ETV Bharat / international

୫.୭ ତୀବ୍ରତାର ଭୂକମ୍ପରେ ଥରିଲା Taiwan, ନାହିଁ କ୍ଷୟକ୍ଷତିର ସୂଚନା

author img

By

Published : Apr 8, 2022, 8:59 AM IST

ତାଇଓ୍ବାନରେ ଶକ୍ତିଶାଳୀ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ୫.୭ ତୀବ୍ରତା ରେକର୍ଡ । ନାହିଁ ମୃତାହତଙ୍କ ସୂଚନା । ଅଧିକ ପଢନ୍ତୁ

୫.୭ ତୀବ୍ରତାର ଭୂକମ୍ପରେ ଥରିଲା Taiwan, ନାହିଁ କ୍ଷୟକ୍ଷତିର ସୂଚନା
୫.୭ ତୀବ୍ରତାର ଭୂକମ୍ପରେ ଥରିଲା Taiwan, ନାହିଁ କ୍ଷୟକ୍ଷତିର ସୂଚନା

ତାଇପେଇ: ଶକ୍ତିଶାଳୀ ଭୂକମ୍ପରେ ଥରିଲା ତାଇଓ୍ବାନ । ରିକ୍ଟର ସ୍କେଲରେ ୫.୭ ତୀବ୍ରତା ରେକର୍ଡ କରାଯାଇଛି । ଗତକାଲି(ଗୁରୁବାର) ରାତି ୧୧.୩୬ ମିନିଟ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଯୁକ୍ତରାଷ୍ଟ୍ରର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (United States Geological Survey USGS) ପକ୍ଷରୁ ସୂଚନା ଦିଆଯାଇଛି ।

ତାଇଓ୍ବାନର ହେଙ୍ଗଚୁନ୍ ସହରର ଦକ୍ଷିଣ-ପୂର୍ବ ଠାରୁ 44 କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଷ୍ଠିତ ହୋଇଛି । ଏହାର ଗଭୀରତା ୧୦ କିଲୋମିଟର ଥିବା ରେକର୍ଡ କରାଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ । ଏହା ପୂର୍ବରୁ ଗତ ମାର୍ଚ୍ଚ ୨୩ ତାରିଖରେ ତାଇଓ୍ବାନର ଟାଇଡୋଙ୍ଗରେ୬.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

ତାଇୱାନ ଏକ ଭୂକମ୍ପ ସକ୍ରିୟ ଅଞ୍ଚଳରେ ଅବସ୍ଥିତ ଯାହାକି ରିଙ୍ଗ ଅଫ୍ ଫାୟାର ଭାବରେ ଜଣାଶୁଣା । ଏହି ସ୍ଥାନ ପ୍ରାୟ ନିୟମିତ ଭାବରେ ଶକ୍ତିଶାଳୀ ଭୂକମ୍ପ ଦ୍ୱାରା ପ୍ରଭାବିତ ହୋଇଥାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.