ETV Bharat / international

China-Taiwan Tension: ଘନଉଛି ଯୁଦ୍ଧ ଆଶଙ୍କା, ସମରାଭ୍ୟାସ ନାଁରେ ଆତଙ୍କ ଖେଳାଉଛି ଡ୍ରାଗନ - ତାଇୱାନ ଚାରିପଟେ ଚୀନର କ୍ଷେପଣାସ୍ତ୍ର ମାଡ

ଆମେରିକା ସଂସଦ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ରକ୍ତମୁଖା ହୋଇଛି ଚୀନ । ଯୁଦ୍ଧାଭ୍ୟାସ ନାଁରେ ତାଇୱାନ ଜଳରାଶିରେ କ୍ଷେପଣାସ୍ତ୍ର ମାଡ କରୁଛି ଡ୍ରାଗନ । ୬ ପଟୁ ତାଇୱାନକୁ ଘେରି ରହିଥିବା ଚୀନର ଏହା କୌଣସି ଯୁଦ୍ଧଭ୍ୟାସ ନୁହେଁ, ବରଂ ଯୁଦ୍ଧର ଶଙ୍ଖନାଦ ବୋଲି କୁହାଯାଉଛି । ପଢନ୍ତୁ ବିସ୍ତୃତରେ

China-Taiwan Tension: ଘନଉଛି ଯୁଦ୍ଧ ଆଶଙ୍କା, ସମରାଭ୍ୟାସ ନାଁରେ ଆତଙ୍କ ଖେଳାଉଛି ଡ୍ରାଗନ

author img

By

Published : Aug 5, 2022, 1:59 PM IST

ବେଜିଂ: ଗୋଟିଏ ଯୁଦ୍ଧର ଅବସାନ ଘଟିନାହିଁ ଏବେ ଆଉ ଏକ ଯୁଦ୍ଧର ଶଙ୍ଖନାଦ ଶୁଭିଲାଣି । ଚୀନ ଓ ତାଇୱାନ ମଧ୍ୟରେ ଘନେଇଛି ଯୁଦ୍ଧ ଆଶଙ୍କା । ସମରାଭ୍ୟାସ ନାଁରେ ତାଇୱାନ ଚାରିପଟେ ଘନ ଘନ ବାଲିଷ୍ଟିକ ମିସାଇଲ ଏବଂ ରକେଟ ମାଡ କରୁଛି ଡ୍ରାଗନ । ୬ଟି ଅଞ୍ଚଳରେ ବୃହତ୍ ସମରାଭ୍ୟାସ କରିବା ସହ ଗୁଳିଗୋଳା ବର୍ଷଣ କରୁଛି । ଚୀନ ଯୁଦ୍ଧପୋତଗୁଡିକ ଏବେ ଦ୍ବୀପଦେଶ ତାଇୱାନକୁ ଘେରାବନ୍ଦୀ କରିଛି । ଏହାକୁ ନେଇ ରେଡ ଆଲର୍ଟରେ ରହିଛି ତାଇୱାନ । ଯଦି ରକେଟ କିମ୍ବା ମିସାଇଲେ ପଡେ, ତେବେ ଏଥିରୁ କିପରି ବର୍ତ୍ତିବେ ସେନେଇ ଦ୍ବୀପଦେଶ ରିହର୍ସଲ ଚଳାଇଛି । ସାମ୍ପ୍ରତିକ ସ୍ଥିତିକୁ ଲକ୍ଷ୍ୟ କଲେ ମନରେ ପ୍ରଶ୍ନ ଉଠୁଛି, କ'ଣ ପୁଣି ଏକ ଯୁଦ୍ଧ ଦେଖିବ କି ବିଶ୍ବ ? ତାଇୱାନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଚାହୁଁଥିବା ଚୀନ କ'ଣ ଯୁଦ୍ଧକୁ ଶେଷ ବିକଳ୍ପ ବାଛିବ ? ନା ଦୁଇ ରାଷ୍ଟ୍ର ମଧ୍ୟରେ ଏହି ତାତି କିଛି ଦିନ ମଧ୍ୟରେ ପ୍ରଶମିତ ହେବ ?

ଚୀନ ଓ ଦ୍ବୀପଦେଶ ତାଇୱାନ ମଧ୍ୟରେ ଦୂରତା ମାତ୍ର ୧୩୦ କିଲୋମିଟର । ବର୍ତ୍ତମାନ ତାଇୱାନ ଠାରୁ ମାତ୍ର ୧୬ କିଲୋମିଟର ଦୂରରେ ମୁତୟନ ରହିଛି ଚୀନ ଯୁଦ୍ଧପୋତ । ଏହାଭିତରେ ତାଇୱାନ ଦାବି କରିଛି ଯେ, ଚୀନ ତାହାର ଜଳରାଶିରେ ୧୧ଟି ବାଲିଷ୍ଟିକ ମିସାଇଲ ପକାଇଛି । ତେଣୁ ଯାହାକୁ ଚୀନ ଯୁଦ୍ଧଭ୍ୟାସ କହୁଛି, ବାସ୍ତବରେ ଏହା ଯୁଦ୍ଧଭ୍ୟାସ ନୁହେଁ, ବରଂ ଯୁଦ୍ଧର ଶଙ୍ଖନାଦ । କାରଣ ଏବେ ତାଇୱାନ ନିକଟରେ ଚୀନ ନିଜର ଏୟାରକ୍ରାଫ୍ଟ ବାହକ ଶାଣ୍ଡୋଙ୍ଗ(Shandong) ଏବଂ ଲିୟୋନିଙ୍ଗ ମୁତୟନ କରିଛି । ଚୀନର J-୨୦ ଫାଇଟର ଜେଟ୍ ତାଇୱାନ ଉପରେ ଉଡାଣ ଭରୁଛି । ଚୀନ ଯେଉଁସବୁ ହତିଆର ସହ ତାଇୱାନକୁ ଘେରିଛି, ସେଥିରେ କୌଣସି ଯୁଦ୍ଧଭ୍ୟାସ ନୁହେଁ ବରଂ ଯୁଦ୍ଧ କରାଯାଏ । ଏହି ହତିଆର ମଧ୍ୟରେ DF-୧୭ ମିସାଇଲ, S-୪୦୦ ଏୟାର ଡିଫେନ୍ସ ସିଷ୍ଟମ, AG-୬୦୦ ସାମୁଦ୍ରିକ ପ୍ଲେନ, ଚାଇନିଜ ଲ୍ୟାଣ୍ଡିଂ ସିପ୍, H-୨୦ ବମ୍ବର, ଗୋଲ୍ଡେନ ଇଗଲ ଡ୍ରୋନ ରହିଛି । ଏବେ ଦିନରାତି ଚୀନ ସେନା ସ୍ବତନ୍ତ୍ର ଅପରେସନ ପ୍ରସ୍ତୁତିରେ ଲାଗିପଡିଛନ୍ତି । ତେବେ ତାଇୱାନକୁ ଡରାଇବା ପୂର୍ବରୁ ରାଷ୍ଟ୍ରପତି ସି ଜିନପିଙ୍ଗ ଚୀନର ମିଲିଟାରୀ ମ୍ୟୁଜିୟମ ପରିଦର୍ଶନ କରିଥିଲେ । ସେଠାରେ ସେ ଦେଶର ପ୍ରତିଟି ବଡ ଯୁଦ୍ଧ ଏବଂ ଭବିଷ୍ୟତ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଥିବାର ମଧ୍ୟ ଜଣାପଡିଛି । ଅପରପକ୍ଷେ ତାଇୱାନ ମଧ୍ୟ ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରି ରଖିଛି ।

ଚୀନ ଯେ ତାଇୱାନ ଉପରେ ସମ୍ପୂର୍ଣ୍ଣ ଦଖଲ ଚାହେଁ, ତାହା ସେ ସ୍ପଷ୍ଟ କରିଛି । ଅନ୍ୟପଟେ ଏହା ହେବାକୁ ଦେବ ନାହିଁ ବୋଲି ବଦ୍ଧପରିକର ହୋଇଛି ଆମେରିକା । ତେଣୁ ଏବେ ଏହି ଦୁଇ ମହାଶକ୍ତି ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି । ଡ୍ରାଗନର ବୃହତ୍ ସମରାଭ୍ୟାସ ଆରମ୍ଭ ପରେ ଶକ୍ତିଶାଳୀ ଆମେରିକା ମଧ୍ୟ ନିଜର ଯୁଦ୍ଧପୋତ ସହ ତାଇୱାନ ଆଡକୁ ଅଗ୍ରସର ହୋଇଛି । ତେଣୁ ଯୁଦ୍ଧ ଅବଶ୍ୟାମ୍ଭବୀ ବୋଲି ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆମେରିକା ସଂସଦ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ରକ୍ତମୁଖା ହୋଇଥିବା ଚୀନ ଋଷିଆ ପରେ ଆଉ ଏକ ଭୟଙ୍କର ଯୁଦ୍ଧକୁ ରୂପ ଦେବ ବୋଲି ବିଭିନ୍ନ ଦେଶର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ତାଇୱାନ ଉପରେ ଚୀନ ହାମ୍‌ଲା:

ପୂର୍ବରୁ ମଧ୍ୟ ଡ୍ରାଗନ ଅନେକ ଥର ତାଇୱାନ ସହ ଲଢେଇ କରିସାରିଛି । ପ୍ରଥମ ଥର ୧୯୫୪ ମସିହାରେ ଚୀନ ଏହି ଦ୍ବୀପଦେଶ ଉପରେ ହାମ୍‌ଲା କରିଥିଲା । ଦୀର୍ଘ ୮ ମାସ ଯାଏଁ ଦୁଇ ମଧ୍ୟରେ ଯୁଦ୍ଧ ଚାଲିଥିଲା । ଏଥିରେ ତାଇୱାନର ୫୧୯ ସେନା ପ୍ରାଣ ହରାଇଥିବାବେଳେ, ଚୀନର ୩୯୩ ସେନା ନିପାତ ହୋଇଥିଲେ । କିନ୍ତୁ ପରିଶେଷରେ ଚୀନକୁ ବୁଝାମଣା କରିବାକୁ ପଡିଥିଲା ।

୧୯୫୮ ମସିହାରେ ଦ୍ବିତୀୟ ଯୁଦ୍ଧର ସୂତ୍ରପାତ ହୋଇଥିଲା । ଏହି ଲଢେଇ ତିନି ମାସ ଯାଏଁ ଚାଲିଥିଲା । ୧୯୯୫ରେ ତୃତୀୟ ଥର ତାଇୱାନକୁ ଘେରିଥିଲା ଚୀନ । ଦୁଇ ଦେଶରେ ସେନା ମୁହାଁମୁହିଁ ହୋଇଥିଲେ । ହେଲେ ପୂର୍ବଥର ଭଳି ଚୀନକୁ ଅସ୍ତ୍ରବିରତ କରିବାକୁ ପଡିଥିଲା । ଏବେ ୨୭ ବର୍ଷ ପରେ ପୁଣିଥରେ ତାଇୱାନ ଉପରେ ଆକ୍ରମଣ ପାଇଁ ସଜବାଜ ହେଉଛି ଚୀନ ।

ଚୀନ-ତାଇୱାନ ଶକ୍ତି:

ଶକ୍ତିଶାଳୀ ଚୀନ ପାଖରେ ପ୍ରାୟ ୨୦ ଲକ୍ଷ ସେନା ରହିଛନ୍ତି । ଯେତେବେଳେ କି ୧ ଲକ୍ଷ ୧୭ ହଜାର ସୈନ ରହିଛି ତାଇୱାନ ନିକଟରେ । ଚୀନର ୧,୫୭୦ଟି ଫାଇଟର ଜେଟ ଥିବାବେଳେ ତାଇୱାନର ମାତ୍ର ୨୮୮ଟି ରହିଛି । ସେହିପରି ଡ୍ରାଗନ ପାଖରେ ୨୮୧ଟି ଆଟାକ୍ ହେଲିକପ୍ଟର, ୫,୨୫୦ ଟ୍ୟାଙ୍କ, ୫,୮୦୦ ତୋପ ଓ ୪୧ଟି ଯୁଦ୍ଧପୋତ ଅଛି । ଅନ୍ୟପଟେ ତାଇୱାନ ୯୧ ଆଟାକ୍ ହେଲିକପ୍ଟର, ୧୧୧୦ ଟ୍ୟାଙ୍କ ଏବଂ ୧୭୦୦ ତୋପ ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.