ETV Bharat / international

4 ବର୍ଷ ପରେ ପାକିସ୍ତାନ ଫେରିଲେ ସରିଫ, ଲାହୋରରେ ଜନସଭାକୁ କରିବେ ସମ୍ବୋଧିତ - ପାକିସ୍ତାନ ରାଜନୀତି

4 ବର୍ଷ ପରେ ସ୍ବଦେଶ ଫେରିଲେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । 2019ରେ ବେଲରେ ଚିକିତ୍ସା ପାଇଁ ଲଣ୍ଡନ ଯାଇ ଆଉ ଫେରିନଥିଲେ । ଗୁରୁବାର ବେଲ ମଞ୍ଜୁର କରିଥିଲେ ଇସଲାମାବାଦ ହାଇକୋର୍ଟ । ଅଧିକ ପଢନ୍ତୁ

4 ବର୍ଷ ପରେ ପାକିସ୍ତାନ ଫେରିଲେ ସରିଫ
4 ବର୍ଷ ପରେ ପାକିସ୍ତାନ ଫେରିଲେ ସରିଫ
author img

By ETV Bharat Odisha Team

Published : Oct 21, 2023, 5:41 PM IST

ହାଇଦ୍ରାବାଦ: ଦୀର୍ଘ 4 ବର୍ଷ ପରେ ସ୍ବଦେଶ ଫେରିଛନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । କ୍ଷମତାରୁ ହଟିବା ପରେ ସେ ଘୋଟାଲା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ପରେ ଚିକିତ୍ସା ପାଇଁ ବେଲ ପାଇ ଲଣ୍ଡନ ଯାଇ ଆଉ ଫେରିନଥିଲେ । ତାଙ୍କ ନାମରେ ଏକାଧିକ ମାମଲା ମଧ୍ୟ ଜାରି ରହିଛି । ଦୀର୍ଘ 4 ବର୍ଷ ଆତ୍ମନିର୍ବାସନରେ ରହିବା ପରେ ଏବେ ପାକିସ୍ତାନ ସାଧାରଣ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ସରିଫ ଆଜି ସ୍ବଦେଶ ଫେରିଛନ୍ତି । ଆଜି ସେ ଲଣ୍ଡନରୁ ଦୁବାଇ ଭାୟା ହୋଇ ଅପରାହ୍ନରେ ଇସଲାମାବାଦ ବିମାନ ବନ୍ଦରରେ ଅବତରଣ କରିଛନ୍ତି ।

ତେବେ ତାଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ନେଇ ତାଙ୍କ ଦଳ PML-Nର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଲାହୋରରେ ଏକ ବିଶାଳ ଦଳୀୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ଦଳର ଜଣେ ବରିଷ୍ଠ ନେତାଙ୍କ ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବା ପାଇଁ ଇସଲାମାବାଦରୁ ଲାହୋର ଗସ୍ତ କରିବେ ସରିଫ । କ୍ଷମତାରୁ ହଟିବା ପରେ ସିରଫ ଏକାଧିକ ଘୋଟାଲା ମାମଲାରେ ଛନ୍ଦି ହୋଇଥିଲେ । ତେବେ ଗୁରୁବାର ତାଙ୍କୁ ଇସଲାମାବାଦ ହାଇକୋର୍ଟରୁ ବେଲ ମିଳିଥିଲା । ଏହା ପରେ ଆଜି ସେ ସ୍ବଦେଶ ଫେରୁଛନ୍ତି ।

2017ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ବରଖାସ୍ତ ହୋଇଥିଲେ ସରିଫ । 2016 ପାନାମା ପେପର ଲିକ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନ ସୁପ୍ରିମକୋର୍ଟ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବରଖାସ୍ତ କରିଦେଇଥିଲେ । ପରେ ସେ ଅଲ-ଜିଜିରା ଘୋଟାଲା ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ 7 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । 2019 ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିଲା । ସେ ଉନ୍ନତ ଚିକିତ୍ସା ପାଇଁ ଲଣ୍ଡନ ଯିବାପାଇଁ ବେଲ ଆବେଦନ କରିଥିଲେ । କେବଳ ମେଡିକାଲ ଗ୍ରାଉଣ୍ଡରେ ତାଙ୍କୁ 4 ସପ୍ତାହ ବେଲ ମିଳିଥିଲେ ସୁଦ୍ଧା ସେ ଲଣ୍ଡନ ଯାଇ ପରବର୍ତ୍ତୀ ସମୟରେ ଆଉ ପାକିସ୍ତାନ ଫେରିନଥିଲେ ।

ଏହା ମଧ୍ୟ ପଢନ୍ତୁ :- India-Canada row: ଭାରତରେ ରହୁଥିବା ନାଗରିକଙ୍କ ଲାଗି କାନାଡାର ଆଡଭାଇଜରି ଜାରି, ସତର୍କ ରହିବାକୁ ପରାମର୍ଶ

ତେବେ 4 ବର୍ଷ ପରେ ସେ ଗୁରୁବାର ଇସଲାମାବାଦ ହାଇକୋର୍ଟରୁ ଚଳିତ (ଅକ୍ଟୋବର) 24 ତାରିଖ ପର୍ଯ୍ୟନ୍ତ ସୁରକ୍ଷାତ୍ମକ ବେଲ ପାଇବାରେ ସକ୍ଷମ ହୋଇଛନ୍ତି । ବେଲ ପାଇବା ପରେ ଆଜି ଇସଲାମାବାଦରେ ପହଞ୍ଚିଛନ୍ତି ସରିଫ । ନିର୍ବାଚନ ପୂର୍ବରୁ ସିରଫଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାକିସ୍ତାନ ରାଜନୀତିରେ ଉଷ୍ମତା ଭରିଛି । ଏବେ ନଓ୍ବାଜ ସରିଫଙ୍କ ଭାଇ ସେହେଓ୍ବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.