ରସ୍ ଅଫ ଦ ଅର୍ଡର ଅଫ ହନର'ରେ ସମ୍ମାନିତ କରିଛନ୍ତି । ଏହି ସମ୍ମାନରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ (X) ଯୋଗେ ଗ୍ରୀସ୍କୁ ଧନ୍ୟବାଦ ଜଣାଇଛନ୍ତି ।
-
I thank President Katerina Sakellaropoulou, the Government and people of Greece for conferring upon me The Grand Cross of the Order of Honour. This shows the respect the people of Greece have towards India. @PresidencyGR pic.twitter.com/UWBua3qbPf
— Narendra Modi (@narendramodi) August 25, 2023 " class="align-text-top noRightClick twitterSection" data="
">I thank President Katerina Sakellaropoulou, the Government and people of Greece for conferring upon me The Grand Cross of the Order of Honour. This shows the respect the people of Greece have towards India. @PresidencyGR pic.twitter.com/UWBua3qbPf
— Narendra Modi (@narendramodi) August 25, 2023I thank President Katerina Sakellaropoulou, the Government and people of Greece for conferring upon me The Grand Cross of the Order of Honour. This shows the respect the people of Greece have towards India. @PresidencyGR pic.twitter.com/UWBua3qbPf
— Narendra Modi (@narendramodi) August 25, 2023
ଗ୍ରୀସର ନାଗରିକ ସମ୍ମାନରେ ସମ୍ମାନିତ ହେବା ପରେ ମୋଦି ଟ୍ବିଟ କରି କହିଛନ୍ତି, " ମୋତେ 'ଗ୍ରାଣ୍ଡ କ୍ରସ୍ ଅଫ ଦ ଅର୍ଡର ଅଫ ହନର'ରେ ସମ୍ମାନିତ କରିଥିବାରୁ ମୁଁ ଗ୍ରୀକ୍ ରାଷ୍ଟ୍ରପତି କଟେରିନା ଏନ. ସକେଲାରୋପୁଲୁ, ଗ୍ରୀସ୍ ସରକାର ଓ ଏହାର ନାଗରିକଙ୍କୁ ଧନ୍ୟବାଦ ଜଣାଉଛି । ଏହା ଭାରତ ପ୍ରତି ଗ୍ରୀସ୍ ନାଗରିକଙ୍କ ସମ୍ମାନଭାବକୁ ଦର୍ଶାଇଥାଏ ।" ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘ ୪୦ ବର୍ଷର ବ୍ୟବଧାନ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଗ୍ରୀସ ଗସ୍ତରେ ଆସିଛନ୍ତି । ତଥାପି ଭାରତ ଓ ଗ୍ରୀସ ମଧ୍ୟରେ ସମ୍ପର୍କ ସେପରି ମଜଭୁତ ରହିଛି ।
ଗ୍ରୀସ ଓ ଭାରତ ଉଭୟ ରାଷ୍ଟ୍ର ମଧ୍ୟରେ ୨ ପୁରାତନ ସଭ୍ୟତା, ୨ ପୁରାତନ ଗଣତାନ୍ତ୍ରିକ ବିଚାରଧାରା ଓ ୨ ପୁରାତନ ବ୍ୟାପାର ଏବଂ ସାଂସ୍କୃତିକ ସମ୍ବନ୍ଧ ସାମଞ୍ଜସ୍ୟ ରହିଛି । ଏହି ୨ ରାଷ୍ଟ୍ରର ସମ୍ପର୍କ ଏବେ ବି ମଜଭୁତ ରହିଛି ବୋଲି ମୋଦି କହିଛନ୍ତି । ତେବେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗ୍ରାଣ୍ଡ କ୍ରସ୍ ଅଫ ଦ ଅର୍ଡର ଅଫ ହନର'ର ସ୍ଥାପନା ୧୯୭୫ରେ ହୋଇଥିଲା । ଗ୍ରୀକ୍ ରାଷ୍ଟ୍ରପତି ଅନ୍ୟ ଦେଶର ପ୍ରଧାନମନ୍ତ୍ରୀ ଓ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ରାଷ୍ଟ୍ରର ଏହି ଦ୍ବିତୀୟ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଥାନ୍ତି ।
ଏହା ବି ପଢନ୍ତୁ- PM Modi Arrives In Greece: ୪୦ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗ୍ରୀସ ଗସ୍ତ
ଗ୍ରୀସ-ଭାରତ ମଧ୍ୟରେ ଥିବା ସମ୍ପର୍କକୁ ମଜଭୁତ କରିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବାରୁ ଏହି ସମ୍ମାନରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଥିବା କହିଛି ଗ୍ରୀସ । ଗ୍ରୀସ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଜଣେ ଏପରି ରାଷ୍ଟ୍ର ମୁଖ୍ୟ ଯିଏକି ବିଶ୍ବ ସହିତ ନିଜ ଦେଶର ସମ୍ପର୍କକୁ ମଜଭୁତ କରିଛନ୍ତି । ଏହାସହ ଭାରତର ଅର୍ଥନୀତିର ବିକାଶ କ୍ଷେତ୍ରରେ ମଧ୍ୟ ବଳିଷ୍ଠ ଭୂମିକା ଗ୍ରହଣ କରିଛନ୍ତି । ଏହାସହ ମୋଦି ହେଉଛନ୍ତି ଜଣେ ଏପରି ରାଜନେତା ଯିଏକି ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରାଥମିକତା ଦେଇଥାନ୍ତି ।
ସୂଚନା ଥାଉ କି ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଆଜି ପ୍ରଧାନମନ୍ତ୍ରୀ ଦିନିକିଆ ଗ୍ରୀସ ଗସ୍ତର ଅଛନ୍ତି । ଏହି ଅବସରରେ ମୋଦିଙ୍କୁ ରାଜଧାନୀ ଏଥେନ୍ସଠାରେ ପ୍ରବାସୀ ଭାରତୀୟମାନେ ଢୋଲ ବାଜା ବଜାଇ ଭବ୍ୟ ସ୍ବାଗତ କରିଥିବା ଦେଖିବାକୁ ମିଳିଥିଲା । ଭାରତ ମାତାକି ଜୟ, ବନ୍ଦେ ମାତରମ୍ ଧ୍ବନିରେ କମ୍ପିଥିଲା ପୁରା ଅଞ୍ଚଳ । ହାତରେ ଜାତୀୟ ପତାକା ଓ ପ୍ଲାକାର୍ଡ ଧରି ମୋଦି ମୋଦି ନାରା ଦେଇଥିଲେ ପ୍ରବାସୀ ଭାରତୀୟ । ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ହାତ ମିଳାଇବା ସହ କଥା ହୋଇଥିଲେ । ତେବେ ଦୀର୍ଘ ୪୦ ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗ୍ରୀସ ଗସ୍ତ । ଶେଷଥର ୧୯୮୩ ମସିହାରେ ଇନ୍ଦିରା ଗାନ୍ଧୀ ଗ୍ରୀସ ଯାଇଥିଲେ ।