ETV Bharat / international

ଏକା ସାଙ୍ଗରେ 16ଟି କମ୍ପାନୀରେ ଚାକିରି କରୁଥିଲେ ମହିଳା, ବିନା କାମରେ ମିଳୁଥିଲା ମୋଟା ଅଙ୍କର ଦରମା

author img

By ETV Bharat Odisha Team

Published : Sep 24, 2023, 3:32 PM IST

16ଟି କମ୍ପାନୀରେ ନିଯୁକ୍ତି ପାଇ କରୁନଥିଲେ କାମ । କିନ୍ତୁ 3 ବର୍ଷ ହେଲା ଦରମା ଆସୁଥିଲା ଆକାଉଣ୍ଟକୁ । ଏପରି ଠକେଇ କରିବା ପରେ ମହିଳାଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

Chinese Woman Held for Job Fraud
Chinese Woman Held for Job Fraud

ହାଇଦ୍ରାବାଦ: ଠକେଇ ନୁହେଁ ମହାଠକେଇ । ଜଣେ ମହିଳା ଚାକିରି କ୍ଷେତ୍ରରେ ଠକେଇର ସବୁ ସୀମା ପାର କରି ଦେଇଛନ୍ତି । ଯାହା ଶୁଣିଲେ ଆପଣବି ଭାବିବେ ଏମିତିବି ଠକେଇ ହୋଇପାରେ । ଜଣେ ମହିଳା ଏକା ସାଙ୍ଗରେ ଗୋଟିଏ କି ଦୁଇଟି ନୁହଁ ବରଂ 16ଟି କମ୍ପାନୀରେ ଚାକିରି କରିଥିଲେ । କମ୍ପାନୀ ଯାଉ ନଥିଲେ କି କାମ କରୁନଥିଲେ । କିନ୍ତୁ ମାସକୁ ମାସ ଆକାଉଣ୍ଟକୁ ଆସୁଥିଲା ମୋଟା ଅଙ୍କର ଦରମା । ତିନି ବର୍ଷ ଧରି ଏପରି କରିବା ପରେ ଏବେ ମହିଳାଙ୍କ ଠକେଇର ଗୁମର ସାମ୍ନାକୁ ଆସିଛି । ତାଙ୍କର ଏପରି ଠକେଇ କାରନାମା ସମସ୍ତଙ୍କୁ ଚକିତ କରିଦେଇଛି । ଚୀନରେ ଏପରି ଠକେଇ ହୋଇଥିବା ଜଣାପଡିଛି ।

ମହିଳା ଜଣଙ୍କ ହେଉଛି ଚୀନର ଗୁଆନ ୟୁ । ସେ ତାଙ୍କ ସ୍ବାମୀଙ୍କ ସହ ବାରମ୍ବାର ଚାକିରି ପରିବର୍ତ୍ତନ କରୁଥିଲେ ଏବଂ ବେଳେ ବେଳେ ଏକା ସାଥିରେ କମ୍ପାନୀରେ କାମ ମଧ୍ୟ କରୁଥିଲେ । ଗୋଟିଏ କମ୍ପାନୀରେ କାମ କରୁଥିବା ବେଳେ ଅନ୍ୟ କମ୍ପାନୀରେ ମଧ୍ୟ ନୂଆ ଚାକିରି ଖୋଜୁଥିଲେ । ଯେତେବେଳେ ସେ ଜବ ଇଣ୍ଟରଭ୍ୟୁ ପାଇଁ ଯେଉଁଠିକି ଯାଆନ୍ତି ସେତେବେଳେ ସେ ଇଣ୍ଟରଭ୍ୟୁର ଏକ ଫଟୋ ଉଠାଇ କାର୍ଯ୍ୟରତ ଥିବା କମ୍ପାନୀର ମାଲକିଙ୍କ ନିକଟକୁ ପଠାଇଥାନ୍ତି । କହିଥାନ୍ତି ଜଣେ କ୍ଲାଇଣ୍ଟଙ୍କ ସହ କଥା ହେବାକୁ ଆସିଛନ୍ତି । ଏପରି ଠକେଇ କରି ସେ ଟଙ୍କା କମାଇବା ସହ ସାଙ୍ଗାଇରେ ଏକ ଘର ମଧ୍ୟ କିଣିଥିଲେ ।

ଏହା ମଧ୍ୟ ପଢନ୍ତୁ-ଚାକିରି ଦେବା ନାମରେ ଠକେଇ, 2 ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ବିଭିନ୍ନ କମ୍ପାନୀରେ ଦେଉଥିଲେ ଇଣ୍ଟରଭ୍ୟୁ: ଅନେକ ଥର ଏମିତିବି ହେଉଥିଲା, ଗୋଟିଏ ଦିନରେ ଚାକିରି ପାଇଁ ଅନେକ ଗୁଡିଏ ଇଣ୍ଟରଭ୍ୟୁ ଥାଏ । ସେହି ସମୟରେ ସେ ଅନ୍ୟ ଜଣକୁ ସେହି ସ୍ଥାନକୁ ପଠାଇ ତାଙ୍କ ଠାରୁ ଟଙ୍କା ନିଅନ୍ତି । ହାତରେ ମହିଳା ଜଣଙ୍କ ଅନେକ ଚାକିରି ରଖିଥିଲେ । ଯଦି କାମ ନକରିବାରୁ ଗୋଟିଏ କମ୍ପାନୀ ବାହାର କରି ଦେଉଛି ତେବେ ସେ ଅନ୍ୟ ଏକ କମ୍ପାନୀରେ କାମ ଆରମ୍ଭ କରିଥାନ୍ତି । କିନ୍ତୁ ତାଙ୍କର ଏହି ଠକେଇ ଚଳିତ ବର୍ଷ ଜାନୁଆରୀ ମାସରେ ସାମ୍ନାକୁ ଆସିଥିଲା । ଯେତେବେଳେ ସେ ଅନଲାଇନ ମାଧ୍ୟମରେ ଏକ କମ୍ପାନୀକୁ ଇସ୍ତଫା ପତ୍ର ପଠାଇଥିଲେ ।

ଖୋଲିଗଲା ମହିଳାଙ୍କ ଠକେଇ ଗୁମର: ମହିଳା ଜଣଙ୍କୁ ଏକ ଟେକ୍ କମ୍ପାନୀରେ ସେଲ୍ସ ଟିମରେ ନିଯୁକ୍ତି କରାଯାଇଥିଲା । କିନ୍ତୁ ସେ ଭଲ କାମ ନକରିବାରୁ କମ୍ପାନୀର ମାଲିକ ଲିୟୁ ଜିଆନ୍ ତାଙ୍କୁ ତିନିମାସ ପରେ ବାହାର କରି ଦେଇଥିଲେ । ତେବେ ସେ ଅନଲାଇନ ମାଧ୍ୟମରେ ଯେଉଁ କମ୍ପାନୀକୁ ଇସ୍ତଫା ପତ୍ର ପଠାଇଥିଲେ ସେହି କମ୍ପାନୀରେ ଲିୟୁ ଜିଆନ୍ ମଧ୍ୟ ଥିଲେ । ଇସ୍ତଫା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଲିୟୁ ଜିଆନ୍ । ସେ ଦେଖିଥିଲେ ଯେ, ମହିଳା ଜଣଙ୍କ ଗୋଟିଏ କମ୍ପାନୀରେ କାମ କରିବା ବ୍ୟତିତ ଅନ୍ୟ କମ୍ପାନୀରେ ମଧ୍ୟ ଫୁଲ ଟାଇମ କାମ କରୁଥିଲେ । ଏନେଇ ଯାଞ୍ଚ କରିବା ପାଇଁ କମ୍ପାନୀର ମାଲିକ ପୋଲିସକୁ ସୂଚନା ଦେଇଥିଲା ।

ମହିଳାଙ୍କୁ ଗିରଫ କଲା ପୋଲିସ: ଯେତେବେଳେ ପୋଲିସ ତଦନ୍ତ କରିଥିଲା ମହିଳା ଜଣଙ୍କ ସତ ସାମ୍ନାକୁ ଆସିଥିଲା । ସେ 3 ବର୍ଷ ହେଲା 16ଟି କମ୍ପାନୀରେ ଏକା ସଙ୍ଗେ କାମ କରି ଦରମା ମଧ୍ୟ ପାଇଥିବା ଜଣାପଡିଥିଲା । ଏପରି ଠକେଇ କରି ସେ 56 କୋଟି ଟଙ୍କା ସଞ୍ଜୟ କରିଥିଲେ । ଯେତେବେଳେ ପୋଲିସ ତାଙ୍କୁ ଗିରଫ କଲା ସେତେବେଳେ ସେ ଅନ୍ୟ କିଛି କମ୍ପାନୀରେ ଇଣ୍ଟରଭ୍ୟୁ ଦେଉଥିଲେ। ମହିଳାଙ୍କ ସମେତ ତାଙ୍କ ସ୍ବାମୀ ଓ 50 ଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.