ETV Bharat / international

ଚୀନରେ ଭୟଙ୍କର ବିମାନ ଦୁର୍ଘଟଣା: ରନୱେରେ ଜଳିଗଲା ବିମାନ, ଅନେକ ଆହତ - ଚୀନରେ ଭୟଙ୍କର ବିମାନ ଦୁର୍ଘଟଣା

ଚୀନର ଚୋଙ୍ଗକିଙ୍ଗ ବିମାନ ବନ୍ଦରରେ ରନଓ୍ବେରେ ଉଡାଣ ଭରିବା ପୂର୍ବରୁ ଜଳିଗଲା ବିମାନ । ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଚୀନରେ ଭୟଙ୍କର ବିମାନ ଦୁର୍ଘଟଣା: ଜଳିଗଲା ବିମାନ, 25 ଆହାତ

author img

By

Published : May 12, 2022, 9:44 AM IST

Updated : May 12, 2022, 11:30 AM IST

ବେଜିଂ: ଉଡାଣ ଭରିବା ପୂର୍ବରୁ ରନଓ୍ବେରେ ଜଳିଗଲା ବିମାନ । ଚୀନର ଚୋଙ୍ଗକିଙ୍ଗ ବିମାନ ବନ୍ଦରରେ ଘଟିଛି ବଡ ଧରଣର ବିମାନ ଦୁର୍ଘଟଣା । ଏଥିରେ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଚୋଙ୍ଗକିଙ୍ଗ ବିମାନବନ୍ଦରରୁ ତିବ୍ବତ ଏୟାରଲାଇନ୍ସ ବିମାନ ଉଡାଣ ଭରିବା ସମୟରେ ରନଓ୍ବେରେ ଅଗ୍ନିକାଣ୍ଡ ଘଟିଥିଲା ।

ବିମାନରେ ୧୧୩ଜଣ ଯାତ୍ରୀ ଓ ୯ଜଣ କର୍ମଚାରୀ ରହିଥିବା ବେଳେ ଚୀନର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେଥିମଧ୍ୟରୁ 40ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଆଜି(ଗୁରବାର) ସକାଳ ୮ ଟାରେ ନିଆଁ ଲାଗିଯାଇଥିବା ନେଇ ସୂଚନା ରହିଛି । ନିଆଁ ଲାଗିଯିବା ଫଳରେ ପୁରା ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା । ବିମାନରୁ ମଧ୍ୟ ଧୁଆଁ ବାହାରୁଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ଏହି ଘଟଣାର ତଦନ୍ତ କରାଯାଉଥିବା ନେଇ ଏୟାରଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ମାର୍ଚ୍ଚ ୧୨ ତାରିଖରେ ଚୀନର ଏକ ବିମାନରେ ନିଆଁ ଲାଗି ୯ଜଣଙ୍କ ଦୁଃଖଦ ଭାବେ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 12, 2022, 11:30 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.