ETV Bharat / international

Ukrain-Russia War: ୟୁକ୍ରେନ ଖେରସନ ସହରରେ ସିରିଜ ବିସ୍ଫୋରଣ

author img

By

Published : Apr 28, 2022, 1:48 PM IST

ଦକ୍ଷିଣ ୟୁକ୍ରେନର ବୃହତ୍ ସହର ଖେରସନରେ ସିରିଜ ବିସ୍ଫୋରଣ । ସହରର ଟେଲିଭିଜନ ଟାୱାର ନିକଟରେ ବିସ୍ଫୋରଣ ଘଟିଥିବା ସୂଚନା । ଅଧିକ ପଢନ୍ତୁ

Ukrain-Russia War: ୟୁକ୍ରେନର ଖେରସନ ସହରରେ ସିରିଜି ବିସ୍ଫୋରଣ

କିଭ୍: ୟୁକ୍ରେନ-ଋଷିଆ ଯୁଦ୍ଧ ଦୁଇ ମାସ ଅତିକ୍ରମ କରିସାରିଛି । ହେଲେ ଯୁଦ୍ଧରେ ସାମାନ୍ୟ ଭଟ୍ଟା ପଡୁନି । ଋଷିଆ ସେନାର ଘନ ଘନ ଆକ୍ରମଣ ଏବଂ ୟୁକ୍ରେନ ସେନାର କଡା ମୁକାବିଲା ଯୁଦ୍ଧ ଅବଧି ବଢାଇ ଚାଲିଛି । ଏହାରି ଭିତରେ ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ ୟୁକ୍ରେନର ବୃହତ୍ ସହର ଖେରସନରେ ସିରିଜି ବିସ୍ଫୋରଣ ହୋଇଛି । ସହରର ଟେଲିଭିଜନ ଟାୱାର ନିକଟରେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି । ଫଳରେ ଅସ୍ଥାୟୀ ଭାବେ ଋଷୀୟ ଟେଲିଭିଜନ ଚ୍ୟାନେଲ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି । ଉଭୟ ୟୁକ୍ରେନ ଏବଂ ଋଷିଆ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ।

ଋଷିଆ ନ୍ୟୁଜ ଏଜେନ୍ସି RIA Novosti କହିଛି, ଖେରସନ ସହରରେ ମିସାଇଲ ଓ ରକେଟ ମାଡ କରାଯାଇଛି । ୟୁକ୍ରେନ ସେନା ମୁତୟନ ଥିବା ଦିଗରୁ ଏହି ଆକ୍ରମଣ ହୋଇଛି । କହିରଖୁଛୁ କି, ଯୁଦ୍ଧ ଆରମ୍ଭରୁ ଋଷିଆ ୟୁକ୍ରେନର ଖେରସନ ସହର ଦଖଲ କରିନେଇଥିଲା । ତେଣୁ ପୁରା ସହର ଏବେ ଋଷିଆ କବ୍‌ଜା ରହିଛି । ଯେଉଁ କାରଣରୁ ୟୁକ୍ରେନ ସେନା ସହରରେ ମିଶାଇଲ ମାଡ କରିଥିବାର ଋଷିଆ କହିଛି । ସେହିପରି ୟୁକ୍ରେନର ଏକ ଅନଲାଇନ ଖବରକାଗଜରେ କୁହାଯାଇଛି, ଋଷିଆ ଖେରସନ ସହର ଉପରେ ନିୟନ୍ତ୍ରଣ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ ଏଠାକାର ଲୋକେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ବୁଧବାର ଖେରସନରେ ଆକ୍ରମଣ ଯୋଗୁଁ ନିଆଁ ଲାଗି ଯାଇଥିଲା । ଫଳରେ ଋଷୀୟ ଟେଲିଭିଜନ ଚ୍ୟାନେଲ ବନ୍ଦ ହୋଇଯାଇଛି । କିନ୍ତୁ ଆକ୍ରମଣର କିଛି ସମୟ ପରେ ଖବର ପ୍ରସାରଣ ସ୍ବାଭାବିକ ହୋଇଥିବା RIA Novosti ରିପୋର୍ଟରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.