ETV Bharat / international

Earthquake in Nepal: ୨ଘଣ୍ଟାରେ ୨ଥର ଥରିଲା ନେପାଳ

author img

By

Published : Apr 28, 2023, 8:01 AM IST

ନେପାଳରେ ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଛି । ୨ଘଣ୍ଟାରେ ୨ଥର ଥରିଲା ନେପାଳ । ଅଧିକ ପଢନ୍ତୁ

Earthquake
Earthquake

କାଠମାଣ୍ଡୁ: ଭୂକମ୍ପରେ ଥରିଲା ନେପାଳ । ମଧ୍ୟରାତ୍ରରେ ଦୁଇଥର ଥରିଲା ନେପାଳ । ପ୍ରଥମେ ୧୧ଟା ୪୩ ମିନିଟରେ ଏକ ଭୂକମ୍ପ ହୋଇଥିବା ବେଳେ ଦ୍ବିତୀୟ ଭୂକମ୍ପ ବିଳମ୍ବିତ ରାତି ପ୍ରାୟ ୧ଟା ୧୫ ମିନିଟରେ ହୋଇଥିଲା । ଏନେଇ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପର କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇ ନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପ୍ରଥମେ ରାତି ପ୍ରାୟ ୧୧ଟା ୪୩ ମିନିଟ ସମୟରେ ପ୍ରଥମେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଥିଲା । ଏହାସହ ଭୂକମ୍ପର ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଛି । ଅନ୍ୟପଟେ ଅକ୍ଷାଂଶ ୨୯.୪୩ ରହିଥିବା ବେଳେ ଦ୍ରାଘିମା ୮୧.୫୮ ରହିଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ହସ୍ତକ୍ଷେପ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ: ପ୍ରସିଦ୍ଧ ଲେଖକ ତାରିକ ଫତେହଙ୍କ ଦେହାନ୍ତ; ପାକିସ୍ତାନରେ ଜନ୍ମ, କିନ୍ତୁ ନିଜକୁ ହିନ୍ଦୁସ୍ତାନର ପୁଅ ବୋଲି କହୁଥିଲେ

ପ୍ରଥମ ଭୂକମ୍ପ ହେବାର ଦେଢ ଘଣ୍ଟା ପରେ ଦ୍ବିତୀୟ ଥର ଭୂକମ୍ପରେ ପୁଣି ଦୋହଲିଥିଲା ନେପାଳ ମାଟି । ବିଳମ୍ବିତ ରାତି ପ୍ରାୟ ୧ଟା ୧୫ ମିନିଟ ସମୟରେ ଏହି ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ କରାଯାଇଛି । ତେବେ ଭୂକମ୍ପର ଗଭୀରତା ୧୦ କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୨୯.୪୯ ଏବଂ ଦ୍ରାଘିମା ୮୧.୫୬ ରେକର୍ଡ କରାଯାଇଛି । ତେବେ ୨ଘଣ୍ଟା ମଧ୍ୟରେ ଦୁଇଥର ଭୂକମ୍ପ ହେବାରୁ ଲୋକେ ଭୟଭୀତ ହୋଇଯାଇଥିଲେ । କିଛି ଲୋକ ଘରୁ ବାହାରକୁ ଆସିଯାଇଥିଲେ । ଅନ୍ୟପଟେ ଭୂକମ୍ପ କିମ୍ବା ସୁନାମୀ ନେଇ କୌଣସି ସୂଚନା ଜାରି କରାଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ: Operation Kaveri: ପୋର୍ଟ ସୁଦାନରେ ପହଞ୍ଚିଲେ 500 ଭାରତୀୟ, ପ୍ରସ୍ତୁତ ରହିଛି ବିମାନ ଓ ଜାହଜ

ପ୍ରକାଶଥାଉକି, ଗତ ଡିସେମ୍ବର ମାସରେ ଭୂକମ୍ପ ଝଟକାରେ ୩ ଘଣ୍ଟା ମଧ୍ୟରେ ୩ ଥର ଥରିଥିଲା ନେପାଳ । ରିକ୍ଟର ସ୍କେଲ୍‌ରେ ୪.୭ ଏବଂ ୫.୩ ଏବଂ ୪.୦ ତୀବ୍ରତାରେ ଥରିଥିଲା ନେପାଳର ବେଗଲୁଙ୍ଗ ଜିଲ୍ଲା । ଏନେଇ ନେପାଳର ଭୂକମ୍ପ ନିରୀକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର (NEMRC) ତରଫରୁ ସୂଚନା ଦିଆଯାଇଥିଲା । କିନ୍ତୁ ଏହି ଭୂକମ୍ପରେ ବିଶେଷ କ୍ଷୟକ୍ଷତି ହୋଇନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.