ETV Bharat / international

ସାଉଦି ଆରବରେ ଖୋଲିଲା ମସଜିଦ, ମାସ୍କ ଲଗାଇ ନମାଜ ପଢା - ସାଉଦି ଆରବ ମସଜିଦରେ ମାସ୍କ ଲଗାଇ ନମାଜ ପଢା

ପ୍ରାୟ 2 ମାସ ଲକଡାଉନ ପରେ ଖୋଲିଛି ସମସ୍ତ ମସଜିଦ । ପ୍ରଥମ ଦିନ ପ୍ରବଳ ଭିଡ ହୋଇଥିବା ଦେଖାଯାଇଛି । ଅଧିକ ପଢନ୍ତୁ...

ସାଉଦି ଆରବରେ ଖୋଲିଲା ମସଜିଦ, ମାସ୍କ ଲଗାଇ ନମାଜ ପଢା

author img

By

Published : Jun 1, 2020, 10:41 PM IST

ରିୟାଧ: ରବିବାର ଠାରୁ ସାଉଦି ଆରବର ବିଭିନ୍ନ ଜାଗାରେ ମସଜିଦ ଖୋଲିଛି । କେବଳ ମକ୍କା ସହରକୁ ଛାଡିଥିଲେ ରିୟାଧରେ ପ୍ରାୟ 90 ହଜାର ମସଜିଦ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ତେବେ ଲୋକମାନେ ପ୍ରାର୍ଥନା ପାଇଁ ଆସୁଥିବାବେଳେ ଅଧିକ ସତର୍କ ଥିବା ଦେଖିବାକୁ ମିଳିଛି ।

ପ୍ରାୟ 2 ମାସ ଲକଡାଉନ ପରେ ଖୋଲିଛି ସମସ୍ତ ମସଜିଦ । ପ୍ରଥମ ଦିନ ପ୍ରବଳ ଭିଡ ହୋଇଥିବା ଦେଖାଯାଇଛି । ତେବେ ନମାଜ ପଢା ପାଇଁ ସମସ୍ତେ ନିଜ ନିଜ ପ୍ରାର୍ଥନା ମ୍ୟାଟ୍ ନେଇ ଆସିଛନ୍ତି । ଏସବୁକୁ ନିଜ ଘରେ ସଫା କରିବା ପାଇଁ ମସଜିଦ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି । ପୂର୍ବରୁ ମସଜିଦ ପରିସରରେ ଏହି ସଫେଇ କାର୍ଯ୍ୟ ହେଉଥିଲା । ଏହାସହ ସମସ୍ତ ଲୋକ ମୁହଁରେ ମାସ୍କ ପିନ୍ଧି ନମାଜ ପଢୁଥିବାର ଦେଖାଯାଇଥିଲା ।

ସବୁ ମସଜିଦରେ ଗାଇଡଲାଇନ ସମ୍ପର୍କରେ କଟକଣା ସବୁ ଲେଖାଯାଇଥିବା ଦେଖିବାକୁ ମିଳିଛି । ଲୋକ ମଧ୍ୟ ସାମାଜିକ ଦୂରତା ରକ୍ଷା କରି ପ୍ରାର୍ଥନା କରିଥିଲେ । ସେହିପରି ମସଜିଦରେ ପ୍ରବେଶ ପୂର୍ବରୁ ହ୍ୟାଣ୍ଡ ସାନିଟାଇଜ ମଧ୍ୟ କରିଥିବା ଦେଖାଯାଇଥିଲା । ସରକାର ଏ ସମ୍ପର୍କରେ ବିଭିନ୍ନ ଭିଡିଓ ସୋସିଆଲ ମିଡିଆ ସାଇଟରେ ଅପଲୋଡ କରିବା ସହ ଲୋକଙ୍କୁ ସଚେତନ ରହିବାକୁ କହିଥିଲେ । ତେବେ ଏତେ ସଂଖ୍ୟାରେ ମସଜିଦ ଖୋଲିବାକୁ ଅନୁମତି ଦେବା ନେଇ ସରକାରଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଛି । ସ୍ବାସ୍ଥ୍ୟ ବିଶେଷଜ୍ଞ ନୂଆ ଆକ୍ରାନ୍ତ ନେଇ ସରକାରଙ୍କୁ ସାବଧାନ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.