ETV Bharat / international

Bomb Cyclone: ଆମେରିକାରେ ତୁଷାର ଝଡ, ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି

author img

By

Published : Dec 26, 2022, 7:33 AM IST

ଆମେରିକାରେ ଆସିଥିବା ଭୟଙ୍କର ବରଫ ଝଡରେ ମୃତ୍ୟୁସଂଖ୍ୟା ବଢିବାକୁ ଲାଗିଛି ( bomb cyclone hits usa ) । ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା 34 ଜଣଙ୍କ ଜୀବନ ନେଲାଣି ଏହି ଝଡ । ଅଧିକ ପଢନ୍ତୁ

bomb cyclone update
ଆମେରିକାର ବରଫ ଝଡ

ୱାଶିଂଟନ: ଅଶାନ୍ତ ସମୁଦ୍ର । ଭୟଙ୍କର ବରଫ ଝଡ ( bomb cyclone ) । ହଠାତ୍ ମାଇନସ 45 ଡିଗ୍ରୀକୁ ଖସିଗଲା ତାପମାତ୍ରା ଆଉ ତା ପରେ ମୃତ୍ୟୁର ତାଣ୍ଡବ । ଆମେରିକାରେ ଜଳବାୟୁ ପରିବର୍ତ୍ତନ ନେଇ ହୀନସ୍ତା ଭୋଗିଛନ୍ତି ଆମେରିକାବାସୀ । ଏହି ତୁଷାର ଝଡରେ ସମସ୍ତ 50ଟି ରାଜ୍ୟ ପ୍ରଭାବିତ ହୋଇଛି । ମୃତ୍ୟୁସଂଖ୍ୟା ବଢିବାକୁ ଲାଗିଛି । ବର୍ତ୍ତମାନ ସୁଦ୍ଧା 34 ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

କଲୋରାଡୋ,କାନସାସ, ଓକଲାହୋମା, ନେବ୍ରାକ୍ସା, ନ୍ୟୁୟର୍କ ଏବଂ ଓହିଓରେ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ଘଣ୍ଟାପ୍ରତି 70 ବେଗରେ ବରଫ ଝଡ ହୋଇଛି । ଝଡ ସହ ବର୍ଷା ତାଣ୍ଡବ ରଚିଛି । ଲୋକମାନଙ୍କ ଜୀବନ ଦୁର୍ବିସହ କରି ଦେଇଛି ଏହି ଝଡ । ବୁଫାଲୋରେ ରାସ୍ତାଘାଟ ଓ ଘର ଉପରେ ପ୍ରାୟ 6 ଫୁଟ ଉଚ୍ଚର ବରଫ ଜମା ହୋଇଛି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିଛି । ଘରେ ରହିବାକୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏହା ବି ପଢନ୍ତୁ...ବରଫ ଝଡରେ ହନ୍ତସନ୍ତ ଆମେରିକା: ତାପମାତ୍ରା ବିଯୁକ୍ତ ୪୫, ୧୮ ମୃତ

ସୂଚନାଅନୁସାରେ, ୨୦ କୋଟି ଲୋକ ଏହି ଝଡ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏତେ ଭୟଙ୍କର ଥଣ୍ଡା ଯୋଗୁଁ କିଛି ସମୟ ଭିତରେ ଗରମ ପାଣି ମଧ୍ୟ ବରଫ ପାଲଟିଯାଉଛି । ଆମେରିକାରୁ କାନାଡର କ୍ୟୁବେକ ପର୍ଯ୍ୟନ୍ତ ପ୍ରାୟ ୩୨ ଶହ କିଲୋମିଟର ଯାଏଁ ବରଫ ଝଡ ବମ୍ବ (Bomb Cyclone) ତାଣ୍ଡବ ରଚିଛି । ଏଥିଯୋଗୁଁ 34 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଲକ୍ଷ ଲୋକଙ୍କର ଘର ବିଦ୍ୟୁତ ସଂଯୋଗରୁ ବିଚ୍ଛିନ୍ନ ହୋଇଛି । ସ୍ଥିତିକୁ ଦେଖି 5,934 ବିମାନ ବାତିଲ କରାଯାଇଛି । ରାସ୍ତାଘାଟ ବରଫରେ ଜମା ହୋଇଥିବା ବେଳେ କାର ଗୁଡିକ ମଧ୍ୟ ବରଫରେ ପୋତି ହୋଇଯାଉଛି । ଆମେରିକାର ବରଫ ଝଡ ସମସ୍ୟାକୁ ଦ୍ବିଗୁଣିତ କରିଛି ବମ୍ବ ସାଇକ୍ଲୋୱ । ଜୁଆର ପାଣି ରାସ୍ତାରେ ମାଡ ହେବା ଫଳରେ ବରଫ ହୋଇଯାଉଥିବା ସୂଚନା ରହିଛି ।

ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜୋ ବାଇଡେନ (President Joe Biden) ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବାଇଡେନ କହିଛନ୍ତି, "ଏହା ପିଲାଦିନର ସ୍ନୋ ଡେ ନୁହେଁ ବରଂ ଦେଶ ପ୍ରତି ବଡ ବିପଦ ।" ଲୋକମାନଙ୍କ ପାଇଁ ଆଶ୍ରୟସ୍ଥଳୀ ମଧ୍ୟ ଖୋଲା ଯାଇଛି । 24 ଘଣ୍ଟିଆ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ରହିଛି । ଏହାର ପ୍ରଭାବରେ (ରବିବାର) ଖ୍ରୀଷ୍ଟମାସ ଫିକା ପଡିଥିଲା । ପ୍ରବଳ ପବନ ବରଫ ଭିତରେ ପ୍ରାୟ 15 ଜଣ ଲୋକ ଚର୍ଚ୍ଚକୁ ଆସିଥିଲେ । ସ୍ଥିତି ଏପରି ଅଣାୟତ୍ତ ହୋଇଥିଲା ସେଠାରୁ ମୁକୁଳିବା ତାଙ୍କ ପାଇଁ ମୁସକିଲ ହୋଇଥିଲା । ପାଞ୍ଚ ପରିବାର ଗୋଟିଏ ପରେ ଗୋଟିଏ ସେଠାରୁ ଘରକୁ ଫେରିଥିଲେ । ଜଣେ ବ୍ୟକ୍ତି ଯିଏକି ତାଙ୍କ କାରରେ 17 ଘଣ୍ଟା ରହିବା ପରେ ଘରକୁ ଫେରିଥିଲେ କାରଣ ବାହାରିବା କଷ୍ଟକର ହୋଇଥିଲା ।

କିପରି ସୃଷ୍ଟି ହୁଏ ବମ୍ବ ସାଇକ୍ଲୋନ

ପୃଥିବୀର ଉତ୍ତର ମେରୁ ଆଡୁ ବହୁଥିବା ଶୀତଳ ପବନ ଓ ମେକ୍ସିକୋ ଉଷ୍ଣ ପବନ ଧକ୍କା ହେବା ଫଳରେ ଆମେରିକାରେ ଏହି ଝଡ ସୃଷ୍ଟି ହୋଇଛି । ବମ୍ବୋ ଜେନେସିସି ପ୍ରକ୍ରିୟାର ବମ୍ବ ସାଇକ୍ଲୋନର ନାମ ଆସିଛି । ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.