ETV Bharat / international

ସାଉଦି ଆରବ ଇତିହାସରେ ପ୍ରଥମ, ଗୋଟିଏ ଦିନରେ ୮୧ ଜଣଙ୍କୁ ଫାଶୀ

author img

By

Published : Mar 13, 2022, 12:13 PM IST

ସାଉଦି ଆରବ ଇତିହାସରେ ପ୍ରଥମ । ଗୋଟିଏ ଦିନରେ ଏକାସାଙ୍ଗରେ ୮୧ ଜଣକୁ ଫାଶୀ ଦିଆଯାଇଛି । ଅଧିକ ପଢନ୍ତୁ

ସାଉଦି ଆରବ ଇତିହାସରେ ପ୍ରଥମ, ଗୋଟିଏ ଦିନରେ ୮୧ ଜଣଙ୍କୁ ଫାଶି

ରିୟାଧ: ସାଉଦି ଆରବ ଇତିହାସରେ ପ୍ରଥମ । ଗୋଟିଏ ଦିନରେ ଏକାସାଙ୍ଗରେ ୮୧ ଜଣକୁ ଫାଶୀ ଦିଆଯାଇଛି । ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଥିବା କାରଣରୁ ଗତକାଲି(ଶନିବାର) ସାଉଦି ଆରବରେ ଏକାସାଙ୍ଗରେ ୮୧ ଜଣକୁ ଫାଶୀ ଦିଆଯାଇଛି । ଅଲକାଏଦା ଓ ଇସଲାମିକ ଷ୍ଟେଟ ସହ ହୌଥୀ ଭଳି ଆତଙ୍କୀ ସଂଗଠନ ସହ ଏମାନଙ୍କର ସମ୍ପର୍କ ଥିଲା ବୋଲି ସାଉଦି ପ୍ରେସ ଏଜେନ୍ସି କହିଛି ।

ଫାଶୀ ପାଇଥିବା ଲୋକଙ୍କ ମଧ୍ୟରେ କିଛି ବିଦେଶୀ ମଧ୍ୟ ସାମିଲ୍ ଅଛନ୍ତି । ଏଥିରୁ ଅଧିକାଂଶ ୟମନର ନାଗରିକ ଥିଲେ । ସମସ୍ତେ ଧାର୍ମିକ ସ୍ଥଳ ଏବଂ ସରକାରୀ ସଂସ୍ଥାକୁ ଟାର୍ଗେଟ୍ କରିବା, ସୁରକ୍ଷା ଅଧିକାରୀଙ୍କ ହତ୍ୟା କରିବା, ଲ୍ୟାଣ୍ଡମାଇନ୍ ବିଛାଇବା, ଅପହରଣ, ଅତ୍ୟାଚାର ଏବଂ ଦୁଷ୍କର୍ମ, ଡକାୟତି ପରି ଅପରାଧରେ ସଂପୃକ୍ତ ଥିଲେ । ଫାଶୀ ଦିଆଯାଇଥିବା ୮୧ ଜଣଙ୍କ ମଧ୍ୟରୁ ୭୩ ଜଣ ସାଉଦି ଆରବ ନାଗରିକ, ୭ ଜଣ ୟେମେନ ନାଗରିକ ଓ ଜଣେ ସିରିଆ ନାଗରିକ ଅଟନ୍ତି । ଏହାସହ ଗୋଟି ଦିନରେ ସର୍ବାଧିକ ମୃତ୍ୟୁଦଣ୍ଡ ଦେବାରେ ଇତିହାସ ରଚିଛି ସାଉଦି ଆରବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.