ETV Bharat / international

ମେଲବର୍ଣ୍ଣର 9ଟି ହାଉସିଂ ଟାୱାରରେ କଡାକଡି ହେଲା ଲକଡାଉନ କଟକଣା - ମେଲବର୍ଣ୍ଣରେ କୋରୋନା ଅପଡେଟ

ଫ୍ଲେମିଙ୍ଗଟନ ଓ ଉତ୍ତର ମେଲବର୍ଣ୍ଣସ୍ଥିତ 9ଟି ହାଉସିଂ ଟାୱାରରେ ଲକଡାଉ ନିୟମ ଅଧିକ କଡାକଡି କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଠାରେ ସଂକ୍ରମଣ ନିୟନ୍ତ୍ରଣ କରାନଗଲେ ସ୍ଥାନୀୟ ସଂକ୍ରମଣ ଆରମ୍ଭ ହେବାର ଭୟ ରହିଥିବାରୁ ଏହି ଟାୱାରରେ କଟକଣା ଅଧିକ କଡାକଡି ହେବାର ଯୋଜନା ରହିଛି ।

corona situation in melbourne, corona update in melbourne, corona lockdown in melbourne, corona update in australia, ମେଲବର୍ଣ୍ଣରେ କୋରୋନା ସ୍ଥିତି, ମେଲବର୍ଣ୍ଣରେ କୋରୋନା ଲକଡାଉନ, ମେଲବର୍ଣ୍ଣରେ କୋରୋନା ଅପଡେଟ, ଅଷ୍ଟ୍ରେଲିଆରେ କୋରୋନା ଅପଡେଟ
ମେଲବର୍ଣ୍ଣର 9ଟି ହାଉସିଂ ଟାୱାରରେ କଡାକଡି ହେଲା ଲକଡାଉନ କଟକଣା
author img

By

Published : Jul 5, 2020, 6:08 PM IST

ମେଲବର୍ଣ୍ଣ: ଚାରି ସପ୍ତାହର ଲକଡାଉନ କଟକଣା ସତ୍ତ୍ବେ ମେଲବର୍ଣ୍ଣରେ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ଏମିତିରେ ସହରର ମୁଖ୍ୟତଃ 9ଟି ହାଉସିଂ ଟାୱାରରେ ରହୁଥିବା ବାସିନ୍ଦାଙ୍କ ପାଇଁ ଆହୁରି କଡାକଡି ହୋଇଛି କଟକଣା । ଏହି ହାଉସିଂ ଟାୱାରରେ ଲଗାତାର ସଂକ୍ରମଣର ମାତ୍ରା ବଢିଚାଲିଥିବାରୁ ଏହି ଟାୱାରଗୁଡିକରେ ତୃତୀୟସ୍ତରର କଟକଣା ଲାଗୁ ପାଇଁ ନିଷ୍ପତ୍ତି ହୋଇଛି । ଏଥିରେ 9ଟି ଟାୱାର ବ୍ୟତୀତ ଅନ୍ୟ 3ଟି ଅଞ୍ଚଳରେ ମଧ୍ୟ କଟକଣା କଡାକଡି ହେବାର ଯୋଜନା ରହିଛି ।

ଲାଗୁ ହୋଇଥିବା ନୂଆ କଟକଣା ମୁତାବକ ଏହି ଅଞ୍ଚଳଗୁଡିକରେ ଲୋକେ କେବଳ 4ଟି କାରଣ ପାଇଁ ଘରୁ ବାହାରି ପାରିବେ । ସେ ହେଉଛି ଜରୁରୀ ସେବାରେ ଯୋଗଦାନ ବା ପାଠପଢା ଓ ଶିକ୍ଷାଦାନ, ବ୍ୟାୟାମ, ସ୍ବାସ୍ଥ୍ୟସେବା ଗ୍ରହଣ କରିବା ବା ଯୋଗାଇବା ଓ ଖାଦ୍ୟ ସାମଗ୍ରୀ କ୍ରୟ କରିବା । ଏହା ବ୍ୟତୀତ ଅନ୍ୟ କୌଣସି କାରଣରେ ଲୋକେ ଆଗାମୀ ନିର୍ଦ୍ଦେଶ ଯାଏଁ ଘରୁ ବାହାରି ପାରିବେନି ବୋଲି ସୂଚିତ କରାଯାଇଛି ।

ତେବେ ଫ୍ଲେମିଙ୍ଗଟନ ଓ ଉତ୍ତର ମେଲବର୍ଣ୍ଣସ୍ଥିତ ଏହି 9ଟି ହାଉସିଂ ଟାୱାରରେ ଲକଡାଉ ନିୟମ ଅଧିକ କଡାକଡି କରିବା ପାଇଁ ନିଷ୍ପତ୍ତି ହୋଇଛି । ଏଠାରେ ସଂକ୍ରମଣ ନିୟନ୍ତ୍ରଣ କରାନଗଲେ ସ୍ଥାନୀୟ ସଂକ୍ରମଣ ଆରମ୍ଭ ହେବାର ଭୟ ରହିଥିବାରୁ ଏହି ଟାୱାରରେ କଟକଣା ଅଧିକ କଡାକଡି ହେବାର ଯୋଜନା ରହିଛି । କେବଳ ଏହି 9ଟି ହାଉସିଂ ଟାୱାରରେ 3000ରୁ ଉର୍ଦ୍ଧ୍ବ ଲୋକେ ବସବାସ କରନ୍ତି । ତେଣୁ ସମସ୍ତଙ୍କ ସୁରକ୍ଷା ପାଇଁ ଅତିକମରେ 5 ଦିନ ପାଇଁ କେହି ଘରୁ ନବାହାରିବା ପାଇଁ ଅନୁରୋଧ କରାଯାଇଛି ।

ସୂଚନା ଅନୁଯାୟୀ ଏହି ଟାୱାରର 2ଟି ବ୍ଲକରୁ ମାତ୍ର 2ରୁ 3 ଦିନ ମଧ୍ୟରେ 23ଟା ମାମଲା ସାମ୍ନାକୁ ଆସିଛି । ଯାହା ଫଳରେ ଏଠାରେ ସଂକ୍ରମଣର ଭୟ ଦ୍ବିଗୁଣିତ ହୋଇଛି । ଏନେଇ ଭିକ୍ଟୋରିଆ ହାଉସିଂ ମନ୍ତ୍ରୀ ରିଚାର୍ଡ ୱିନଙ୍କ କହିବା ଅନୁଯାୟୀ ଲୋକଙ୍କୁ ନିୟମ ପାଳନ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ । ଆବଶ୍ୟକସ୍ଥଳ ସେମାନଙ୍କ ମାନସିକ ସ୍ଥିରତା ପାଇଁ ଆଲକୋହଲ ଓ ଡ୍ରଗ୍ସର ବ୍ୟବସ୍ଥା ମଧ୍ୟ କରିଦିଆଯିବ । ସେପଟେ ଅଷ୍ଟ୍ରେଲିଆ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ପୌଲ କେଲି କହିଛନ୍ତି କି ଦେଶରେ କୋରୋନା ସ୍ଥିତି ଏକ ଭୟଙ୍କର ପର୍ଯ୍ୟାୟରେ ପ୍ରବେଶ କରିବାକୁ ଯାଉଛି । ତେଣୁ ସମୟ ଥାଉଣୁ ଲୋକଙ୍କ ସତର୍କ ହେବାକୁ ପଡିବ । ନହେଲେ ଏହାର ପରିଣାମ ଅତି ଭୟଙ୍କର ହେବ ।

ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆରେ 8362 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 104ରେ ପହଞ୍ଚିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.