ETV Bharat / international

Afghanistan: ୨୦୦୦ ପାର କଲାଣି ଭୂକମ୍ପ ମୃତ୍ୟୁସଂଖ୍ୟା, ଏବେ ବି ଉଦ୍ଧାର କାର୍ଯ୍ୟ ଜାରି

author img

By ETV Bharat Odisha Team

Published : Oct 8, 2023, 5:03 PM IST

ଆଫିଗାନିସ୍ତାନରେ ବଢିବାରେ ଲାଗିଛି ଭୂକମ୍ପ ମୃତ୍ୟୁସଂଖ୍ୟା । ଶନିବାର ୬.୩ ତୀବ୍ରତାରେ ଥରିଥିଲା ଆଫଗାନିସ୍ତାନ । ଏବେ ମଧ୍ୟ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

Afghanistan: ୨୦୦୦ ପାର କଲାଣି ଭୂକମ୍ପ ମୃତ୍ୟୁସଂଖ୍ୟା

ହାଇଦ୍ରାବାଦ: ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ଉପରେ ସମଗ୍ର ବିଶ୍ବର ନଜର ଥିବା ବେଳେ ଏପଟେ ଆଫଗାନିସ୍ତାନ ଭୂକମ୍ପ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଗତକାଲି (ଶନିବାର) ହୋଇଥିବା ଭୂକମ୍ପରେ ଆଜି ସୁଦ୍ଧା ମୃତ୍ୟୁସଂଖ୍ୟା ୨ ହଜାର ଅତିକ୍ରମ କରିଛି । ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି । ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଏବେ ମୃତ୍ୟୁସଂଖ୍ୟା 2,025 ରହିଛି ।

ଏକ ସ୍ଥାନୀୟ ଗମମାଧ୍ୟମରେ ପ୍ରକାଶିତ ସୂଚନା ଅନୁସାରେ, ଏବେ ସୁଦ୍ଧା ପ୍ରାୟ ୧୨ଶହ ଆହତଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୧୩୨୦ ଘର ଭାଙ୍ଗିଛି । ଶନିବାର ଆଫଗାନିସ୍ତାନ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଥିଲା । ପ୍ରଥମ କମ୍ପନର ମାତ୍ରା ରିକ୍ଟର ସ୍କେଲରେ 6.3 ମ୍ୟାଗ୍ନିଚ୍ୟୁଡ ରେକର୍ଡ ହୋଇଥିଲା । ଏହାର ପରବର୍ତ୍ତୀ ପ୍ରତିକ୍ରିୟା (ଆଫ୍ଟର ସକ)ରେ ମଧ୍ୟ ଏକାଧିକ ଥର କମ୍ପନ ଅନୁଭୂତ ହୋଇଥିଲା । ହେରାତ ଅଞ୍ଚଳ ଏହି ଭୂକମ୍ପରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଏବେ ସୁଦ୍ଧା ମଧ୍ୟ ଉଦ୍ଧାର ଅପରେସନ ଜାରି ରହିଛି । ଭାଙ୍ଗିଯାଇଥିବା ବିଲ୍ଡିଂର ଭଗ୍ନାବଶେଷ ତଳୁ ମୃତାହତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେ ସୁଦ୍ଧା ମୃତକଙ୍କ ସଂଖ୍ୟା ପ୍ରାୟ ୨୦୦୦ ଟପିଥିବା ବେଳେ ଏହି ସଂଖ୍ୟା ଆହୁରି ମଧ୍ୟ ବଢିବାର ଯଥେଷ୍ଟ ଆଶଙ୍କା ରହିଛି ।

ଏପରି ସମୟରେ ଆଫଗାନିସ୍ତାନକୁ ମାନବୀୟ ସହୟତା ପଠାଯାଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଟ୍ବିଟ୍‌ କରି ସୂଚନା ଦେଇଛି । ହେରାତର ବିଭିନ୍ନ ହସ୍ପିଟାଲକୁ ଚିକିତ୍ସା ସାମଗ୍ରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଇଥିବା ‘ହୁ’ କହିଛି । ଆହତଙ୍କ ଚିକିତ୍ସା ଓ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ତାଲିବାନ ପ୍ରଶାସନ କାର୍ଯ୍ୟ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ:- Earthquake: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ଘଣ୍ଟାଏରେ ୩ଥର ଝଟକା

ଆମେରିକୀୟ ପାଣିପାଗ ସଂସ୍ଥାର ସୂଚନା ଅନୁସାରେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ହେରାତ ସହରରେ ହୋଇଥିବା ବେଳେ ଏହି କମ୍ପନ ପ୍ରାୟ 7.7 କିମି ଗଭୀରରେ ହୋଇଥିଲା । ପ୍ରଥମ ଝଟକାର ତୀବ୍ରତା 6.3 ମ୍ୟାଗ୍ନିଚ୍ୟୁଡ ଥିଲା । ପରେ ପୁଣି ଥରେ 5.9 ତୀବ୍ରତାର କମ୍ପନ ମଧ୍ୟ ଅନୁଭୂତ ହୋଇଥିଲା । ଏହାର ପ୍ରଥମ କମ୍ପନର ଆଫ୍ଟର ସକ ଥିଲା ବୋଲି ଆମେରିକୀୟ ସଂସ୍ଥା କହିଛି ।

ଅନ୍ୟପଟେ ଚଳିତମାସ ୩ ତାରିଖରେ ରାଜଧାନୀ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ମାତ୍ର କିଛି ମିନିଟ ବ୍ୟବଧାନରେ ଦୁଇଥର କମ୍ପନ ଅନୁଭୂତ ହୋଇଥିଲା । ରାଜଧାନୀ ଦିଲ୍ଲୀ ଓ ସମଗ୍ର ଉତ୍ତର ଭାରତୀୟ ରାଜ୍ୟରେ ଆଶିଂକ ଭାବେ ଏହି କମ୍ପନ ଅନୁଭୂତ ହୋଇଥିଲେ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇନଥିଲା । ଏହାର ଉତ୍ପତିସ୍ଥଳ ନେପାଳ ବୋଲି ଜଣାପଡିଥିଲା । ତାହାର ୨ ଦିନ ପୂର୍ବରୁ ମେଘାଳୟ ଓ ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.