ହାଇଦ୍ରାବାଦ: ସମଗ୍ର ଆମେରିକାରେ ବିମାନ ସେବା ସାମୟିକ ଭାବେ ଅଚଳ ହୋଇପଡିଛି । ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନର ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମରେ କମ୍ପ୍ୟଟରରେ ତ୍ରୁଟି ଦେଖାଯିବା ପରେ ସମଗ୍ର ଦେଶରେ ବିମାନ ଉଡାଣକୁ ବନ୍ଦ ରଖାଯାଇଛି । ଏୟାର ଟ୍ରାଫିକ କଣ୍ଟ୍ରୋଲର କମ୍ପ୍ୟୁଟର ସିଷ୍ଚମ ଅଚଳ ହୋଇପଡିଛି । ଫଳରେ ବିମାନ ଚଳାଚଳ କ୍ଷେତ୍ରରେ କୌଣସି ଯୋଗାଯୋଗ ସମ୍ଭବପର ହେଉନାହିଁ । ସମସ୍ତ ଏୟାର ଲାଇନ୍ସର ଉଡାଣକୁ ରଦ୍ଦ କରାଯାଇଛି । ଏବେ ଆମେରିକାରେ ପ୍ରାୟ କୌଣସି ବିମାନ ଆକାଶମାର୍ଗରେ ନାହିଁ ।
-
Flights across the United States affected after the Federal Aviation Administration experienced a computer outage, reports US media pic.twitter.com/L61cesB4fn
— ANI (@ANI) January 11, 2023 " class="align-text-top noRightClick twitterSection" data="
">Flights across the United States affected after the Federal Aviation Administration experienced a computer outage, reports US media pic.twitter.com/L61cesB4fn
— ANI (@ANI) January 11, 2023Flights across the United States affected after the Federal Aviation Administration experienced a computer outage, reports US media pic.twitter.com/L61cesB4fn
— ANI (@ANI) January 11, 2023
ଏହି ଯାନ୍ତ୍ରିକ ତ୍ରୁଟି ଓ ସୃଷ୍ଟି ହୋଇଥିବା ବୈଷୟିକ ଅଚଳାବସ୍ଥା ନେଇ ଆମେରିକା କେନ୍ଦ୍ରୀୟ ଉଡାଣ ପ୍ରାଶାସନ (FAA) ସୂଚନା ଦେଇଛି । ସମସ୍ୟା ସମ୍ପର୍କରେ ଜଣାପଡିବା ପରେ ଦେଶର ସମସ୍ତ ବିମାନ ବନ୍ଦରକୁ ଏନେଇ ଅବଗତ କରାଯାଇଛି । ସମସ୍ତ ଫ୍ଲାଇଟ ଅପରେସନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ରୀୟ ଉଡାଣ ପ୍ରାଶାସନ । ତେବେ ଏପରି ଯାନ୍ତ୍ରିକ ତ୍ରୁଟିର କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ । ବୈଷୟିକ ଅନୁସନ୍ଧାନ ଜାରି ରହିଛି । କମ୍ପ୍ୟୁଟର ସିଷ୍ଟମ କାର୍ଯ୍ୟକ୍ଷମ ହେବା ପରେ ପୁଣି ଥରେ ବିମାନ ସେବା ଆରମ୍ଭ ହେବା ନେଇ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ