ETV Bharat / international

Sheikh Rashid Ahmed Arrested: ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଶେଖ ରସିଦ୍ ଅହମ୍ମଦ ଗିରଫ

ପାକିସ୍ତାନର ପୂର୍ବତନ ମନ୍ତ୍ରୀ ତଥା ଇମ୍ରାନ ଖାନଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଶେଖ୍ ରସିଦ ଅହମ୍ମଦ ଗିରଫ । ଅଧିକ ପଢନ୍ତୁ

ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଶେଖ ରସିଦ୍ ଅହମ୍ମଦ ଗିରଫ

author img

By

Published : Feb 2, 2023, 11:17 AM IST

ଇସଲାମବାଦ: ପାକିସ୍ତାନର ପୂର୍ବତନ ମନ୍ତ୍ରୀ ତଥା ଆୱାମି ମୁସଲିମ୍ ଲିଗ୍‌ର ମୁଖ୍ୟ ଶେଖ୍ ରସିଦ ଅହମ୍ମଦ ଗିରଫ ହୋଇଛନ୍ତି । ଆଜି(ଗୁରୁବାର) ଭୋର୍ ସମୟରେ ଇସଲାମବାଦର ମୁରେ ମୋଟରୱେରୁ ତାଙ୍କୁ ଗିରଫ କରାଯାଇଛି । ଗିରଫଦାରୀ ସମୟରେ ତାଙ୍କ ନିକଟରୁ ଗୋଟିଏ ମଦ ବୋତଲ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ଶେଖ୍ ରସିଦ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅତ୍ୟନ୍ତ ଘନିଷ୍ଠ ସହଯୋଗୀ ଅଟନ୍ତି ।

ଇମ୍ରାନ ଖାନଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ୍ ଅଲ୍ଲୀ ଜରଦାରୀ ଷଡଯନ୍ତ୍ର ରଚୁଥିବା ଓ ଏଥିପାଇଁ ଆତଙ୍କବାଦୀଙ୍କୁ ସୁପାରି ଦେଇଥିବା ରସିଦ ଅଭିଯୋଗ ଆଣିଥିଲେ । ଏନେଇ ତାଙ୍କ ବିରୁଦ୍ଧରେ ଆବପାରା ଥାନାରେ ମାମଲା ରୁଜୁ ହେବା ସହ ପୋଲିସ ସମନ ଜାରି କରିଥିଲା । ଏହି ମାମଲାରେ ଇମ୍ରାନ ସରକାରର ପୂର୍ବତନ ମନ୍ତ୍ରୀ ରସିଦଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅନ୍ୟପଟେ ଗିରଫଦାରୀ ସମ୍ପର୍କରେ ରସିଦ୍ କହିଛନ୍ତି, ସେ ଇମ୍ରାନ ଖାନଙ୍କ ସହ ଛିଡା ହୋଇଛନ୍ତି । ଏହା ହିଁ ତାଙ୍କର ଅପରାଧ । ଯେଉଁଥିପାଇଁ ତାଙ୍କ ଏପରି ଗିରଫ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ୧୬ ଥର ମନ୍ତ୍ରୀ ଥିଲେ ହେଲେ କେବେ ବି ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିନଥିଲା ।

ଏହାମଧ୍ୟ ପଢନ୍ତୁ: ତଳମୁହାଁ ହେବାରେ ଲାଗିଛି ପାକିସ୍ତାନ ଅର୍ଥନୀତି, ଡଲାରର ମୂଲ୍ୟ ୨୭୦ ଟଙ୍କା

ଅନ୍ୟପଟେ ରସିଦଙ୍କ ପକ୍ଷରୁ ତାଙ୍କର ମୁଖପାତ୍ର ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, ରସିଦଙ୍କୁ ମୋଟରୱେରୁ ଗିରଫ କରାଯାଇ ନାହିଁ ବରଂ, ୩୦୦ରୁ ୪୦୦ ଇସଲାମବାଦ ପୋଲିସ ମନ୍ତ୍ରୀଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ତାଙ୍କୁ ମାଡ ମାରି ଉଠାଇ ନେଇଛନ୍ତି । ଏଥିପାଇଁ ସମସ୍ତ ପିଟିଆଇ କର୍ମୀମାନଙ୍କୁ ସକାଳେ କୋର୍ଟରେ ପହଞ୍ଚିବାକୁ ମୁଖପାତ୍ର ନିବେଦନ କରିଛନ୍ତି । ତେବେ ରସିଦ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ୧୦୦ରୁ ୨୦୦ ସଶସ୍ତ୍ର ଲୋକ ତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ଚାକରକୁ ମାରପିଟ୍ କରିଥିଲେ । ଏହାପରେ ପୋଲିସ ଜୋର ଜବରଦସ୍ତ ତାଙ୍କୁ ଗାଡିରେ ବସାଇ ନେଇଥିବା କହିଛନ୍ତି ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟ୍ବିଟ୍ କରି ରସିଦଙ୍କ ଗିରଫଦାରୀକୁ ନିନ୍ଦା କରିଛନ୍ତି । ଏହାପୂର୍ବରୁ ଇମ୍ରାନ ଖାନଙ୍କ ଆଉ ଜଣେ ମନ୍ତ୍ରୀ ଫବାଦ ଚୌଧରୀଙ୍କୁ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.