ETV Bharat / international

Day 17 of Israel-Palestine war: ଗାଜାରେ 2 ହଜାର ଶିଶୁଙ୍କ ସହ ମୃତ୍ୟୁସଂଖ୍ୟା 5 ହଜାର ପାର ଆଶଙ୍କା - ଇସ୍ରାଏଲ ଗାଜା ଯୁଦ୍ଧ

17 ଦିନରେ ପହଞ୍ଚିଲା ଇସ୍ରାଏଲର ସାମରିକ ଅପରେସନ । ଗାଜାରେ ମୃତ୍ୟୁସଂଖ୍ୟା 5 ହଜାର ପାର ଆଶଙ୍କା । ହସ୍ପିଟାଲରେ ନାହିଁ ବିଜୁଳି, ମିଳୁନି ରକ୍ତ । ଇସ୍ରାଏଲର ଏୟାର ଷ୍ଟ୍ରାଇକ ଜାରି । ଅଧିକ ପଢନ୍ତୁ

Day 17 of Israel-Palestine war: ଗାଜାରେ 2 ହଜାର ଶିଶୁଙ୍କ ସହ ମୃତ୍ୟୁସଂଖ୍ୟା 5 ହଜାର ପାର !

author img

By ETV Bharat Odisha Team

Published : Oct 23, 2023, 9:00 PM IST

ହାଇଦ୍ରାବାଦ: ହମାସର ଆକ୍ରମଣ ପରେ ଗାଜା ଉପରେ ଇସ୍ରାଏଲ ଆରମ୍ଭ କରିଥିବା ସାମରିକ ଅଭିଯାନ ଆଜି 17 ଦିନରେ ପହଞ୍ଚିଛି । ଗାଜାରେ ଏବେ ସୁଦ୍ଧା ମୃତ୍ୟୁସଂଖ୍ୟା 5 ହଜାର ପାର କରିଥିବା ଆଶଙ୍କା ପ୍ରକାଶ ପାଇଛି । ମୃତକଙ୍କ ମଧ୍ୟରେ 2 ହଜାରରୁ ଅଧିକ ଶିଶୁ ଥିବା ମଧ୍ୟ କୁହାଯାଉଛି । ତେବେ ଗୋଟିଏ ପଟେ ଗାଜାକୁ ଇଜିପ୍ଟ ରାସ୍ତା ଦେଇ ମାନବୀୟ ସହାୟତା ପ୍ରଦାନ ଜାରି ରହିଥିବା ବେଳେ ଇସ୍ରାଏଲ କିନ୍ତୁ ଅଭିଯାନ ଜାରି ରଖିଛି । ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବା ପୂର୍ବରୁ ଆଜି ମଧ୍ୟ ଗାଜାର ଏକାଧିକ ସ୍ଥାନରେ ଇସ୍ରାଏଲର ଲଢୁଆ ବିମାନ ଏୟାର ଷ୍ଟ୍ରାଇକ କରିଛନ୍ତି ।

ତେବେ ଆଜିକୁ ମିଶାଇ ଇଜିପ୍ଟ ସୀମା ଦେଇ ଗାଜାରେ ତୃତୀୟ ପର୍ଯ୍ୟାୟରେ ମାନବୀୟ ସହାୟତା ସାମଗ୍ରୀ ପହଞ୍ଚିଛି । ଗାଜାରେ ବିଜୁଳି ନଥିବା କାରଣରୁ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ଗାଜା ହସ୍ପିଟାଲରେ ରକ୍ତର ଆବଶ୍ୟକତା ଥିବା ଦର୍ଶାଇ ରକ୍ତଦାନ ପାଇଁ ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁରୋଧ କରିଛି । ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ହସ୍ପିଟାଲରେ ପହଞ୍ଚି ରକ୍ତଦାନ କରିବା ପାଇଁ ଆହ୍ବାନ କରିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଗୋଟିଏ ପଟେ ପଶ୍ଚିମ ରାଷ୍ଟ୍ରମାନେ ଗାଜାକୁ ମାନବୀୟ ସହାୟତା ସାମଗ୍ରୀ ଯୋଗାଣ ଉପରେ ଚିନ୍ତା ପ୍ରକଟ କରୁଥିଲା ବେଳେ ଇସ୍ରାଏଲର ସାମଗିକ ଅଭିଯାନ ବନ୍ଦ କରିବା ଦିଗରେ କୌଣସି ଚାପ ସୃଷ୍ଟି କରୁନାହାନ୍ତି । ଆକ୍ରମଣ ବନ୍ଦ ନହେଲେ ମୃତ୍ୟସଂଖ୍ୟା ବଢିବା ନେଇ ଏକାଧିକ ମାନବାଧିକାର ସଂଗଠନ ଉଦବେଗ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Israel-Palestine war: ଗାଜାରେ ଜୀବନ ସହ ଲଢୁଛନ୍ତି ଶିଶୁ ଓ ଗର୍ଭବତୀ, ଲେବନନ ଆତଙ୍କୀ ସଂଗଠନକୁ ନେତାନ୍ୟାହୁଙ୍କ ଚେତାବନୀ

7 ତାରିଖରୁ ହମାସ ଗୋଷ୍ଠୀର ଆକ୍ରମଣ ପରେ ପାଲେଷ୍ଟାଇନ ଅଧିକୃତ ଗାଜାରେ ଜାରି ରହିଛି ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ । ଉତ୍ତର ଗାଜାରେ ଥିବା ଆତଙ୍କୀ ସଂଗଠନ ‘ହମାସ’ର ସମସ୍ତ ଆଡ୍ଡାକୁ ନଷ୍ଟ କରିବାକୁ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଛି ଇସ୍ରାଏଲ । ହମାସର ଆକ୍ରମଣରେ ଇସ୍ରାଏଲର ପ୍ରାୟ 14 ଶହ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏକାଧିକ ଇସଲାମିକ ସଂଗଠନ ମଧ୍ୟ ହମାସକୁ ସମର୍ଥନ କରି ଇସ୍ରାଏଲକୁ ଆକମଣ କରିବାକୁ ଧମକ ଦେଉଛନ୍ତି । ଲେବନାନର ଆତଙ୍କୀ ସଂଗଠନ ହିଜବୁଲ୍ଲ ମଧ୍ୟ ଇରାକରେ ଥିବା କିଛି ଆମେରିକୀୟ ବେସରେ ଆକ୍ରମଣ କରିଥିବା ଦାବି କରିଛି । ଆୟରଲାଣ୍ଡ ତୁରନ୍ତ ଇସ୍ରାଏଲ ଯୁଦ୍ଧ ବିରତି ଘୋଷଣା କରୁ ବୋଲି ଦାବି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.