ETV Bharat / international

ଲକଡାଉନରେ ସିରିୟା ଖୋଲିଲା ମସଜିଦ

କୋରୋନା ସୁରକ୍ଷା ଦୃଷ୍ଟିକୁ ରଖି ବିଶ୍ବର ଅଧା ଦେଶ ଲକଡାଉନ। ସାମାଜିକ ଦୂରତାକୁ ଗୁରୁତ୍ବ ଦେଇ ମସଜିଦକୁ ବନ୍ଦ ରଖାଯାଇଛି । ହେଲେ ଗତକାଲି ସିରିୟାରେ ପ୍ରଥମ ଥର ମସଜିଦ ଖୋଲିଛି । ଅଧିକ ପଢନ୍ତୁ...

author img

By

Published : May 9, 2020, 10:45 AM IST

ଲକଡାଉନରେ ସିରିୟା ଖୋଲିଲା ମସଜିଦ
ଲକଡାଉନରେ ସିରିୟା ଖୋଲିଲା ମସଜିଦ

ଦମସ୍କସ: କୋରୋନା ପାଇଁ ଗୋଟିଏ ଅସ୍ତ୍ର ସାମାଜିକ ଦୂରତ୍ବ । ରମଜାନ ସମୟରେ ସମୂହ ନମାଜ ପାଠ କରିବାକୁ ବହୁ ଦେଶରେ କଟକଣା ଜାରି ହୋଇଛି । କିନ୍ତୁ ଗତ ଶୁକ୍ରବାର ପ୍ରଥମ ଥର ସିରିୟା ଖୋଲିଛି ମସଜିଦ । ଗତ ମାର୍ଚ୍ଚ ମାସରୁ ବନ୍ଦ ଥିଲା ମସଜିଦ ।

ରମଜାନ ମାସ ଚାଲିଥିବାରୁ କେବଳ ପ୍ରାର୍ଥନା ପାଇଁ ମସଜିଦ ଖୋଲାଯାଇଛି । ଦୈନିକ ମାତ୍ର 5 ଜଣ ମୁସଲିମ ଯାଇପାରିବେ । ଏହି ସମୟରେ ସମସ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ମସଜିଦ ସାମ୍ନାରେ ଛିଡା ହେଉଥିବା ବ୍ୟକ୍ତି ମଧ୍ୟ ମାସ୍କ ପିନ୍ଧିବେ ।ପ୍ରାର୍ଥନା ପୂର୍ବରୁ ମସଜିଦ ଭିତରେ ସାମାଜିକ ଦୂରତା ପାଳନ କରିବାକୁ ପଡିବ ।

ଶୁକ୍ରବାର ସୁଦ୍ଧା ସିରିୟାରେ ଦୁଇଟି ନୂତନ କୋଭିଡ-19 ସଂକ୍ରମଣ ରେକର୍ଡ କରାଯାଇଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା 47ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ନିକଟରେ ସିରିୟା ରାଷ୍ଟ୍ରପତି ମହାମାରୀ କୋରୋନାର କୋପ ସତ୍ତ୍ବେ ଲକଡାଉନ ଖୋଲିବେ ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.