ETV Bharat / international

ଚୀନ ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହ: ଗୃହବନ୍ଦୀରେ ଜିନପିଙ୍ଗ ! ଟ୍ୱିଟ୍ କରି ପ୍ରଶ୍ନ ଉଠାଇଲେ ସୁବ୍ରମଣ୍ୟମ ସ୍ୱାମୀ

author img

By

Published : Sep 24, 2022, 4:04 PM IST

ଗୃହବନ୍ଦୀରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଥିବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା । ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ମଧ୍ୟ ଏନେଇ ଟ୍ବିଟ୍ କରି ପ୍ରଶ୍ନ ଉଠାଇଛନ୍ତି । ଅଧିକ ପଢନ୍ତୁ

ଗୃହବନ୍ଦୀରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ! ଟ୍ବିଟ ଯୋଗେ ସୁବ୍ରମଣ୍ୟମ ସ୍ବାମୀଙ୍କ ସୂଚନା

ହାଇଦ୍ରାବାଦ: ଚୀନର ରାଷ୍ଟ୍ରପତି ଜିନପିଙ୍ଗକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ ବ୍ୟାପିବାରେ ଲାଗିଛି (Chinese president Xi Jinping being under house arrest) । ତାଙ୍କୁ ବେଜିଙ୍ଗରେ ଗୃହବନ୍ଦୀ କରାଯାଇଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ (BJP leader Subramanian Swamy) ଟ୍ବିଟ କରି ପ୍ରଶ୍ନ ଉଠାଇଛନ୍ତି ।

  • New rumour to be checked out: Is Xi jingping under house arrest in Beijing ? When Xi was in Samarkand recently, the leaders of the Chinese Communist Party were supposed to have removed Xi from the Party’s in-charge of Army. Then House arrest followed. So goes the rumour.

    — Subramanian Swamy (@Swamy39) September 24, 2022 " class="align-text-top noRightClick twitterSection" data=" ">

ଜିନପିଙ୍ଗ ଯେତେବେଳେ ଉଜବେକିସ୍ତାନର ସମରକନ୍ଦରେ ଆୟୋଜିତ ସଙ୍ଘାଇ ସହଯୋଗ ସଂଗଠନ (SCO)ରେ ସାମିଲ ହେବା ପାଇଁ ସମରକନ୍ଦ ଯାଇଥିଲେ, ସେବେଠୁ ତାଙ୍କୁ ସେନାର ଅଧ୍ୟକ୍ଷ ପଦରୁ ହଟାଯାଇଥିବା ଦାବି ହେଉଛି । ତେବେ ଏନେଇ ଏବେ ବିଧିବଦ୍ଧ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ଚୀନର କ୍ୟମୁନିଷ୍ଟ ପାର୍ଟି କିମ୍ବା ସେଠାକାର ସରକାର ଏଯାବତ ଏହି ଖବରକୁ ଖଣ୍ଡନ ମଧ୍ୟ କରିନାହିଁ । ଏହାସହିତ ଚୀନ ରାଷ୍ଟ୍ରପତିଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିବା ଗୁଜବ ଉଠିଛି ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ #XiJinping ମଧ୍ୟ ଟ୍ରେଣ୍ଡ କରୁଛି । ଏହାକୁ ନେଇ ହଜାର ହଜାର ସଂଖ୍ୟାରେ ଟ୍ବିଟ ମଧ୍ୟ କରାଯାଉଛି । ବିଜେପି ନେତା ଓ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀଙ୍କ ଟ୍ବିଟ ପରେ ଏନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଖବରଟି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବିଜେପି ନେତା ନିଜ ଟ୍ବିଟରେ ଏ ଖବରର ସତ୍ୟତା ସମ୍ପର୍କରେ ଯାଞ୍ଚ କରିବା ପାଇଁ ମଧ୍ୟ ଅପିଲ କରିଛନ୍ତି ।

ଏହା ବି ପଢନ୍ତୁ- SCO Summit 2022: ତୁର୍କୀ ଓ ଭାରତର ଦ୍ୱିପାକ୍ଷିକ ଆଲୋଚନା, ସଭାପତିତ୍ୱ ପାଇଁ ଜିନପିଙ୍ଗ ଓ ପୁତିନଙ୍କ ଶୁଭେଚ୍ଛା

ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟ କରି କହିଛନ୍ତି, "ଚୀନକୁ ନେଇ ଏକ ଗୁଜବ ସାମନାକୁ ଆସିଛି । ଯାହାର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ କଣ ନଜରବନ୍ଦୀ ଅବସ୍ଥାରେ ରହିଛନ୍ତି ? ଦାବି କରାଯାଉଛି ଯେ, ଯେତେବେଳେ ଜିନପିଙ୍ଗ ସମରକନ୍ଦ ଯାଇଥିଲେ, ସେତେବେଳେ ଚୀନ କମ୍ୟୁନିଷ୍ଟ ପାର୍ଟିର ନେତାମାନେ ତାଙ୍କୁ ସେନାର ଅଧ୍ୟକ୍ଷ ପଦରୁ ହଟାଇଥିଲେ । ଏହା ପରଠୁ ଗୁଜବ ଶୁଣିବାକୁ ମିଳୁଛି ଯେ ତାଙ୍କୁ ଗୃହବନ୍ଦୀ କରାଯାଇଛି ।" ଏହି ଟ୍ବିଟ ସହିତ ସେ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି ।

ସୂଚନା ଥାଉ କି ଚଳିତ ବର୍ଷ SCO Summitର ଆୟୋଜନ ଭାର ଉଜବେକିସ୍ତାନ ଗ୍ରହଣ କରିଥିବା ବେଳେ ରାଜଧାନୀ ସମରକନ୍ଦରେ ଏହି ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥା ଦ୍ବିପାକ୍ଷିକ ପ୍ରସଙ୍ଗ ଓ ବିଭିନ୍ନ କ୍ଷେତ୍ରରେ ପାରସ୍ପାରିକ ସହଯୋଗ ନେଇ ଆଲୋଚନା ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏଥିରେ ଯୋଗ ଦେଇଥିଲେ । ସମ୍ମିଳନୀରେ ମୋଟ ୮ ସଦସ୍ୟ ରାଷ୍ଟ୍ର ଭାବେ ଭାରତ, ପାକିସ୍ତାନ, ଉଜବେକିସ୍ତାନ, କାର୍ଗିଜସ୍ତାନ, ଖାଜାକସ୍ତାନ, ଉଜବେକିସ୍ତାନ, ଚୀନ ଓ ଋଷ ଯୋଗ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.