ETV Bharat / international

ସୀମାରେ ଶାନ୍ତି ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ: ଚୀନ ବୈଦେଶିକ ମନ୍ତ୍ରୀ

author img

By

Published : Dec 25, 2022, 4:32 PM IST

ଭାରତ ସହିତ ଚୀନର ସମ୍ପର୍କକୁ ନେଇ ପତ୍ରକାରଙ୍କୁ ସମ୍ବୋଧିତ କରିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ୱାଇ ୟି । କହିଛନ୍ତି ଚୀନ ଓ ଭାରତ କୂଟନୈତିକ ଏବଂ ସାମରିକ କ୍ଷେତ୍ରରେ ସମ୍ପର୍କ ବଜାୟ ରହିଛି । ଏହି ଦୁଇ ଦେଶ ସୀମାରେ ଶାନ୍ତି ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ । ଅଧିକ ପଢନ୍ତୁ

chinese foreign minister on china India relations
ତାୱଙ୍ଗ ସଂଘର୍ଷ

ବେଜିଂ: ନିକଟରେ ତୱାଙ୍ଗରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ହୋଇଥିଲା । ଘଟଣାକୁ କିଛି ଦିନ ପୂରିବା ଭିତରେ ପ୍ରତିକ୍ରିୟା ରଖିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ । ଭାରତ ସହିତ ଚୀନର ସମ୍ପର୍କକୁ ନେଇ ପତ୍ରକାରଙ୍କୁ ସମ୍ବୋଧିତ କରି ଚୀନ ବୈଦେଶିକ ମନ୍ତ୍ରୀ ୱାଇ ୟି କହିଛନ୍ତି ଚୀନ ଓ ଭାରତ କୂଟନୈତିକ ଏବଂ ସାମରିକ କ୍ଷେତ୍ରରେ ଉଭୟ ଭାରତ ଓ ଚୀନ ସମ୍ପର୍କ ବଜାୟ ରଖିଛନ୍ତି । ଏହି ଦୁଇ ଦେଶ ସୀମାରେ ଶାନ୍ତି ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ । ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଚୀନ ବୈଦେଶିକ ମନ୍ତ୍ରୀ କହିଛନ୍ତି,"ଆମେ ଏକାଠୀ କାମ କରିବାକୁ ପ୍ରସ୍ତୁତ । ଭାରତ-ଚୀନ ସମ୍ପର୍କ ସ୍ଥିର ଏବଂ ମଜଭୁତ ସହ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି । ଡିସେମ୍ବର 20 ତାରିଖରେ ଚୁଶୁଲ-ମୋଲ୍ଦି ସୀମା ବୈଠକ ବିନ୍ଦୁରେ କୋର କମାଣ୍ଡରସ୍ତରୀୟ ବୈଠକରେ 17ତମ ଆୟୋଜନ ହୋଇଥିଲା । ପଶ୍ଚିମ କ୍ଷେତ୍ର ସୀମାରେ ସ୍ଥିରତା ଓ ସୁରକ୍ଷା ବଜାୟ ରଖିବାକୁ ସହମତି ପ୍ରକାଶ କରିଥିଲେ ।" ଡିସେମ୍ବର 9 ତାରିଖରେ ଭାରତ-ଚୀନ ସୀମା LAC(Line of Actual Control) ନିକଟବର୍ତ୍ତୀ ଅରୁଣାଚଳ ପ୍ରଦେଶର ତାଓ୍ବଙ୍ଗ ସଂଘର୍ଷକୁ ନେଇ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଅନ୍ତରୀଣ ରୂପରେ ଦୁଇପକ୍ଷ ପଶ୍ଚିମ କ୍ଷେତ୍ରରେ ସୁରକ୍ଷା ଏବଂ ସ୍ଥିରତା ରଖିବାକୁ ସହମତି ପ୍ରକାଶ କରିଛନ୍ତି ।

ଡିସେମ୍ବର 9 ତାରିଖରେ ଭାରତ-ଚୀନ LAC ନିକଟବର୍ତ୍ତୀ ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ଭାରତୀୟ ସେନାର 3 ୟୁନିଟ ଯବାନ ସାମିଲ ଥିଲେ । ଏହି ଯବାନମାନେ ବିଭିନ୍ନ ବାଟାଲିୟନରୁ ଥିବା ନେଇ ସେନା ସୂତ୍ରରୁ ସୂଚନା ମିଳିଥିଲା । ଚୀନ ସେନାର ଯବାନଙ୍କୁ ଏହି ଯବାନମାନେ ମୁହଁତୋଡ ଯବାବ ଦେବା ସହ ଭାରତୀୟ ସୀମାରୁ ତଡିବାରେ ସଫଳ ହୋଇଥିଲେ ।

ଏହା ବି ପଢନ୍ତୁ...Tawang Faceoff: ଉଭୟ ପକ୍ଷ ଶାନ୍ତି ବଜାୟ ରଖିଥିବାରୁ ଆମେ ଖୁସି, କହିଲା ଆମେରିକା

ଚୀନ ସେନା ବେଆଇନ ଭାବେ ଅନୁପ୍ରବେଶ ଉଦ୍ୟମ କରିଥିଲେ । LACରେ ସ୍ଥିତାବସ୍ଥା ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଥିଲେ । ଆମର କୌଣସି ଜଣେ ବି ଯବାନ ଗୁରୁତର ହୋଇନାହାନ୍ତି । ଚୀନର ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଥିଲେ ଭାରତୀୟ ସେନା । ଆମ ସେନା ଦେଶର ସାର୍ବଭୌମତ୍ବକୁ ସୁରକ୍ଷିତ ରଖିବାକୁ ପ୍ରତିବଦ୍ଧ ବୋଲି ଗୃହରେ ବିବୃତ୍ତି ରଖି କହିଥିଲେ ପ୍ରତିରକ୍ଷାମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.