ETV Bharat / international

ଆଫଗାନିସ୍ତାନରେ ଆମେରିକୀୟ ନାଗରିକ ଅଟକ ! - ଆଫଗାନିସ୍ତାନ ନ୍ୟୁଜ

ଦୁଇ ମାସ ହେଲା ଆଫଗାନିସ୍ତାନରେ ନିଖୋଜ ଅଛନ୍ତି ଆମେରିକୀୟ ନାଗରିକ । ତାଲିବାନ ହେପାଜତରେ ଥିବା ଦାବି କଲେ ପରିବାର ଲୋକେ । ଅଧିକ ପଢନ୍ତୁ

ଆଫାଗାନରେ ନିଖୋଜ ଆମେରିକୀୟ ନାଗରିକ, ତାଲିବାନ ହେପାଜତରେ ଥିବା ପରିବାରର ଦାବି

author img

By

Published : Oct 6, 2022, 2:31 PM IST

କାବୁଲ: ପାଖାପାଖି ଦୁଇ ମାସ ହେଲାଣି ଆଫଗାନିସ୍ତାନରେ ଜଣେ ଆମେରିକୀୟ ନାଗରିକ ନିଖୋଜ ଅଛନ୍ତି । ସେହି ନାଗରିକ ଜଣକ କାବୁଲର ଏକ ଟେଲିକମ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏଥିପାଇଁ ୮ ସପ୍ତାହ ତଳେ ଆମେରିକାରୁ ଆଫଗାନିସ୍ତାନକୁ ଯାଇଥିଲେ । ହେଲେ ଅଗଷ୍ଟ ୧୦ ତାରିଖ ପରଠାରୁ ତାଙ୍କର କୌଣସି ପତ୍ତା ମିଳୁନି । ନିଖୋଜ ଥିବା ବ୍ୟକ୍ତି ଆଫଗାନିସ୍ତାନର ପୂର୍ବତନ ବିମାନ ଚଳାଚଳ ପ୍ରାଧିକରଣ ଅଧିକାରୀ ଏବଂ ତାଙ୍କ ନାମ ମହମ୍ମଦ ଶାହ ହବିବି(Mahmood Shah Habib) ବୋଲି ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକଙ୍କ କହିବା ମୁତାବକ, ହବିବି ୩ ବର୍ଷ ହେଲାଣି କାବୁଲର ଏକ ଟେଲିକମ କମ୍ପାନୀରେ ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିଲେ । ଆଫଗାନିସ୍ତାନରେ ତାଲିବାନ ପୁଣି କ୍ଷମତାକୁ ଫେରିବା ପରେ ତାଙ୍କର କୌଣସି ସମସ୍ୟା ହୋଇନଥିଲା । ହେଲେ କିଛି ଦିନ ହେବ ସେ ନିଖୋଜ ଅଛନ୍ତି । ତେବେ ହବିବ ବର୍ତ୍ତମାନ ତାଲିବାନ ହେପାଜତରେ ଥିବା ପରିବାର ଲୋକେ ଦାବି କରିଛନ୍ତି । ନିଖୋଜଙ୍କ ଭାଇ ଅହମ୍ମଦ ଶାହ କହିଛନ୍ତି ଯେ, ''କେବଳ ହବିବ ନୁହଁନ୍ତି ତାଙ୍କ ସମେତ କମ୍ପାନୀର ୨୯ ଜଣଙ୍କୁ ଏକାଦିନେ ଗିରଫ କରାଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ମୁକ୍ତ କରାଯାଇଥିଲା ।'' ଅନ୍ୟପଟେ ମିଡିଆ ରିପୋର୍ଟ ଅନୁସାରେ, ଆମେରିକାର କିଛି ନାଗରିକଙ୍କୁ ଆଫଗାନିସ୍ତାନରେ ଅଟକ ରଖାଯାଇଥିବା ସମ୍ପର୍କରେ ଅବଗତ ଥିବା ନେଇ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଆମେରିକାରେ ଅପହୃତ 4 ଭାରତୀୟଙ୍କୁ ହତ୍ୟା

ପ୍ରକାଶଥାଉ କି, ଆଫଗାନିସ୍ତାନରେ ତାଲିବାନର କବ୍‌ଜା ପରଠାରୁ ଏଠାରେ ନିୟମିତ ବ୍ୟବଧାନରେ ଭୟଙ୍କର ଆକ୍ରମଣ ହେଉଛି । ନିକଟରେ କାବୁଲର ଏକ ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲେ । ଏଥିରେ ଛାତ୍ରଛାତ୍ରୀଙ୍କ ସମେତ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଦିନକ ପୂର୍ବରୁ କାବୁଲ ସ୍ଥିତ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପରିସରରେ ଥିବା ଏକ ମସଜିଦ୍‌ରେ ବୋମା ବିସ୍ଫୋରଣ ହୋଇ ୪ ଜଣ ଆଖି ବୁଜିଥିଲେ ଏବଂ ୨୫ ଜଣ ଆହତ ହୋଇଥିଲେ । ଏହାପୂର୍ବରୁ ଏପରି ଅନେକ ଥର ବିସ୍ଫୋରଣରେ ଆଫଗାନିସ୍ତାନ ରକ୍ତ ରଞ୍ଜିତ ହୋଇଛି ।

ଏହାମଧ୍ୟ ପଢନ୍ତୁ: କାବୁଲ ମସଜିଦ୍‌ରେ ବିସ୍ଫୋରଣ: ୩ ମୃତ, ୨୫ ଆହତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.