ETV Bharat / international

ୟମନର ଅଦନ ବିମାନବନ୍ଦରରେ ଭୟଙ୍କର ବିସ୍ଫୋରଣ: 22 ମୃତ, 50ରୁ ଊର୍ଦ୍ଧ୍ବ ଗୁରୁତର - ଅଦନ ବିମାନବନ୍ଦର

ବୁଧବାର ୟମନର ଅଦନ ବିମାନବନ୍ଦରରେ ଭୟଙ୍କର ବିସ୍ଫୋରଣ । ତେବେ ଏହି ବିସ୍ଫୋରଣରେ ପ୍ରାୟ ୨୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ୟେମେନର ଅଦନ ବିମାନବନ୍ଦରରେ ଭୟଙ୍କର ବିସ୍ଫୋରଣ; 22 ମୃତ, 50ରୁ ଉର୍ଦ୍ଧ୍ବ ଗୁରୁତର

author img

By

Published : Dec 31, 2020, 3:11 PM IST

ନୂଆଦିଲ୍ଲୀ: ବୁଧବାର ୟମନର ଅଦନ ବିମାନବନ୍ଦରରେ ଭୟଙ୍କର ବିସ୍ଫୋରଣ । ବିମାନ ଅବତରଣବେଳେ ହୋଇଥିଲା ଏହି ଆକ୍ରମଣ । ତେବେ ଏହି ବିସ୍ଫୋରଣରେ ପ୍ରାୟ ୨୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ରହିଛି । ସେପଟେ ବିମାନବନ୍ଦରରେ ଏହି ବିସ୍ଫୋରଣ ଘଟଣାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହିଁ । ୟମନର ସଞ୍ଚାର ମନ୍ତ୍ରୀ ବିସ୍ଫୋରଣର କିଛି ସମୟ ପୂର୍ବରୁ ସାଉଦି ଆରବ ଗସ୍ତ ସାରି ବିମାନବନ୍ଦରରେ ପହଞ୍ଚିଥିଲେ ।

ସଞ୍ଚାର ମନ୍ତ୍ରୀଙ୍କ ଅନୁଯାୟୀ, ବିମାନବନ୍ଦରରେ ୨ଟି ବିସ୍ଫୋରଣର ଆଭାସ ଆସିଥିଲା । ଏହାପରେ ମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରିଥିଲେ ସୁରକ୍ଷାକର୍ମୀ । ବିସ୍ଫୋରଣର ଖବର ପାଇବା ପରେ ସୈନ୍ୟ ଓ ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ସିଲ୍‌ କରିଛନ୍ତି । ସ୍ଥାନେ ସ୍ଥାନେ ଚଢାଉ ଜାରି ରହିଛି । କିଏ ଓ କାହିଁକି ଏହି ବିସ୍ଫୋରଣ ଘଟାଇଛି । ତାହାକୁ ନେଇ ଛାନଭିନ ଜାରି ରହିଛି । ସରକାର ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.