ETV Bharat / international

Trump Money Hush: ବଢିଲା ଟ୍ରମ୍ପଙ୍କ ଅଡୁଆ, ଚାଲିବ ଅପରାଧିକ ମାମଲା - Donald Trump Hush money case

ଟ୍ରମ୍ପଙ୍କୁ ବଡ ଝଟକା । ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ ମାମଲାରେ ଟ୍ରମ୍ପଙ୍କ ନାଁରେ ଚାଲିବ ଅପରାଧିକ ମାମଲା । ମାମଲା ଚାଲିଲେ ଆଗାମୀ ନିର୍ବାଚନରେ ଟ୍ରମ୍ପଙ୍କ ପାଇଁ ଅଡୁଆ ବଢିପାରେ । ଅଧିକ ପଢନ୍ତୁ

Trump Money Hush
Trump Money Hush
author img

By

Published : Mar 31, 2023, 10:20 AM IST

ଓ୍ବାଶିଂଟନ: ଅଡୁଆ ସୂତାରେ ଛନ୍ଦି ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ ମାମଲାରେ ଟ୍ରମ୍ପଙ୍କ ନାଁରେ ଅପରାଧିକ ମାମଲା ଚାଲିପାରେ ମକଦ୍ଦମା । ଏନେଇ ନ୍ୟୁୟର୍କର ଗ୍ରାଣ୍ଡ ଜୁରୀ ନିଷ୍ପତ୍ତି ନେଇଛନ୍ତି । ଆତ୍ମସମର୍ପଣ କରିପାରନ୍ତି ଟ୍ରମ୍ପ । ଯଦି ଆତ୍ମସମର୍ପଣ କରିବେ ନାହିଁ ତାହେଲେ ଗିରଫ ହୋଇପାରନ୍ତି ।

ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ରହିଥିଲା । ୨୦୧୬ ନିର୍ବାଚନ ପୂର୍ବରୁ ଟ୍ରମ୍ପ ତାଙ୍କୁ ଲାଞ୍ଚ ଦେଇ ମୁହଁ ବନ୍ଦ ରଖିବା ପାଇଁ କହିଥିଲେ । ଏହି ଘଟଣାକୁ ନେଇ ଷ୍ଟର୍ମି ଅଭିଯୋଗ କରିଥିଲେ । ତେବେ ଗତକାଲି (ମାର୍ଚ୍ଚ ୩୦ ତାରିଖରେ) ନ୍ୟୁୟର୍କର ଗ୍ରାଣ୍ଡ ଜୁରୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଏଠି କହିରଖୁଛୁ ଯେ, ଯଦି ଏହି ମାମଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଗିରଫ କରାଯାଏ, ତେବେ ଆମେରିକାର ରାଷ୍ଟ୍ରପତି ଗିରଫ ତାଲିକାରେ ଏହା ପ୍ରଥମ ଘଟଣା ହେବ । ଅପରାଧିକ ମାମଲାରେ ଅଭିଯୁକ୍ତ ହେବା ଏହା ପ୍ରଥମ ଘଟଣା ହୋଇପାରେ । ତେବେ ଏହା ଟ୍ରମ୍ପଙ୍କ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି ।

ଟ୍ରମ୍ପ ଷ୍ଟର୍ମି ଡାନିଏଲଙ୍କୁ ୧୩୦,୦୦୦ ଆମେରିକୀୟ ଡଲାର ଦେଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ଟ୍ରମ୍ପଙ୍କୁ ଦୋଷୀ ଭାବେ ବିବେଚନା କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଭିଯୋଗକୁ ସାର୍ବଜନୀନ କରାଯାଇନାହିଁ । ଗ୍ରାଣ୍ଡ ଜୁରୀର ତଦନ୍ତରୁ ଜଣାପଡିଛି ଯେ, ୨୦୧୬ ମସିହାରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ ଷ୍ଟ୍ରମଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ । ୨୦୦୬ ମସିହାରେ ତାଙ୍କର ଟ୍ରମ୍ପଙ୍କ ସହ ସମ୍ବନ୍ଧ ରହିଥିଲା କିନ୍ତୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ସେ ମୋର ମୁହଁ ବନ୍ଦ କରିବା ପାଇଁ ୧୩୦,୦୦୦ ଆମେରିକୀୟ ଡଲାର ଦେଇଥିଲେ ବୋଲି ଅଭିଯୋଗ କରି କହିଥିଲେ ।

ଟ୍ରମ୍ପଙ୍କ ବିରୋଧରେ କଣ ରହିଛି ମାମଲା: ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ରହିଥିଲା । ୨୦୧୬ ନିର୍ବାଚନ ପୂର୍ବରୁ ଟ୍ରମ୍ପ ତାଙ୍କୁ ଲାଞ୍ଚ ଦେଇ ମୁହଁ ବନ୍ଦ ରଖିବା ପାଇଁ କହିଥିଲେ । ଟ୍ରମ୍ପ ଷ୍ଟର୍ମି ଡାନିଏଲଙ୍କୁ ୧୩୦,୦୦୦ ଆମେରିକୀୟ ଡଲାର ଦେଇଥିବା ଅଭିଯୋଗ ହୋଇଛି । କିନ୍ତୁ ଏହି ଘଟଣାକୁ ନେଇ ପୂର୍ବରୁ ଟ୍ରମ୍ପ ଖଣ୍ଡନ କରିଛନ୍ତି । ଯଦି ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହାଲେ ଏହା ତାଙ୍କ ବିରୋଧରେ ପ୍ରଥମ ଅପରାଧିକ ମାମଲା ହେବ । ୨୦୧୭ ମସିହାରୁ ୨୦୨୧ ଯାଏଁ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିଲେ ।

ଷ୍ଟର୍ମିଙ୍କୁ ଗୋପନୀୟ ଭାବେ ଟଙ୍କା ଦେଇଥିଲେ ଓକିଲ: ଷ୍ଟର୍ମିଙ୍କୁ ଟଙ୍କା ପ୍ରଦାନ ବେଆଇନ ନୁହେଁ, କିନ୍ତୁ ଦେୟ ପଦ୍ଧତିକୁ ବେଆଇନ କୁହାଯାଇଥିଲା । କାରଣ ଟ୍ରମ୍ପ ଷ୍ଟାର୍ମିଙ୍କ ମୁହଁ ବନ୍ଦ କରିବା ପାଇଁ ତାଙ୍କ ଓକିଲ ହାତରେ ପଇସା ପାଇଥିଲେ । ଏଭଳି ଦେୟକୁ ସେ ଭୁଲ ଦର୍ଶାଇ ଅଭିଯୋଗ କରିଥିଲେ । ଆମେରିକାର ଏକ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି ଯେ, " ଟ୍ରମ୍ପ ତାଙ୍କ ଓକିଲ ଦ୍ବାରା କରାଯାଇଥିବା କାରବାର ଅପରାଧ ଅଟେ । ତେବେ ଏହାର ତଦନ୍ତ ଟ୍ରମ୍ପ ରାଷ୍ଟ୍ରପତି ରହିଥିବା ସମୟରେ ହିଁ ଆରମ୍ଭ ହୋଇଯାଇଥିଲା । ଏହି ମାମଲା ଆମେରିକାରେ ନିର୍ବାଚନ ଆଇନର ଉଲ୍ଲଙ୍ଘନ କରାଯାଇଥିବା ମଧ୍ୟ ଚର୍ଚ୍ଚା ହୋଇଛି । କିନ୍ତୁ ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର କରାଯାଉଥିବା କହିଛନ୍ତି ଚ୍ରମ୍ପ ।"

ପୂର୍ବରୁ ମଧ୍ୟ ତାଙ୍କ ନାଁରେ ରହିଥିଲା ୩ ଅଭିଯୋଗ: ୨୦୧୯ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ଓକିଲ ମାଇକେଲ କୋହେନ ଗ୍ରାଣ୍ଡ ଜୁରୀଙ୍କ ସମ୍ମୁଖରେ ସାକ୍ଷ୍ୟ ଦେଇଛନ୍ତି । ସେ କହିଥିଲେ, "ଷ୍ଟର୍ମି ଡାନିଏଲଙ୍କୁ ପଇସା ଦିଆଯାଇଥିଲା । ଏହାପରେ ନିର୍ବାଚନରେ ସେହି ପଇସା ଖର୍ଚ୍ଚ ହୋଇଥିବା ନେଇ ଦର୍ଶାଯାଇଥିଲା । "ତେବେ ପୂର୍ବରୁ ଡୋନାଲ୍ଡ ଟମ୍ପଙ୍କ ବିରୋଧରେ ୩ଟି ମାମଲା ଚାଲୁଅଛି । କିନ୍ତୁ ଅପରାଧିକ ମାମଲାରେ ପଇସା ଦେଇ ମୁହଁ ବନ୍ଦ କରିବା ପ୍ରଥମ ଘଟଣା । ତେବେ ଏହି ଘଟଣା ଉପରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନୁମାନ କରାଯାଉଛି ।

ପ୍ରକାଶଥାଉକି, ୨୦୨୦ ମସିହାରେ ଆମେରିକାର ନିର୍ବାଚନ ସହ ଜଡିତ ସମ୍ବନ୍ଧ ଏବଂ ୨୦୨୧ ଜାନୁଆରୀ ୬ ତାରିଖରେ ଓ୍ବାଶିଂଟନରେ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ମଧ୍ୟ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.