ETV Bharat / international

'ଭାରତ ବାଂଲାଦେଶର ବିଶ୍ୱସ୍ତ ବନ୍ଧୁ'; ନିର୍ବାଚନ ମଧ୍ୟରେ ଭାରତକୁ ଶେଖ୍ ହସିନାଙ୍କ ପ୍ରଶଂସା - ପ୍ରଧାନମନ୍ତ୍ରୀ ଶେଖ ହସିନା

Bangladesh PM thanks India: ନିର୍ବାଚନ ମଧ୍ୟରେ ଭାରତକୁ ଧନ୍ୟବାଦ ଜଣାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ । ବାଂଲାଦେଶ ବହୁତ ଭାଗ୍ୟବାନ ଯେ ଭାରତ ଆମର ବିଶ୍ୱସ୍ତ ବନ୍ଧୁ ବୋଲି କହିଲେ ଶେଖ ହସିନା । ଅଧିକ ପଢନ୍ତୁ

ନିର୍ବାଚନ ମଧ୍ୟରେ ଭାରତର ପ୍ରଶଂସା କଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Jan 7, 2024, 11:36 AM IST

ଢାକା: ବାଂଲାଦେଶ ନିର୍ବାଚନ ମଧ୍ୟରେ ଭାରତକୁ ପ୍ରଶଂସାରେ ପୋତିଲେ ପ୍ରଧାନମନ୍ତ୍ରୀ ଶେଖ ହସିନା । ବାଂଲାଦେଶ ବହୁତ ଭାଗ୍ୟବାନ ଯେ ଭାରତ ଆମର ବିଶ୍ୱସ୍ତ ବନ୍ଧୁ ବୋଲି କହିଛନ୍ତି ଶେଖ ହାସିନା । 1971 ମସିହା ଲିବରେସନ ଯୁଦ୍ଧ ସମୟରେ ଭାରତର ବାଲାଂଦେଶକୁ ସମର୍ଥନ କଥା ମନେ ପକାଇବା ସହ 1975ରେ ଯେତେବେଳେ ପରିବାରର ସମସ୍ତଙ୍କୁ ହରାଇଥିଲେ ସେତେବେଳେ ଭାରତ ଆଶ୍ରୟ ଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

  • #WATCH | Dhaka: In her message to India, Bangladesh Prime Minister Sheikh Hasina says, ''You are most welcome. We are very lucky...India is our trusted friend. During our liberation war, they supported us...After 1975, when we lost our whole family...they gave us shelter. So our… pic.twitter.com/3Z0NC5BVeD

    — ANI (@ANI) January 7, 2024 " class="align-text-top noRightClick twitterSection" data=" ">

ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ଗଣତାନ୍ତ୍ରିକ ମହାପର୍ବରେ ସାମିଲ ହୋଇ ନିଜ ମତସାବ୍ୟସ୍ତ କରିଛନ୍ତି । ଭୋଟ ଦେଇ ବୁଥରୁ ବାହାରୁଥିବା ବେଳେ ଭାରତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ଭାରତ ଭଳି ବିଶ୍ବସ୍ତ ବନ୍ଧୁ ପାଇ ଆମେମାନେ ବହୁତ ଭାଗ୍ୟବାନ । 1971 ମସିହା ଲିବରେସନ ଯୁଦ୍ଧ ସମୟରେ ଭାରତ ଆମକୁ ସମର୍ଥନ ଜଣାଇଥିଲା । 1975 ପରେ ଆମେ ଯେତେବେଳେ ଆମେ ସମ୍ପୂର୍ଣ୍ଣ ପରିବାରକୁ ହରାଇଥିଲୁ, ସେତେବେଳେ ଆମକୁ ଭାରତ ଆଶ୍ରୟ ଦେଇଥିଲା ।''

ଏହାମଧ୍ୟ ପଢନ୍ତୁ.. ଆଜି ବାଂଲାଦେଶ ଭୋଟ୍: ମତଦାନ ପୂର୍ବରୁ ପୋଲିଂ ବୁଥ ଓ ସ୍କୁଲ ଜାଳିଦେଲେ ଦୁର୍ବୃତ୍ତ

1975 ମସିହା ଅଗଷ୍ଟ 15 ତାରିଖ ଦିନ ଶେଖ ହସିନାଙ୍କୁ ତାଙ୍କ ବାପାଙ୍କ ସମେତ ପରିବାରର 18 ଜଣଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଥିଲା । ରାଜନୈତିକ ଆକ୍ରୋଶ ମଧ୍ୟରେ କିଛି ବରିଷ୍ଠ ସେନା ଅଧିକାରୀ ଏହି ହତ୍ୟାକାଣ୍ଡ ଘଟାଇଥିଲେ । ଏହି ସମୟରେ ଶେଖ ହସିନାଙ୍କୁ ଆଶ୍ରୟ ଦେଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ପାଖାପାଖି 6 ବର୍ଷ ଧରି ଦିଲ୍ଲୀରେ ନାମ ପରିବର୍ତ୍ତନ କରି ରହିବା ପରେ ସେ ବାଂଲାଦେଶ ଫେରିଥିଲେ ।

ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବେ ବୋଲି ପୂର୍ବରୁ ଦୃଢତା ପ୍ରକାଶ କରିଥିବା ବେଳେ ମୁଖ୍ୟ ବିରୋଧି ଦଳ ବାଂଲାଦେଶ ନେସନାଲିଷ୍ଟ ପାର୍ଟି(ବିଏନପି) ନିର୍ବାଚନ ବର୍ଜନ କରିଛି । ତେବେ ମୁଖ୍ୟ ବିରୋଧି ଦଳ ନିର୍ବାଚନରେ ଅଂଶଗ୍ରହଣ କରୁନଥିବା ଯୋଗୁଁ ଶେଖ ହସିନା ପୁଣିଥରେ କ୍ଷମତାକୁ ଆସିବାର ସମ୍ଭାବନା ଅଧିକ ରହିଛି ।

17 କୋଟି ଜନସଂଖ୍ୟା ବିଶିଷ୍ଟ ବାଂଲାଦେଶରେ ମତଦାନ ଜାରି ରହିଥିବା ବେଳେ ଏହା ଉପରେ ଭାରତ, ଚୀନ ଆମେରିକା ଭଳି ବଡ ବଡ ଦେଶର ନଜର ରହିଛି । ଯୁଦ୍ଧରୁ ଜନ୍ମ ନେଇଥିବା ବାଂଲାଦେଶର 52 ବର୍ଷ ଇତିହାସରେ ସଂଘର୍ଷ ମଧ୍ୟରେ ନିଜକୁ ଶକ୍ତ କରିବା ଦେଖିବାକୁ ମିଳେ । ବର୍ତ୍ତମାନ ଏହାର ଅର୍ଥବ୍ୟବସ୍ଥା 400 ଆରବ ଡଲାର ପାର୍ କରିଛି । ଭାରତ ବାଂଲାଦେଶଲ ମଧ୍ୟରେ ଦୀର୍ଘ ବର୍ଷ ହେବ ସୁସମ୍ପର୍କ ରହିଛି । ଭାରତ ନିଜର ପୂର୍ବୋତ୍ତର ରାଜ୍ୟଗୁଡିକର ସୁରକ୍ଷା ପାଇଁ ବାଂଲାଦେଶ ଉପରେ ଭରସା କରିଥାଏ । ଅନେକ ସମୟରେ ଭାରତର ପୂର୍ବୋତ୍ତର ରାଜ୍ୟଗୁଡିକରେ ହିଂସାକାଣ୍ଡ ଘଟାଉଥିବା ଜିହାଦୀ ସଂଗଠନ ଉପରେ ବାଂଲାଦେଶ ଆକ୍ରମଣ କରିଥାଏ । ପ୍ରତିରକ୍ଷା କ୍ଷେତ୍ରରେ ବାଂଲାଦେଶକୁ ଭାରତ 500 ମିଲିୟନ ଡଲାରର ଋଣ ମଧ୍ୟ ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.