ETV Bharat / international

ଅଷ୍ଟ୍ରେଲିଆରେ ଆହୁରି 4 ସପ୍ତାହ ବଳବତ୍ତର ରହିବ ଲକଡାଉନ

author img

By

Published : Apr 17, 2020, 12:16 AM IST

କୋରୋନା କବଳରୁ ଦେଶକୁ ମୁକ୍ତ କରିବା ପାଇଁ ଅଷ୍ଟେଲିଆରେ ପୁଣି ବଢିଛି ଲକଡାଉନ । ଆଗକୁ ଆହୁରି 4 ସପ୍ତାହ ପର୍ଯ୍ୟନ୍ତ ଲକଡାଉନର ନିୟମ କାନୁନ ଲାଗୁ ରହିବ ବୋଲି ଗୁରୁବାର ସୂଚନା ଦେଇଛନ୍ତି ରାଷ୍ଟ୍ରପତି ସ୍କଟ ମୋରିସନ ।

corona in australia, lockdown in australia, corona update, coronavirus news, ଅଷ୍ଟ୍ରେଲିଆରେ ଲକଡାଉନ, ଅଷ୍ଟ୍ରେଲିଆରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌,
ଅଷ୍ଟ୍ରେଲିଆରେ ଆହୁରି 4 ସପ୍ତାହ ବଳବତ୍ତର ରହିବ ଲକଡାଉନ

ସିଡନୀ: କୋରୋନା କବଳରୁ ଦେଶକୁ ମୁକ୍ତ କରିବା ପାଇଁ ଅଷ୍ଟେଲିଆରେ ପୁଣି ବଢିଛି ଲକଡାଉନ । ଆଗକୁ ଆହୁରି 4 ସପ୍ତାହ ପର୍ଯ୍ୟନ୍ତ ଲକଡାଉନର ନିୟମ କାନୁନ ଲାଗୁ ରହିବ ବୋଲି ଗୁରୁବାର ସୂଚନା ଦେଇଛନ୍ତି ରାଷ୍ଟ୍ରପତି ସ୍କଟ ମୋରିସନ । ସେ ଏନେଇ ଗଣମାଧ୍ୟମକୁ ସ୍ପଷ୍ଟ କରିଛନ୍ତି କି ଦେଶରେ କୋରୋନା ସ୍ଥିତିରେ ସୁଧାର ଆସିଛି ସତ, ହେଲେ ବିପଦ ଏବେ ବି ଟଳିନି । ତେଣୁ ଏପରି ନିଷ୍ପତ୍ତି ନିଆଯାଇଛି ।

ସେ ସମ୍ପୂର୍ଣ୍ଣ ତଥ୍ୟ ଦେଇ କହିଛନ୍ତି କି ଅନେକ ସମୟ ପୂର୍ବରୁ ଦେଶର ସମସ୍ତ ସୀମାକୁ ସିଲ କରାଯାଇଥିଲା । ଯାହା ଫଳରେ ଦେଶରେ ସମୁଦାୟ 6500 ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମାତ୍ର 63 ରହିଛି । ଦେଶରେ ସାମାଜିକ ଦୂରତାକୁ କଡାକଡି କରାଯାଇଥିବାରୁ ବର୍ତ୍ତମାନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ଅବନତି ଘଟୁଛି ।

ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା 10ରୁ ତଳକୁ ଖସିବାରେ ଲାଗିଛି । ତେଣୁ ସ୍ଥିତିରେ ସୁଧାରକୁ ବଜାୟ ରଖିବା ପାଇଁ ଲକଡାଉନକୁ ଆଗାମୀ 4 ସପ୍ତାହ ପର୍ଯ୍ୟନ୍ତ ବଢାଯାଇଛି । ଯାହା ଦ୍ବାରା ଅନ୍ୟ ଦେଶ ତୁଳନାରେ ଅଷ୍ଟ୍ରେଲିଆରେ ସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.