ETV Bharat / international

China-Taiwan Tension: ତାଇୱାନ ଚାରିପଟେ ଡ୍ରାଗନର ସମରାଭ୍ୟାସ

ତାଇୱାନକୁ ଭୟଭୀତ କରିବାକୁ ବଡ ଧରଣର ସମରାଭ୍ୟାସ ଆରମ୍ଭ କଲା ଡ୍ରାଗନ । ସମରାଭ୍ୟାସକୁ ନେଇ ବିଶ୍ବବ୍ୟାପୀ ଉଦବେଗ୍ ପ୍ରକାଶ । ଅଧିକ ପଢନ୍ତୁ

China-Taiwan Tension: ତାଇୱାନ ଚାରିପଟେ ସମରାଭ୍ୟାସ ଆରମ୍ଭ କଲା ଡ୍ରାଗନ

author img

By

Published : Aug 4, 2022, 12:49 PM IST

ବେଜିଂ: ଆମେରିକା ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ତାତିଛି ଚୀନ । ଦୁଇ ରାଷ୍ଟ୍ରମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ତାଇୱାନକୁ ଭୟଭୀତ କରିବାକୁ ଯାଇ ଆଜି ବଡ ଧରଣର ସମରାଭ୍ୟାସ ଆରମ୍ଭ କରିଛି ଡ୍ରାଗନ । ଏଥିପାଇଁ ସେ ତାଇୱାନ ଚାରିପାଖେ ଥିବା ୬ଟି ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ ଚୟନ କରିଛି । ଚୀନ ଯୁଦ୍ଧପୋତଗୁଡିକ ଏବେ ଏହି ଦ୍ବୀପଦେଶକୁ ଘେରାବନ୍ଦୀରେ ରଖିଛି । ଚୀନ ତାଇୱାନ ଜଳରାଶିରେ ଯୁଦ୍ଧପୋତ ଓ ଜାହଜ ମୁତୟନ କରିବା ସଙ୍ଗେ ସଙ୍ଗେ ଆଜି ଦିନ ୧୨ଟାରୁ ବୃହତ୍ ସମରାଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛି । ଏହି ସାମରିକ ଡ୍ରିଲରେ ଲାଇଭ୍ ଫାୟାରିଂ ଅନ୍ତର୍ଭୁକ୍ତ ରହିଛି । ଏକ ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡିଛି । ସେପଟେ ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚୀନର ଏହି ଡ୍ରିଲ୍ ଉପରେ ତୀକ୍ଷ୍ମ ନଜର ରଖାଯାଇଛି ।

ଏହାମଧ୍ୟ ପଢନ୍ତୁ:ପୁଣି ତାଇଓ୍ୱାନ ବାୟୁସୀମାରେ ପଶିଲା 27 ଚୀନ ଲଢୁଆ ବିମାନ

ଚୀନର ଏଭଳି ବଡ ଧରଣର ସମରାଭ୍ୟାସ ଉପରେ ବିଶ୍ବବ୍ୟାପୀ ଉଦବେଗ ପ୍ରକାଶ ପାଇଛି । ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ନେଇ ତାଇୱାନ କର୍ତ୍ତୃପକ୍ଷ ଜାପାନ ସମେତ ବିଭିନ୍ନ ମିତ୍ର ରାଷ୍ଟ୍ରମାନଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ତାଇୱାନକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ବି ଉତ୍ତେଜନା ବୃଦ୍ଧି ପାଇଛି । ଏହି ଦ୍ବୀପଦେଶର ସ୍ବାଧୀନତାର ସୁରକ୍ଷା ପାଇଁ ଆମେରିକା ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରିବା ପରେ ପରେ ଡ୍ରାଗନର ନିଜର ଶକ୍ତି ପ୍ରଦର୍ଶନ କରିଛି । ନାନ୍ସି ପେଲୋସି ସ୍ବଦେଶ ଫେରିବା ମାତ୍ରେ ପ୍ରଥମେ ତାଇଓ୍ବାନ ବାୟୁସୀମାରେ ଚୀନ ବାୟୁସେନାର 27ରୁ ଅଧିକ ଲଢୁଆ ବିମାନ ପ୍ରବେଶ କରିଥିଲା । ଏହାସହିତ ତାଇୱାନର ଫଳ ସହ କିଛି ସାମଗ୍ରୀ ଉପରେ କଟକଣା ଲଗାଇଥିଲା ଚୀନ ।

କହିରଖୁଛୁ କି, କିଛିଦିନ ତଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଜିନପିଙ୍ଗଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଫୋନରେ କଥାବାର୍ତ୍ତା ହୋଇଥିଲା । ସେହି ସମୟରେ ତାଇୱାନ ପ୍ରସଙ୍ଗ ଉଠିଥିଲା । ପେଲୋସି କିମ୍ବା ଅନ୍ୟ କେହି ଆମେରିକା ନେତାଙ୍କ ତାଇୱାନ ଗସ୍ତକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିନପିଙ୍ଗ କହିଥିଲେ । ହେଲେ ଏହାରି ଭିତରେ ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ଚୀନ-ଆମେରିକା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.