ETV Bharat / international

ମୋ ନେମପ୍ଲେଟରେ ତେଲୁଗୁ ରହିବାକୁ ଜିଦ କରିଥିଲି: ଏନ.ଭି ରମଣା - ଦକ୍ଷିଣ ଆମେରିକା ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ ଭି ରମଣା

ରବିବାର ୱାସିଂଟନ ଡିସିରେ 'ମିଟ ଆଣ୍ଡ ଗ୍ରୀଟ' ( Meet and Greet) କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ. ଭି ରମଣା ଯୋଗ ଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି । ଜନ୍ମମାଟିରୁ ଦୂରରେ ରହିଲେ ବି ନିଜ ମାତୃଭାଷା, ସଂସ୍କୃତି ଏବଂ ମାଟିକୁ ଭୁଲନ୍ତୁ ନାହିଁ ବୋଲି ରମଣା କହିଛନ୍ତି । ଅଧିକ ପଢ଼ନ୍ତୁ

CJI Justice NV Ramana says I Insisted my nameplate to be in Telugu
ମୋ ନେମପ୍ଲେଟରେ ତେଲୁଗୁ ରହିବାକୁ ଜିଦ କରିଥିଲି: ଏନ. ଭି ରମଣା
author img

By

Published : Jun 26, 2022, 2:44 PM IST

ବୋଗାଟୋ: ଦକ୍ଷିଣ ଆମେରିକୀୟ ଦେଶ ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ.ଭି ରମଣା । ରବିବାର ୱାସିଂଟନ ଡିସିରେ 'ମିଟ ଆଣ୍ଡ ଗ୍ରୀଟ' ( Meet and Greet) କାର୍ଯ୍ୟକ୍ରମରେ ରମଣା ଏବଂ ତାଙ୍କ ପତ୍ନୀ ଶିବାମାଳା ଯୋଗ ଦେଇଛନ୍ତି । ତେଲୁଗୁ କମ୍ୟୁନିଟି ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରମଣା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି କହିଛନ୍ତି, "ଆପଣମାନେ ନିଜ ସହର ଏବଂ ଆତ୍ମୀୟଙ୍କଠାରୁ ଦୂରରେ ଅଛନ୍ତି। କିନ୍ତୁ ମୁଁ ପରାମର୍ଶ ଦେବି ଯଦିଓ ସମ୍ଭବ ନିଜ ମାତୃଭୂମିକୁ ନିଶ୍ଚିନ୍ତ ଯାଆନ୍ତୁ । ସାଂସ୍କୃତିକ ପ୍ରତିଷ୍ଠାନର ପ୍ରସାର ଦିଗରେ ସଭିଏଁ କାମ କରିବା ଉଚିତ । ମାତୃଭାଷା ଏବଂ ସଂସ୍କୃତିର ସୁରକ୍ଷା ପ୍ରତି ଧ୍ୟାନ ଦେବା ଆମ କର୍ତ୍ତବ୍ୟ" ବୋଲି ସେ କହିଛନ୍ତି ।

ଏନ. ଭି ରମଣା ସୁପ୍ରିମକୋର୍ଟ ସହ ଜଡିତ ଏକ ଘଟଣାକୁ ନେଇ କହିଥିଲେ " ଯେତେବେଳେ ମୁଁ ପ୍ରଥମ କରି ସୁପ୍ରିମକୋର୍ଟ ଗଲି, ମୋ ବାସଭବନରେ ହିନ୍ଦୀ ଓ ଇଂରାଜୀ ଭାଷାରେ ନେମପ୍ଲେଟ ରହିଥିଲା । ମୋ ନେମପ୍ଲେଟ ତେଲୁଗୁ ଭାଷାରେ ରହିବ ବୋଲି ମୁଁ କହିଥିଲି । କିନ୍ତୁ ଏହା ସମ୍ଭବ ନୁହେଁ ବୋଲି ସେମାନେ କହିଲେ । ସେତେବେଳେ ମୁଁ ଦୃଢତାର ସହ କହିଥିଲି, ମୋ ମାତୃଭାଷାକୁ ନେଇ ଆପୋଷ ବୁଝାମଣା ହେବନାହିଁ । ବାସଭବନର ଭିତର ଏବଂ ବାହାର ମୁଖ୍ୟ ଫାଟକରେ ତେଲୁଗୁ, ଇଂରାଜୀ ଭାଷାରେ ନେମପ୍ଲେଟ ରହିବାକୁ ନିର୍ଦ୍ଦେଶ ଦେଲି"। ରମଣା ଆହୁରି କହିଛନ୍ତି, "ଘରେ ସମସ୍ତେ ନିଜ ମାତୃଭାଷାରେ କଥା ହେବା ଉଚିତ ରହିଛି । ସର୍ବଦା ଆମର ମାତୃଭାଷା, ସଂସ୍କୃତି ଏବଂ ମାଟି ମା'କୁ ମନେ ରଖିବା ଆବଶ୍ୟକ। ଶତାକା ସାହିତ୍ୟକୁ ଡାଉନଲୋଡ କରି ପିଲାଙ୍କୁ ପଢାନ୍ତୁ। ଇଂରାଜୀ ସମେତ ତେଲୁଗୁ ଶିକ୍ଷା ଦେବା ବାଧ୍ୟତାମୂଳକ । ପିଲାମାନେ ତେଲୁଗୁ କହିବାବେଳେ କିଛି ଭୁଲ କରନ୍ତି । ତେଣୁ ସେମାନଙ୍କ ଉପରେ ନ ରାଗି ଭୁଲକୁ ସଂଶୋଧନ କରନ୍ତୁ" ବୋଲି ଏନ. ଭି ରମଣା କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.