ମସ୍କୋ: ପରଲୋକରେ ପୂର୍ବତନ ସୁପ୍ରିମ ସୋଭିଏତର ଅଧ୍ୟକ୍ଷ ଋଷଲାନ ଖାସବୁଲତୋଭ । ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ରହିଛି(Former Supreme Soviet Chairman Ruslan Khasbulatov Dies At 80) । ଏନେଇ TASS ପକ୍ଷରୁ ସୂଚନା ଦିଆଯାଇଛି । ସେ RSFRS( Russian Soviet Federative Socialist Republic)ର ଅଧ୍ୟକ୍ଷ ଥିଲେ ।
ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର
TASS ପକ୍ଷରୁ ଦିଆଯାଇଥିବା ସୂଚନାଅନୁସାରେ, ମସ୍କୋରେ ନିଜ ବାସଭବନରେ ଋଷଲାନ ଖାସବୁଲତୋଭଙ୍କ ପରଲୋକ ହୋଇଛି । ଆସନ୍ତା ୫ ତାରିଖରେ ଗ୍ରୋଜ୍ନୀରେ ଅନ୍ତିମ ସଂସ୍କାର କରାଯିବା ନେଇ ଋଷଲାନଙ୍କ ପରିବାର ତରଫରୁ ସୂଚନା ଦିଆଯାଇଛି ।
୨୨ ନଭେମ୍ବର ୧୯୪୨ମସିହାରେ ଜନ୍ମ
୧୯୪୨ ମସିହାର ନଭେମ୍ବର ୨୨ ତାରିଖରେ ଗ୍ରୋଜ୍ନୀରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ଦଶକର ମଧ୍ୟଭାଗରେ ସେ ତତ୍କାଳୀନ ରାଷ୍ଟ୍ରପତି ବୋରିସ ୟେଲଟସିନଙ୍କ ସହ ମିଶି କାମ କରିବା ଆରମ୍ଭ କରିଥିଲେ । ଏହାପରେ ୧୯୯୦ ମସିହାରେ ସେ ଋଷର SFSR କଂଗ୍ରେସ ପିପୁଲ୍ସ ଡେପୁଟିରେ ନିର୍ବାଚିତ ହୋଇଥିଲେ ।
୧୯୯୧ ମସିହାରେ ସଂସଦର ଅଧ୍ୟକ୍ଷଭାବେ ନିର୍ବାଚିତ
୧୯୯୧ ମସିହାରେ ଋଷଲାନ ଖାସବୁଲତୋଭ ସଂସଦର ଅଧ୍ୟକ୍ଷଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ବର୍ଷ ଶେଷରେ ସୋଭିଏତ୍ ୟୁନିଅନର ପତନ ପରେ କାର୍ଯ୍ୟ ଆରମ୍ଭ କରିଥିଲେ । ସୋଭିଏତ୍ ୟୁନିଅନ ଭାଙ୍ଗିବା ପରେ ୟେଲଟସିନ ଏବଂ ଋଷଲାନ ଖାସବୁଲତୋଭଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଥିଲା । ସେ ୧୯୯୧ ମସିହାରୁ ୧୯୯୩ ମସିହା ୨ ବର୍ଷ ପର୍ଯ୍ୟନ୍ତ RSFRSର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ ।
TASSର ରିପୋର୍ଟ ଅନୁସାରେ, ସେ ପ୍ଲେଖାନୋଭ ଋଷିଆନ ବିଶ୍ବ ଅର୍ଥନୀତି ୟୁନିଭରସିଟିରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଏହାପରେ ୨୦୦୯ ମସିହାରେ ବିଶ୍ବବିଦ୍ୟାଳୟରେ ଏକ ବୈଜ୍ଞାନିକ ଲାବ୍ରୋଟୋରୀର ମୁଖ୍ୟ ହେଲେ । ସେ ୧୯୮୬ ମସିହାରେ ଶ୍ରମ ବୀରତା ଏବଂ ୨୦୦୮ ମସିହାରେ ଋଷିଆନ ଫେଡେରେସନ ପାଇଁ ସମ୍ମାନୀତ ହୋଇଥିଲେ ।