ETV Bharat / international

ଘରୋଇ ବିମାନ ସେବା ବୃଦ୍ଧି କରିବ ଭର୍ଜିନ ଅଷ୍ଟ୍ରେଲିଆ ଏୟାରଲାଇନ୍ସ

author img

By

Published : Jun 12, 2020, 6:39 AM IST

କୋରୋନା ସ୍ଥିତି ନେଇ କଟକଣା କଡାକଡି ହେଉଥିବା ବେଳେ ଅଷ୍ଟ୍ରେଲିଆର ଦ୍ବିତୀୟ ସର୍ବବୃହତ ଏୟାରଲାଇନ୍ସ ଭର୍ଜିନ ଅଷ୍ଟ୍ରେଲିଆ ବଢାଇଛି ନିଜ ସେବାର ପରିସର । ପୂର୍ବ ତୁଳନାରେ ଏବେ ନିଜ ଘରୋଇ ଉଡାଣ ସଂଖ୍ୟା ବଢାଇବା ପାଇଁ ଗୁରୁବାର କମ୍ପାନୀ ଘୋଷଣା କରିଛି ।

domestic flight service in australia, virgin australia airlines, flight service in australia, ଅଷ୍ଟ୍ରେଲିଆରେ ଘରୋଇ ବିମାନ ସେବା, ଭର୍ଜିନ ଅଷ୍ଟ୍ରେଲିଆ ଏୟାରଲାଇନ୍ସ, ଅଷ୍ଟ୍ରେଲିଆରେ ବିମାନ ସେବା
ଘରୋଇ ବିମାନ ସେବା ବୃଦ୍ଧି କରିବ ଭର୍ଜିନ ଅଷ୍ଟ୍ରେଲିଆ ଏୟାରଲାଇନ୍ସ

କାନବେରା: କୋରୋନା ସ୍ଥିତି ନେଇ କଟକଣା କଡାକଡି ହେଉଥିବା ବେଳେ ଅଷ୍ଟ୍ରେଲିଆର ଦ୍ବିତୀୟ ସର୍ବବୃହତ ଏୟାରଲାଇନ୍ସ ଭର୍ଜିନ ଅଷ୍ଟ୍ରେଲିଆ ବଢାଇଛି ନିଜ ସେବାର ପରିସର । ପୂର୍ବ ତୁଳନାରେ ଏବେ ନିଜ ଘରୋଇ ଉଡାଣ ସଂଖ୍ୟା ବଢାଇବା ପାଇଁ ଗୁରୁବାର କମ୍ପାନୀ ଘୋଷଣା କରିଛି । ଅଷ୍ଟ୍ରେଲିଆରେ ଅନ୍ତଃରାଜ୍ୟ ସୀମା କଟକଣା ବୃଦ୍ଧି ପାଇଥିବାରୁ ନିଜ ସେବାର ପରିସର ବଢାଉଥିବା କମ୍ପାନୀ ଘୋଷଣା କରିଛି ।

ସୂଚନା ମୁତାବକ ଭର୍ଜିନ ଅଷ୍ଟ୍ରେଲିଆ ଏୟାରଲାଇନ୍ସ ଏବେ ସାପ୍ତାହିକ 320 ଉଡାଣ ସହ ସିଟ୍‌ ସଂଖ୍ୟାରେ 30,000 ବୃଦ୍ଧି କରିଥିବା ଜଣା ପଡିଛି । ଏଥିସହିତ ଉଡାଣ ସମୟରେ ଯାତ୍ରୀଙ୍କ ସୁରକ୍ଷା ପାଇଁ କିଛି ନୂଆ ପଦକ୍ଷେପ ନେବା କଥା ମଧ୍ୟ କମ୍ପାନୀ ସ୍ପଷ୍ଟ କରିଛି । ଏଥିରେ ଉଡାଣ ପୂର୍ବରୁ ସ୍କ୍ରିନିଂ, କଣ୍ଟାକ୍ଟଲେସ ଚେକ୍‌-ଇନ୍‌, ସାମାଜିକ ଦୂରତାରେ ଅଧିକ ସାବଧାନତା ଓ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ସାନିଟାଇଜେସନ କାର୍ଯ୍ୟ ଆଦିକୁ ସାମିଲ କରାଯାଇଛି ।

ଭର୍ଜିନ ଅଷ୍ଟ୍ରେଲିଆର ମୁଖ୍ୟ ବାଣିଜ୍ୟ ଅଧିକାର ଜନ ମ୍ୟାକଲିଓଡ କହିଛନ୍ତି କି ବଢୁଥିବା ଚାହିଡାକୁ ନଜରରେ ରଖି ପ୍ରତ୍ୟେକ ବିମାନରେ ସିଟ୍‌ ସଂଖ୍ୟା ବୃଦ୍ଧି କରାଯାଇଛି । ଏହା ନା ଯେ କେବଳ ଦେଶ ଭିତରେ ଯାତାୟତ ଅସୁବିଧାର ସମାଧାନ କରିବ ବରଂ ଏହା ଦେଶର ପର୍ଯ୍ୟଟନ ବ୍ୟବସାୟରେ ମଧ୍ୟ ସାହାଯ୍ୟ କରିବ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.