ETV Bharat / international

ୟୁକ୍ରେନକୁ ଆମେରିକାର 625 ମିଲିୟନ ଡଲାର ଅତିରିକ୍ତ ସାମରିକ ପ୍ୟାକେଜ, ଜେଲେନସ୍କିଙ୍କ ସହ କଥା ହେଲେ ବାଇଡେନ

author img

By

Published : Oct 5, 2022, 7:30 AM IST

ପୁଣି ୟୁକ୍ରେନକୁ 625 ମିଲିୟନ ଡଲାରର ସାମରିକ ପ୍ୟାକେଜ ଦେବ ଆମେରିକା । ଗତକାଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କଥା ହେଲେ ବାଇଡେନ ଓ ହାରିଶ (Biden announces military aid to ukraine)। ସହଯୋଗ ଜାରି ରହିବା ନେଇ ଦେଲେ ଆଶ୍ବସନା । ଅଧିକ ପଢନ୍ତୁ

ୟୁ୍କ୍ରେନକୁ ଆମେରିକାର 625 ମିଲିୟନ ଡଲାରର ସାମରିକ ପ୍ୟାକେଜ, ଜେଲେନସ୍କିଙ୍କ ସହ କଥା ହେଲେ ବାଇଡେନ

ଓ୍ବାଶିଂଟନ: ଋଷ-ୟୁକ୍ରେନ ଯୁଦ୍ଧ ନେଇ ପ୍ରାରମ୍ଭିକ ଭାବେ ଯାହା କିଛି ଆକଳନ କରାଯାଉଥିଲା, ତାହା କ୍ରମଶଃ ଭୁଲ ପ୍ରମାଣିତ ହେବାରେ ଲାଗିଛି । ଆମେରିକା ସମେତ ପଶ୍ଚିମ ରାଷ୍ଟ୍ରଙ୍କ ସହଯୋଗରେ ଏପର୍ଯ୍ୟନ୍ତ ୟୁକ୍ରେନ ଯୁଦ୍ଧ ଲଢିବା ଜାରି ରଖିଥିବା ବେଳେ ଋଷର ସମସ୍ୟା ମଧ୍ୟ କ୍ରମଶଃ ବଢିବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନକୁ ଅତିରିକ୍ତ 625 ମିଲିୟନ ଡଲାରର ସାମରିକ ପ୍ୟାକେଜ (USD 625 million) ପ୍ରଦାନ କରିବାକୁ ଆମେରିକା ଇଚ୍ଛା ପ୍ରକାଶ କରିଛି (Biden announces military aid to ukraine) । ଗତକାଲି ଏନେଇ ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଫୋନରେ କଥା ହେବା ସହ ଏହି ସାମରିକ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି (us military aid to ukraine) ।

ହ୍ବାଇଟ ହାଉସରୁ ମିଳିଥିବା ସୂତ୍ର ଅନୁସାରେ, ଗତକାଲି ୟୁକ୍ରେନ-ଋଷ ଯୁଦ୍ଧ ସମ୍ପର୍କରେ ରାଷ୍ଟ୍ରପତି ବାଇଡେନ ସମୀକ୍ଷା କରିବା ସହ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଟେଲିଫୋନରେ କଥା ହୋଇ ଆଲୋଚନା ମଧ୍ୟ କରିଥିଲେ । ଉପରାଷ୍ଟ୍ରପତି କମଲା ହାରିଶ ମଧ୍ୟ ଜେଲେନସ୍କିଙ୍କ ସହ କଥା ହୋଇଥିଲେ । ପୂର୍ବ ପରି ୟୁକ୍ରେନ ସହ ଆମେରିକା ରହିଛି ଓ ସହଯୋଗ ଶୃଙ୍ଖଳା ଜାରି ରହିବା ନେଇ ବାଇଡେନ ଜେଲେନସ୍କିଙ୍କୁ ଆଶ୍ବସନା ଦେଇଥିଲେ । ସେହିପରି ଅତିରିକ୍ତ 625 ମିଲିୟନ ଡଲାରର ସାମରିକ ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ ବାଇଡେନ (us military aid to ukraine) ।

ଏବେ ମଧ୍ୟ ଋଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ପ୍ରଥମ ଦିନରୁ ଆମେରିକା ଓ ପଶ୍ଚିମ ରାଷ୍ଟ୍ର ସମୂହ ୟୁକ୍ରେନକୁ ସାମରିକ ଓ ଆର୍ଥିକ ସହାୟତା ଯୋଗାଇ ଚାଲିଛନ୍ତି । ନିରନ୍ତର ଭାବେ ଲଢୁଥିବା ୟୁକ୍ରେନକୁ ସମ୍ପୂର୍ଣ୍ଣ କବଜାକୁ ନେବା ପାଇଁ ଋଷ ମଧ୍ୟ ସମସ୍ୟାର ସାମ୍ନା କରିବା ଆରମ୍ଭ କଲାଣି । ଯୁଦ୍ଧ ଆରମ୍ଭରୁ ଆମେରିକା କିମ୍ବା ନାଟୋ ସେନା ସିଧାସଳଖ ଯୁଦ୍ଧରେ ଅଂଶଗ୍ରହଣ ନକରି ପରୋକ୍ଷ ଭାବେ ୟୁକ୍ରେନକୁ ସହୟତା ଯୋଗାଇବା କରିବା ଜାରି ରଖିଛନ୍ତି ।

ଅନୁରୂପ ଭାବେ ଆକ୍ରମଣ ବନ୍ଦ କରିବା ପାଇଁ ଋଷ ଉପରେ ଚାପ ପ୍ରୟୋଗ କରିବା ସହ ଏକାଧିକ ଅନ୍ତର୍ଜାତୀୟ କଟକଣା ଜାରି କରିଛନ୍ତି ପଶ୍ଚିମ ରାଷ୍ଟ୍ର । ଜାତିସଂଘ ମଧ୍ୟ ଋଷକୁ ଏହି ଆକ୍ରମଣ ବନ୍ଦ କରିବା ପାଇଁ ପରାମର୍ଶ ଦେଇସାରିଥିଲେ ସୁଦ୍ଧା ଋଷ କିନ୍ତୁ ଏହାକୁ ଖାତିର ନକରି ଯୁଦ୍ଧ ଜାରି ରଖିଛି । ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ନିଜେ ମଧ୍ୟ ୟୁକ୍ରେନ ଗସ୍ତରେ ଆସି କିଭ ସହରରେ ସ୍ଥିତି ଦେଖିବା ସହ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇଥିଲେ । ଏପରି ସ୍ଥିତିରେ ଯୁଦ୍ଧର ଭବିଷ୍ୟତ ଓ ସମାପ୍ତି ନେଇ ପ୍ରଶ୍ନ ମଧ୍ୟ ସେତିକି ଘନୀଭୂତ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.