ETV Bharat / international

ଆମେରିକାରେ ଭୟଙ୍କର ତୁଷାର ଝଡ, ଗଲାଣି 50 ଜୀବନ

author img

By

Published : Dec 27, 2022, 10:17 AM IST

ଆମେରିକାରେ ଆସିଥିବା ଭୟଙ୍କର ବରଫ ଝଡରେ ମୃତ୍ୟୁସଂଖ୍ୟା ବଢିବାକୁ ଲାଗିଛି ( bomb cyclone hits usa ) । ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା 50 ଜଣଙ୍କ ଜୀବନ ନେଲାଣି ଏହି ଝଡ । ଅଧିକ ପଢନ୍ତୁ

bomb cyclone hits usa
ଆମେରିକାରେ ଭୟଙ୍କର ତୁଷାର ଝଡ
ଆମେରିକାରେ ଭୟଙ୍କର ତୁଷାର ଝଡ

ୱାଶିଂଟନ: ଭୟଙ୍କର ବରଫ ଝଡ ( bomb cyclone ) । ଯେଉଁଆଡେ ଚାହିଁଲେ ଖାଲି ବରଫ ଆଉ ବରଫ । ଡହଡହ ହୋଇ ଫୁଟିଥିବା ପାଣି ମଧ୍ୟ ନିମିସକ ମଧ୍ୟରେ ବରଫ ଖଣ୍ଡ ହୋଇଯାଉଛି । ହଠାତ୍ ମାଇନସ 42 ଡିଗ୍ରୀକୁ ଖସିଗଲା ତାପମାତ୍ରା ଆଉ ତା ପରେ ମୃତ୍ୟୁର ତାଣ୍ଡବ । ଆମେରିକାରେ ଜଳବାୟୁ ପରିବର୍ତ୍ତନ ନେଇ ହିନସ୍ତା ଭୋଗିଛନ୍ତି ଆମେରିକାବାସୀ । ଏହି ତୁଷାର ଝଡରେ ସମସ୍ତ 50ଟି ରାଜ୍ୟ ପ୍ରଭାବିତ ହୋଇଛି । ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 50 ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

ଓକଲାହୋମା, କାନସାସ, କଲରାଡୋ, ନେବ୍ରାକ୍ସା, ନ୍ୟୁୟର୍କ , ଟେନେସି, ଭର୍ଜିନିଆ ଏବଂ ଓହିଓରେ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ଘଣ୍ଟାପ୍ରତି 70 ବେଗରେ ବରଫ ଝଡ ହୋଇଛି । ଝଡ ସହ ବର୍ଷା ତାଣ୍ଡବ ରଚିଛି । ଲୋକମାନଙ୍କ ଜୀବନ ଦୁର୍ବିସହ କରି ଦେଇଛି ଏହି ଝଡ । ବୁଫାଲୋରେ ରାସ୍ତାଘାଟ ଓ ଘର ଉପରେ ପ୍ରାୟ 6 ଫୁଟ ଉଚ୍ଚର ବରଫ ଜମା ହୋଇଛି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିଛି । ଘରେ ରହିବାକୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାଅନୁସାରେ, ୨୦ କୋଟି ଲୋକ ଏହି ଝଡ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏତେ ଭୟଙ୍କର ଥଣ୍ଡା ଯୋଗୁଁ କିଛି ସମୟ ଭିତରେ ଗରମ ପାଣି ମଧ୍ୟ ବରଫ ପାଲଟିଯାଉଛି । ଆମେରିକାରୁ କାନାଡର କ୍ୟୁବେକ ପର୍ଯ୍ୟନ୍ତ ପ୍ରାୟ ୩୨ ଶହ କିଲୋମିଟର ଯାଏଁ ବରଫ ଝଡ ବମ୍ବ୍‌ (Bomb Cyclone) ତାଣ୍ଡବ ରଚିଛି । ଏଥିଯୋଗୁଁ 34 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 15 ଲକ୍ଷ ଲୋକଙ୍କର ଘର ବିଦ୍ୟୁତ ସଂଯୋଗରୁ ବିଚ୍ଛିନ୍ନ ହୋଇଛି । ସ୍ଥିତିକୁ ଦେଖି 5,934 ବିମାନ ବାତିଲ କରାଯାଇଛି । ରାସ୍ତାଘାଟ ବରଫରେ ଜମା ହୋଇଥିବା ବେଳେ କାରଗୁଡିକ ମଧ୍ୟ ବରଫରେ ପୋତି ହୋଇଯାଉଛି । ଆମେରିକାର ବରଫ ଝଡ ସମସ୍ୟାକୁ ଦ୍ବିଗୁଣିତ କରିଛି ବମ୍ବ ତୁଷାର ବାତ୍ୟା । ଜୁଆର ପାଣି ରାସ୍ତାରେ ମାଡ ହେବା ଫଳରେ ବରଫ ହୋଇଯାଉଥିବା ସୂଚନା ରହିଛି । 4 ଦିନ ହେବ ବରଫପାତ ଯୋଗୁଁ ଚାରିଆଡ ବରଫମୟ ହୋଇଛି । ବମ୍ବ ବାତ୍ୟା ଯୋଗୁଁ ଭୀଷଣ ଥଣ୍ଡା ଅନୁଭୁତ ହେଉଛି । ତାପମାତ୍ର ମାଇନସ୍‌ 42କୁ ଖସି ଯାଇଛି ।

ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜୋ ବାଇଡେନ (President Joe Biden) ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବାଇଡେନ କହିଛନ୍ତି, "ଏହା ପିଲାଦିନର ସ୍ନୋ ଡେ ନୁହେଁ ବରଂ ଦେଶ ପ୍ରତି ବଡ ବିପଦ ।" ଲୋକମାନଙ୍କ ପାଇଁ ଆଶ୍ରୟସ୍ଥଳୀ ମଧ୍ୟ ଖୋଲା ଯାଇଛି । 24 ଘଣ୍ଟିଆ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ରହିଛି ।

ଏହା ବି ପଢନ୍ତୁ...China Taiwan Tension: ଗତ ୨୪ଘଣ୍ଟାରେ ତାଇୱାନ ସୀମାକୁ ୭୧ ଯୁଦ୍ଧ ବିମାନ ପଠାଇଲା ଚୀନ

କିପରି ସୃଷ୍ଟି ହୁଏ ବମ୍ବ ସାଇକ୍ଲୋନ

ପୃଥିବୀର ଉତ୍ତର ମେରୁ ଆଡୁ ବହୁଥିବା ଶୀତଳ ପବନ ଓ ମେକ୍ସିକୋ ଉଷ୍ଣ ପବନ ଧକ୍କା ହେବା ଫଳରେ ଆମେରିକାରେ ଏହି ଝଡ ସୃଷ୍ଟି ହୋଇଛି । ବମ୍ବୋଜେନେସିସି ପ୍ରକ୍ରିୟାରୁ ବମ୍ବ ସାଇକ୍ଲୋନର ନାମ ଆସିଛି । ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.