ETV Bharat / international

ଅଧୁରା ପ୍ରେମକୁ ନେଇ ଚୀନରେ ନିଆରା ମ୍ୟୁଜିୟମ

ଲିୟୁ ୟାନ୍(25) ନାମକ ଏକ ଚୀନ୍ ମହିଳା ଏକ ଭିନ୍ନ ମ୍ୟୁଜିୟମ୍ ଖୋଲିଛନ୍ତି । ଯାହାର ନାମ ‘ମ୍ୟୁଜିୟମ ଅଫ୍ ବ୍ରୋକେନ ରିଲେସନସିପ୍’ ଦିଆଯାଇଛି ।

author img

By

Published : May 8, 2019, 2:30 PM IST

Updated : May 8, 2019, 3:13 PM IST

ଫାଇଲ ଫଟୋ

ବେଜିଙ୍ଗ୍: ଦୁନିଆରେ କିଛି ଏପରି ଲୋକ ଅଛନ୍ତି, ଯେଉଁମାନେ ସବୁବେଳେ କିଛି ନା କିଛି ଭିନ୍ନ କରିବା ପାଇଁ ଚେଷ୍ଟା କରିଥାନ୍ତି । ସେହିପରି ଏକ ମହିଳା ଚୀନରେ ଅଛନ୍ତି, ଯିଏ କିଛି ଏପରି କରିଛନ୍ତି । ଯାହାକୁ ନା ଆପଣ କେବେ ଶୁଣିଥିବେ ନା ଆଗରୁ କେବେ ଦେଖିଥିବେ ।

ତେବେ ଲିୟୁ ୟାନ୍(25) ନାମକ ଏକ ଚୀନ୍ ମହିଳା ଏକ ଭିନ୍ନ ମ୍ୟୁଜିୟମ୍ ଖୋଲିଛନ୍ତି । ଯେଉଁଠାରେ ଆପଣଙ୍କୁ ପ୍ରେମୀଯୁଗଳଙ୍କ ଭିନ୍ନ ଭିନ୍ନ ସାମଗ୍ରୀ ଦେଖିବାକୁ ମିଳିବ । ତେବେ ଏହି ମ୍ୟୁଜିୟମର ନାମ ‘ମ୍ୟୁଜିୟମ ଅଫ୍ ବ୍ରୋକେନ ରିଲେସନସିପ୍’ ଦିଆଯାଇଛି ।

ତେବେ ଲିୟୁ ୟାନ୍ ଏହି ମ୍ୟୁଜିୟମକୁ ହେଇଲୋଙ୍ଗଜିୟାଙ୍ଗ ନିକଟସ୍ଥ ହାର୍ବିଷ ସହରରେ ଖୋଲିଛନ୍ତି । ତେବେ ଏହି ମ୍ୟୁଜିୟମ ଖୋଲିବାର ମାତ୍ର 10 ଦିନ ହୋଇଛି । କିନ୍ତୁ ଏହି ମ୍ୟୁଜିୟମକୁ ଦେଖିବା ପାଇଁ 15 ହଜାରରୁ ଊର୍ଦ୍ଧ୍ବ ପ୍ରେମୀଯୁଗଳ ଆସିସାରିଲେଣି ।

ଲିୟୁ ୟାନଙ୍କ କହିବା ଅନୁଯାୟୀ ସେ ଏହି ମ୍ୟୁଜିୟମ ଖୋଲିବା ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲୋକଙ୍କୁ ସେମାନଙ୍କ ବ୍ରେକଅପ୍ ସମ୍ବନ୍ଧୀୟ ଜିନିଷ ମାଗିଥିଲେ । ଯାହାକୁ ସେ ନିଜ ମ୍ୟୁଜିୟମରେ ରଖିପାରିବେ । ଏହାପରେ ଲିୟୁ ୟାନଙ୍କ ପାଖକୁ ବହୁ ଭିନ୍ନ ଭିନ୍ନ ଜିନିଷ ଆସିଥିଲା ।

ତେବେ ଲିୟୁ ୟାନ୍ଙ୍କ ପାଖକୁ ଆସିଥିବା ଜିନିଷ ମଧ୍ୟରେ ସବୁଠାରୁ ଭିନ୍ନ ଥିଲା ରେଳ ଟିକେଟ, ଲଭ ଲେଟର, ଜୋତା, ଡ୍ରେସ ଉତ୍ୟାଦି । ଯାହାକୁ ସେ ଏବେ ନିଜ ମ୍ୟୁଜିୟମରେ ସଜାଇ ରଖିଛନ୍ତି । ତେବେ ଏହି ମ୍ୟୁଜିୟମ୍ ଖୋଲିବା ପାଇଂ ଲିୟୁ ୟାନଙ୍କୁ 20 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି ।

Intro:Body:

ddh

Conclusion:
Last Updated : May 8, 2019, 3:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.