ETV Bharat / international

ଇମ୍ରାନ ଖାନ୍‌ଙ୍କୁ ଗୁଳିମାଡ: ଇସଲାମବାଦରେ ଲାଗୁ ହେଲା ଲକଡାଉନ

author img

By

Published : Nov 4, 2022, 1:26 PM IST

ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ ପରେ ଇସଲାମବାଦରେ ପ୍ରବଳ ଉତ୍ତେଜନା । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଇସଲାମବାଦରେ ଲକଡାଉନ ଲାଗୁ କଲେ ସରକାର । ଅଧିକ ପଢନ୍ତୁ

ଇମ୍ରାନ ଖାନଙ୍କୁ ଗୁଳିମାଡ: ଇସଲାମବାଦରେ ଲାଗୁ ହେଲା ଲକଡାଉନ

ଇସଲାମବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନଙ୍କୁ ଗୁଳିମାଡ(Imran Khan Attack) ପରେ ଅଶାନ୍ତ ହୋଇପଡିଛି ଇସଲାମବାଦ । ପାକିସ୍ତାନ ତେହରିକ-ଇ-ଇନସାଫ(PTI) ନେତାମାନେ ବିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି ଇସଲାମବାଦରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ ଲାଗୁ ହୋଇଛି । ସହରର ସମସ୍ତ ସ୍କୁଲ ଓ ମଦ୍ରାସାଗୁଡିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।

ଇସଲାମବାଦରେ ରହୁଥିବା ଲୋକମାନଙ୍କ ସୁରକ୍ଷା ଏବଂ ଗୁଳିମାଡ ଘଟଣାର ତଦନ୍ତ ପାଇଁ ଏହି କଟକଣା ଲାଗୁ କରାଯାଇଥିବା କୁହାଯାଇଛି । ତେବେ ଲକଡାଉନ ସମୟରେ ହସ୍ପିଟାଲ, ରାସନ ସାମଗ୍ରୀ, ଔଷଧ ଭଳି ସମସ୍ତ ଜରୁରୀ ସେବା ଯୋଗାଣ ଜାରି ରହିବ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଲକଡାଉନ କଟକଣା ବଳବତ୍ତର ରହିବ ।

ଏହାମଧ୍ୟ ପଢନ୍ତୁ: Imran Khan Attacked: ଆସିଲା ଆକ୍ରମଣକାରୀ ଯୁବକର ପ୍ରତିକ୍ରିୟା, ଲୋକଙ୍କୁ ବିଭ୍ରାନ୍ତ କରୁଥିବାରୁ ଇମ୍ରାନଙ୍କୁ ହତ୍ୟା ପାଇଁ ଆସିଥିଲି

ଉଲ୍ଲେଖଯୋଗ୍ୟ, ଗୁରୁବାର ଅପରାହ୍ନରେ ପାକିସ୍ତାନର ଓ୍ବାଜିରାବାଦରେ ଇମ୍ରାନଙ୍କ ଦଳ ପିଟିଆଇ (Tehreek-e-Insaf (PTI) ପକ୍ଷରୁ ସରିଫ ସରକାରଙ୍କ ବିରୁଦ୍ଧରେ ରାଲି ଆୟୋଜନ କରାଯାଇଥିଲା । ଏଥିରେ ଇମ୍ରାନ ଖାନ ଏକ କଣ୍ଟେନରରେ ରାଲିର ନେତୃତ୍ବ ନେଉଥିବା ବେଳେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ଜଣେ ବନ୍ଧୁକଧାରୀ ହଠାତ୍ ଇମ୍ରାନଙ୍କ ଉପରେ ଗୁଳି ଚଳାଇଥିଲା ।

ଏଥିରେ ତାଙ୍କର ଗୋଟିଏ ଗୋଡରେ ଗୁଳି ବାଜିଥିବାବେଳେ ତାଙ୍କ ଦଳର ଜଣେ କର୍ମୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ତୁରନ୍ତ ବାଦ୍ ଗୁଳି ଚଳାଇଥିବା ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ବର୍ତ୍ତମାନ ଇମ୍ରାନ ଖାନ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଏବେ ସେ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.