ETV Bharat / international

Indonesia Earthquake: ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ସୁନାମୀ ଆଶଙ୍କା ନାହିଁ

ଇଣ୍ଡୋନେସିଆର ବାଲି ସାଗର ଅଞ୍ଚଳରେ ଭୂକମ୍ପ ଝଟକ। ଏହାର ତୀବ୍ରତା 7.0 ରେକର୍ଡ କରାଯାଇଛି। ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Aug 29, 2023, 7:38 AM IST

Etv Bharat
Etv Bharat

ଜାକାର୍ତ୍ତା: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ । ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ । ଆଜି ସକାଳ ସମୟରେ ଇଣ୍ଡୋନେସିରେ 7.0 ତୀବ୍ରତାରେ ଭୂକମ୍ପ ହୋଇଛି। ଇଣ୍ଡୋନେସିଆର ବାଲି ସାଗର ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ସୁନାମୀ ଆଲର୍ଟ ଜାରି କରାଯାଇନାହିଁ । ଏନେଇ ୟୁରୋପିଆନ ମେଡିଟେରାନିଆନ ସେଣ୍ଟର ତରଫରୁ ସୂଚନା ପ୍ରଦାନ କରାଯାଇଛି।

ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ଣ୍ଡୋନେସିଆର ଉତ୍ତର ମାତାରାମ ଠାରୁ 201 କିଲୋମିଟର ଦୂରରେ ଅବସ୍ଥିତ । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଭୂକମ୍ପ ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । ସମସ୍ତେ ଘରଠାରୁ ଦୂରକୁ ଚାଲିଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-Indonesia Earthquake: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୬.୩

ଗତ ଏପ୍ରିଲ 25 ତାରିଖରେ ଇଣ୍ଡୋନେସିରେ 7.3 ତୀବ୍ରତାରେ ଭୂକମ୍ପ ହୋଇଥିଲା । ସୁମାତ୍ରା ଦ୍ୱୀପପୁଞ୍ଜର ପଶ୍ଚିମ ଦିଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ସୁନାମୀ ଆଲର୍ଟ ଜାରି କରାଯାଇଥିଲା । ଦୁଇ ଘଣ୍ଟା ପର୍ଯ୍ୟନ୍ତ ସୁନାମୀ ଆଲର୍ଟ ଜାରି ହୋଇଥିଲା । କ୍ରମାଗତ ଭାବେ 5.8 ଓ 4.6 ତୀବ୍ରତା ମଧ୍ୟରେ 5 ଥର ଭୂକମ୍ପ ହୋଇଥିଲା। ଏନେଇ ଇଣ୍ଡୋନେସିଆର ଜିଓଫିଜିକ ଏଜେନ୍ସି ସୂଚନା ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-Earthquake: ଘଣ୍ଟାକ ମଧ୍ୟରେ ଦୁଇଥର ଥରିଲା ଇଣ୍ଡୋନେସିଆ

ଏପ୍ରିଲ 23 ତାରିଖରେ ଇଣ୍ଡୋନେସିଆରେ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏନେଇ ୟୁରୋପିଆନ ମେଡିଟେରାନିଆନ ସେଣ୍ଟର ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ପ୍ରଥମେ 6.1 ତୀବ୍ରତାର ଏକ ଭୂକମ୍ପ ସଂଗଠିତ ହୋଇଥିବା ବେଳେ ଏହା ପରେ ପୁଣି 5.8 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଗୋଟିଏ ଘଣ୍ଟା ମଧ୍ୟରେ ହିଁ ବାତୁଲରେ ଦୁଇ ଥର ଭୂକମ୍ପ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ପୁଣି ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୦ ରେକର୍ଡ

ଫେବୃଆରୀ 24 ତାରିଖରେ ଇଣ୍ଡୋନେସିଆର ଟୋବେଲୋରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା 6.3 ରେକର୍ଡ କରାଯାଇଥିଲା । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚନା ଦିଆଯାଇଥିଲା । ଟୋବେଲୋର ଉତ୍ତରରୁ 177 କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୧୦୦ କିମି ରେକର୍ଡ କରାଯାଇଥିଲା । କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.