ETV Bharat / international

ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା ୫.୪ ରେକର୍ଡ - ଆଫଗାନିସ୍ତାନରେ ଭୂକମ୍ପ

ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ଆକଳନ କରାଯାଇଛି । ଅଧିକ ପଢ଼ନ୍ତୁ

ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା ୫.୪ ରେକର୍ଡ

author img

By

Published : Jul 27, 2022, 7:48 AM IST

କାବୁଲ: ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ଆଫଗାନର ଫାୟାଜାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ରେକର୍ଡ କରାଯାଇଛି । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତ୍ରୀ ୨ଟା ୦୭ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଭୂକମ୍ପ ଫାୟାଜାବାଦର ଦକ୍ଷିଣରୁ ୮୯ କିଲୋମିଟର ଦୂରରେ ଅନୁଭୂତ ହୋଇଥିବା ବେଳେ ଗଭୀରତା ୨୦୦ କିଲୋମିଟର ରହିଥିଲା । ସେହିପରି ଏହାର ଅକ୍ଷାଂଶ ୩୬.୩୧ ହୋଇଥିବାବେଳେ ଦ୍ରାଘିମା ୭୦.୭୧ ରହିଛି । ତେବେ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୨୦ ତାରିଖରେ ୪.୪ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.